Friday, October 2, 2026
25.2 C
Odisha

    ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦରୁ ଅଶୋକ ଓଝାଙ୍କ ଇସ୍ତଫା

    ଆଗକୁ ପଢନ୍ତୁ

    ନିଶ୍ଚିନ୍ତକୋଇଲି: କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତିକୁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତାରେ ହାତେଇଥିଲା ବିଜେଡି। ଉଭୟ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦ ବିଜେଡି ହାତରେ ଥିଲା। କିନ୍ତୁ ହଠାତ ଆଜି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଅଶୋକ ଓଝା ବ୍ୟକ୍ତିଗତ କାରଣ ଦର୍ଶାଇ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ନିଶ୍ଚିନ୍ତକୋଇଲି ବିଡିଓ ଦିବ୍ୟେନ୍ଦୁ ଦାସଙ୍କୁ ପ୍ରଦାନ କରିଛନ୍ତି। ବ୍ଲକ୍ ପ୍ରଶାସନ ପକ୍ଷରୁ ଏ ସଂପର୍କରେ କଟକ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ଅବଗତ କରାଯାଇଛି। ଅପରପକ୍ଷରେ ଶ୍ରୀ ଓଝା ନିଶ୍ଚିନ୍ତକୋଇଲି ବିଜୁ ଜନତା ଦଳର ଉପସଭାପତି ପଦ ସହିତ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଥିବା ସଂପର୍କରେ ମଧ୍ୟ କଟକ ଜିଲ୍ଲା ବିଜେଡି  ସଭାପତି ଦେବାଶିଷ ସାମନ୍ତରାୟଙ୍କୁ ଜଣାଇଛନ୍ତି।
    ପରିବର୍ତ୍ତିତ ସ୍ଥିତିରେ ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ବିଜେଡି ହାତରୁ ହୁଏତ ଖସିଯିବାର ଆଶଙ୍କା କରାଯାଉଛି। ଗଲା ୭ ମାସ ମଧ୍ୟରେ ୧୨ ଜଣ ସରପଞ୍ଚ ଓ ସମିତିସଭ୍ୟ ବିଜେଡି ଛାଡି ସ୍ବାଧୀନ ବିଧାୟକ ସାରଦା ପ୍ରଧାନଙ୍କ ଶିବିରରେ ସାମିଲ ହୋଇଥିବା ବେଳେ ଆଜି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବି ବିଜେଡି ଛାଡିଛନ୍ତି। ଏଭଳି ଘଟଣା ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ଦୀର୍ଘ ଦିନ ଧରି ବିଜେଡିରେ ରହିଥିବା ନେତା ଓ କର୍ମୀ କେଉଁ କାରଣରୁ ଏଭଳି ହଠାତ ଦଳ ଛାଡୁଛନ୍ତି, ତାହାକୁ ନେଇ ପ୍ରଶ୍ନ ଉଠିଛି। ନିକଟରେ ଦଳର ସଭାପତି ନବୀନ ପଟ୍ଟନାୟକ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗାର ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ବାରବାଟୀ-କଟକ, କଟକ ସଦର ଓ ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ସାଂଗଠନିକ ଦାୟିତ୍ବ ତୁଲାଇବାକୁ ମନୋନୀତ କରିଥିଲେ। କିନ୍ତୁ ପ୍ରତାପଙ୍କ ନିଜ ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲିରେ ଦଳର ଏଭଳି ସ୍ଥିତି ଦଳର ସାଙ୍ଗଠନିକ ବ୍ୟବସ୍ଥା ଓ ନିଷ୍ପତ୍ତି ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ