Sunday, February 15, 2026
31.4 C
Odisha

    କାନପୁର ଲାମ୍ବୋର୍ଗିନି ଦୁର୍ଘଟଣା ଘଟଣାରେ ଅଭିଯୁକ୍ତ ଶିବମ ମିଶ୍ରା ଗିରଫ, କୋର୍ଟରେ ପୋଲିସ କଲା ହାଜର

    ଆଗକୁ ପଢନ୍ତୁ

    କାନୁପର : କାନପୁରର ହାଇପ୍ରୋଫାଇଲ ଲାମ୍ବୋର୍ଗିନି ଦୁର୍ଘଟଣା ଘଟଣାରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ । ପୋଲିସ ଘଟଣାର ମୁଖ୍ୟ ଅଭିଯୁକ୍ତ ଟବାକୋ ଟାଇକୁନ୍ କେକେ ମିଶ୍ରାଙ୍କ ପୁଅ ଶିବମ୍ ମିଶ୍ରାଙ୍କୁ ଗିରଫ କରିଛି । ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ । ଟବାକୋ ଟାଇକୁନ୍ଙ୍କ ପକ୍ଷରୁ ଗିରଫଦାରୀରୁ ପୁଅକୁ ବଞ୍ଚାଇବାକୁ କରାଯାଇଥିବା ସମସ୍ତ ପ୍ରକାରର ପ୍ରଚେଷ୍ଟା ବିଫଳ ହୋଇଛି ।

    ଫେବ୍ରୁଆରୀ ୮ ତାରିଖ ଅପରାହ୍ଣ ୩ଟାରେ ୧୦ କୋଟି ଟଙ୍କା ମୂଲ୍ୟର ବିଳାସପୂର୍ଣ୍ଣ ଇଟାଲୀୟ ସ୍ପୋର୍ଟସ୍ କାର୍ ଲାମ୍ବୋର୍ଗିନି ରେଭ୍ୟୁଏଲ୍ଟୋ ରାସ୍ତାରେ ଯାଉଥିବା ଲୋକ ଏବଂ ଅନ୍ୟ ଗାଡ଼ି ଉପରେ ମାଡ଼ି ଯାଇଥିଲା । କାନପୁରର ଗ୍ୱାଲଟୋଲି ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ଛଅ ଜଣ ଆହତ ହୋଇଥିଲେ ଏବଂ ବହୁ ଯାନବାହନ କ୍ଷତିଗ୍ରସ୍ତ ହୋଇଥିଲା । ଗିରଫଦାରୀ ପରେ ୩୫ ବର୍ଷୀୟ ଶିବମଙ୍କୁ କାନପୁର କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ତାଙ୍କୁ ପୋଲିସ ରିମାଣ୍ଡରେ ପଠାଇ ଦେଇଛି । ତଦନ୍ତରେ ଅସହଯୋଗ ଏବଂ ପୋଲିସକୁ ଚକମା ଦେବା ପାଇଁ ଶିବମଙ୍କୁ ଗିରଫ କରାଯାଇଥିଲା ।

    ହେଲେ ଶିବମ ଗିରଫ ହେବା ପରେ ମୋହନ ନାମକ ଜଣେ ବ୍ୟକ୍ତି ନିଜକୁ ଲାମ୍ବୋର୍ଗିନି ଗାଡ଼ିର ଡ୍ରାଇଭର ଭାବେ ପରିଚୟ ଦେବା ସହିତ ଦୁର୍ଘଟଣା ସମୟରେ ସେ ଗାଡ଼ି ଚଳାଉଥିଲେ ବୋଲି ଦାବି କରିଥିଲେ । ମୋହନ କୋର୍ଟରେ ଆତ୍ମସମର୍ପଣ କରିଥିଲେ । କିନ୍ତୁ ଗ୍ବାଲଟୋଲି ପୋଲିସ ମୋହନଙ୍କ ନାଁ ଅଭିଯୁକ୍ତ ଭାବେ ଦର୍ଶାଇନଥିବାରୁ କୋର୍ଟ ତାଙ୍କ ଆତ୍ମସମର୍ପଣକୁ ଗ୍ରହଣ କରିନଥିଲେ । ମୋହନଙ୍କ ଦାବି ସତ୍ତ୍ବେ ପୋଲିସ ସାକ୍ଷ୍ୟ ପ୍ରମାଣ ଶିବମଙ୍କୁ ଦୋଷୀ ଭାବେ ଦର୍ଶାଇଥିଲା ।

    ପୋଲିସ କମିସନର୍ ରଘୁବୀର ଲାଲ କହିଛନ୍ତି, ସିସିଟିଭି ଫୁଟେଜ୍ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ତଥା ଅନ୍ୟ ସୂତ୍ରରୁ ଶିବମ୍ ଦୁର୍ଘଟଣା ସମୟରେ ଗାଡ଼ି ଚଳାଉଥିବା ସ୍ପଷ୍ଟ ହୋଇଥିଲା । ପୋଲିସ ଶିବମଙ୍କ ପରିବାରର ସମସ୍ତ ଅପିଲକୁ ଖାରଜ କରି ଏବେ ଗିରଫ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.4 ° C
    31.4 °
    31.4 °
    20 %
    4.4kmh
    3 %
    Sun
    32 °
    Mon
    33 °
    Tue
    33 °
    Wed
    34 °
    Thu
    36 °

    ସମ୍ବନ୍ଧିତ