Saturday, April 11, 2026
30.4 C
Odisha

    କାନଭାସରେ ପହେଲଗାମ ସହିତ ବିଭିନ୍ନ ଚିତ୍ରକଳା ପ୍ରଦର୍ଶନ

    ଆଗକୁ ପଢନ୍ତୁ

    ପିପିଲି : ଜୀଜ୍ଞାସୁ ମନର ଭବନାକୁ କାନଭାସରେ ରଙ୍ଗ ଆଉ ତୂଳିରେ ଜୀବନ୍ତ ହୋଇ ଉଠେ କଳାକାର ପରିଭାଷା । ଏହା ସମ୍ପୂର୍ଣ୍ଣ ହୋଇଗଲେ ବଦଳିଯାଏ ନିର୍ଜୀବ କାନଭାସର ରୂପ ଆଉ ରଙ୍ଗ । ଗୋଟି କି ଦୁଇଟି ନୁହେଁ ଅନେକ ଚିତ୍ରକୁ ନେଇ ପୁରୀ ଜିଲ୍ଲା ପିପିଲି ବ୍ଲକ ଉତରା ଛକ ଠାରେ ଶକୁନ୍ତଳା ଆର୍ଟ ପକ୍ଷରୁ ଚିତ୍ରକଳା ପ୍ରଦର୍ଶନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବରେ ପୁରୀ ସାଂସଦ ସମ୍ୱିତ ପାତ୍ର ଏବଂ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗଦେଇଥିଲେ ।

    ରଙ୍ଗ ତୁଳୀ ଆଉ କାନଭାସ । ଏମାନେ ସମସ୍ତେ ନିଜ ନିଜ ଠାରୁ ଯୋଜନ ଯୋଜନ ଦୂରରେ ସମସ୍ତେ ଏଠି ଅଜଣା ଆଉ ଅଚିହ୍ନା । ଏମାନଙ୍କ ଭିତରୁ କେହି ନିଜେ ନିଜେ କିଛି କରି ଦେଖାଇବା ପାଇଁ ସକ୍ଷମ ନୁହଁନ୍ତି । ହଁ ଏମାନଙ୍କ କିନ୍ତୁ ଶିଳ୍ପୀଟିଏ ଏକାଠି କରି ଅନେକ ଜୀବନ୍ତ ଚିତ୍ର କରିପାରିଥାଏ । କେତେବେଳେ ପ୍ରକୃତିକୁ ତ ପୁଣି କେତେବେଳେ ଜିବ ଜଗତ । ଆଉ ପୁଣି କେତେବେଳେ ଶାନ୍ତି ଧରିତ୍ରୀ ମାତ୍ରା ଅସନ୍ତୁଳିତ ପରିବେଶ ପାଇଁ କିପରି ଅଶାନ୍ତ ଆଉ ଉତପ୍ତ ହୋଇ ଉଠେ ତାହା ଶିଲ୍ପୀର ହାତର କାଉଁରୀ ସ୍ପର୍ଶ ପାଇବା ପରେ ରଙ୍ଗକୁ ନେଇ ତୂଳି କାନଭାସ ଉପରେ ତିଆରି କରିଥାଏ ସୁନ୍ଦର ସୁନ୍ଦର କଳାକୃତି । ଏହାକୁ ଯିଏ ଦେଖେ ସେ ବି ହଜିଯାଏ ମଜିଯାଏ ସେହି ଦୁନିଆ ଭିତରେ । ଏଭଳି କିଛି ଆର୍ଟକୁ ଶିଳ୍ପୀମାନେ ନିଜ ହାତରେ ତିଆରି କରି ପିପିଲି ଉତରା ଛକ ଠାରେ ଶକୁନ୍ତଳା ଆର୍ଟ ଗ୍ୟାଲେରୀରେ ପ୍ରଦର୍ଶନ କରିଛନ୍ତି ।

    ପୁରୀ ଜିଲ୍ଲା ପିପିଲି ବ୍ଲକ ଉତରା ଛକ ଠାରେ ଶକୁନ୍ତଳା ଆର୍ଟ ଗ୍ୟାଲେରୀ ପକ୍ଷରୁ ଚିତ୍ରକଳା ପ୍ରଦର୍ଶନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବରେ ପୁରୀ ସାଂସଦ ସମ୍ୱିତ ପାତ୍ର ଏବଂ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଧର୍ମପଦ ପୁରସ୍କାର ପ୍ରାପ୍ତ ବରିଷ୍ଠ ଚିତ୍ର ଶିଳ୍ପୀ ବିନୋଦ ମହାରଣା ପ୍ରମୁ୍ଖ ଯୋଗ ଦେଇ କାଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଚିତ୍ର ଶିଳ୍ପୀଟିଏ ଆଜି ନିଜର କଳାକୁ ବହଂଚାଇବା ପାଇଁ ସଂଘର୍ଷ କରିଥିବାର ଅତିଥିମାନେ କହିଥିଲେ । ପେହେଲଗାମ ଆକ୍ରମଣରେ ପ୍ରାଣ ହରାଇଥିବରାଭାରତୀୟ ମାନଙ୍କ ପ୍ରତିଛବିକୁ କାନଭାସରେ କଳାକାମାନେ ପ୍ରସ୍ଫୁଟିତ କରିଥିଲେ । ଆଜି ଏଠାରେ ରାଜ୍ୟର ବିଭିନ୍ନ ଜିଲ୍ଲାର ରାଜ୍ୟ ବାହାରର ବିଶେଷ କରି ଦେଶ ବାହାରର ଅନେକ ଓଡ଼ିଆ ଚିତ୍ରଶିଳ୍ପୀଙ୍କ ଚିତ୍ରକଳାକୁ ଏଠାରେ ସ୍ଥାନିତ କରାଯାଇଥିଲା । ଯାହାକୁ ଦେଖି ଅତିଥିମାନେ ଖୁସି ବ୍ୟକ୍ତ କରିଥିଲେ ।

    ଏହି ଆର୍ଟ ଗ୍ୟାଲେରୀରେ ଯୋଗ ଦେଇଥିବା ସମସ୍ତ ଚିତ୍ରଶିଳ୍ପୀଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ସହିତ ଉପଢୈାକନ ଦିଆଯାଇ ସମ୍ୱର୍ଦ୍ଧିତ କରାଯାଇଥିଲା । ଯାହା ସେମାନଙ୍କୁ ନିଜର କଳା କାରୀଗରୀ କୁ ଆଗକୁ ନେବା ପାଇଁ ସେମାନଙ୍କୁ ପ୍ରେରଣା ଯୋଗାଇବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.4 ° C
    30.4 °
    30.4 °
    14 %
    2kmh
    0 %
    Sat
    32 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ