Saturday, April 4, 2026
29 C
Odisha

    କଲରାପତରିଆ ଛାଲ ଜବତ, ୬ ଅଟକ

    ଆଗକୁ ପଢନ୍ତୁ

    କରଞ୍ଜିଆ/କରଞ୍ଜିଆ ଗୋଲେଇ/ସିଙ୍ଗଡ଼ା: କରଞ୍ଜିଆ ବନ ବିଭାଗକୁ ବଡ଼ ସଫଳତା ମିଳିଛି। ଏକ କଲରାପତରିଆ ବାଘଛାଲ ଜବତ ହେବା ସହ ବିକ୍ରି କାରବାରରେ ସାମିଲ ୬ ଜଣ ଅଟକ ଅଛନ୍ତି। ସୂଚନା ଅନୁସାରେ; କଲରାପତରିଆ ବାଘ ଛାଲ ବିକ୍ରି ନେଇ ମୂଲଚାଲ ଚାଲିଥିଲା। ଏ ନେଇ ଖବର ପାଇ ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ବନ ବିଭାଗର ଏକ ଟିମ୍‌ କରଞ୍ଜିଆ ବ୍ଲକ୍‌ ରସମତଳା ପଞ୍ଚାୟତ ମଣ୍ଡୁଆ ଗାଁ ନାଏକ ସାହିର ଖଗେଶ୍ୱର ନାଏକଙ୍କ ଘରେ ଚଢ଼ଉ କରିଥିଲା। ଏହି ସମୟରେ କଲରାପତରିଆ ବାଘଛାଲ ଜବତ ହେବା ସହ ସଂପୃକ୍ତ ୬ ଜଣ; ଖଗେଶ୍ୱରଙ୍କ ସହ ଟିକାୟତଚନ୍ଦ୍ର ନାଏକ, ନିରଞ୍ଜନ ମହାନ୍ତ, ଯଦୁମଣି ପୂର୍ତ୍ତି, ଉତ୍ତମ କାଲା ଓ ସୋମନାଥ ସୋରେନ ଧରାପଡ଼ିଥିଲେ।ସମସ୍ତଙ୍କୁ ଅଟକ ରଖାଯାଇ ପଚରାଉଚରା ଚାଲିଛି। ଆଉ କିଛି ଲୋକ ମଧ୍ୟ ଏଥିରେ ସଂପୃକ୍ତ ଥିବା ଜଣାପଡ଼ିଛି। ଚଢ଼ଉରେ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକଙ୍କ ସହ ସହକାରୀ ବନ ସଂରକ୍ଷକ ମଦନମୋହନ ମହାନ୍ତ, ସହକାରୀ ବନ ସଂରକ୍ଷକ ପ୍ରଭାତ କୁଅଁର, ଯଶିପୁରସ୍ଥିତ ଉତ୍ତର ବନଖଣ୍ଡ ସହକାରୀ ବନ ସଂରକ୍ଷକ ଫାଲଗୁନୀ ବେହେରା, କରଞ୍ଜିଆ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ସ୍ୱାଇଁ, ଦୁଧିଆଣି, ଠାକୁରମୁଣ୍ଡା ଓ ସାତକୋଶିଆ ବନାଞ୍ଚଳ ଅଧିକାରୀ ଏବଂ ବନପାଳ ସୁରମୋହନ ବେହେରା ସାମିଲ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29 ° C
    29 °
    29 °
    35 %
    0.8kmh
    84 %
    Sat
    38 °
    Sun
    36 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ