Friday, September 20, 2024
24.1 C
Odisha

    କାନ୍ଦିବାର ବି ଥାଏ ଅନେକ ଫାଇଦା…

    ଆଗକୁ ପଢନ୍ତୁ

    ରିସର୍ଚ୍ଚରୁ ଜଣାଯାଇଛି ଯେ, ଆପଣଙ୍କୁ ଯେବେ ବି କାନ୍ଦିବାକୁ ହୁଏ ତେବେ ନିଜକୁ କେବେ ରୋକନ୍ତୁ ନାହିଁ । କାରଣ କାନ୍ଦିବା ଦ୍ୱାରା ମଣିଷ ଶରୀରର ମସ୍ତିଷ୍କ ଏବଂ ଶରୀର ଉଭୟ ସୁସ୍ଥ ହୋଇଥାଏ । ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ମଣିଷର ଲୁହ ୩ ପ୍ରକାରର ହୋଇଥାଏ ଯାହା ବିଭିନ୍ନ ସମୟରେ ଆଖିରୁ ଝରିଥାଏ । ତେବେ ଆସନ୍ତୁ ଜାଣିବା ଏଗୁଡିକ କ’ଣ ଏବଂ କେଉଁସବୁ ଫାଇଦା ଦେଇଥାଏ….

    Basal Tears: ଅନେକ ସମୟରେ ମଣିଷ ଶୋଇଥିବା ଅବସ୍ଥାରେ ପଲକ ପକାଇବା ସମୟରେ ଆଖିରୁ ଲୁହ ଝରିଥାଏ । ଏହାକୁ Basal Tears ବୋଲି କୁହାଯାଏ ।

    Reflex Tears: ବେଳେ ବେଳେ ରାସ୍ତାରେ ଯିବା ବେଳେ ଧୂଳି ଏବଂ ଧୂଆଁ ଯୋଗୁଁ ମଧ୍ୟ ଆଖିରୁ ଲୁହ ଆସିଯାଏ । ଏହିଭଳି ଲୁହକୁ Reflex Tears କୁହାଯାଏ । ଏହି ଲୁହ ଆଖିକୁ ସଫା ରଖିଥାଏ। କୌଣସି ବ୍ୟକ୍ତି ଏକ ଭାବନାରେ ଅନୁଭବ କରିବା ବେଳେ ଇମୋସନ ତାଙ୍କ ଉପରେ ଖୁବ ଭାରୀ ପଡିଥାଏ । ତେଣୁ ଏହି ସମୟରେ ଆଖରୁ ଲୁହ ଝରିଯାଉଥିବା ଲୁହକୁ Emotional Tears କୁହାଯାଏ । ଏହା ମସ୍ତିଷ୍କକୁ ଆରାମ ଦେଇଥାଏ ।

    କାନ୍ଦିବା ଦ୍ୱାରା କେଉଁ ଫାଇଦା ମିଳିଥାଏ?

    ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଯେତେବେଳେ କୌଣସି ମଣିଷଟିଏ କାନ୍ଦେ ନିଜର ଭାବନାକୁ ନିୟନ୍ତ୍ରଣରେ ରହିଥାଏ । ଯେଉଁଥିପାଇଁ ମାନସିକ ଚାପ କମ୍ ହୋଇଥାଏ । କାନ୍ଦିବା ଦ୍ୱାରା ଅକ୍ସିଟୋସିନ ଏବଂ ଏଣ୍ଡ୍ରୋର୍ଫିନ ହରମୋନ ମଧ୍ୟ ବହିଥାଏ । ଏହା ଯୋଗୁଁ ଶାରୀରିକ ଏବଂ ଭାବନାତ୍ମକ ଯନ୍ତ୍ରଣା କମ୍ ହୋଇଥାଏ । ଆଖିର ଲୁହରେ ଲାଇସୋଜିମ୍ ନାମକ ତରଳ ପଦାର୍ଥ ରହିଥାଏ, ଯାହା ହାନିକାରକ ବ୍ୟାକ୍ଟେରିଆ ନଷ୍ଟ କରି ଆଖିକୁ ସପା ରଖିବାରେ ସାହାଯ୍ୟ କରେ । Basal Tears ଯୋଗୁଁ ଆଖିର ମ୍ୟୁକସ ଶୁଖି ପାରେ ନାହିଁ ଏବଂ ଆପଣଙ୍କ ଆଖି ଲମ୍ବା ସମୟ ପର୍ଯ୍ୟନ୍ତ ସୁସ୍ଥ ରହିଥାଏ । ଏହାବ୍ୟତୀତ କାନ୍ଦିବା ଦ୍ୱାରା ଅନ୍ୟ ଭାବନାଗୁଡିକୁ ମଧ୍ୟ ସପୋର୍ଟ ମିଳିପାରିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1kmh
    100 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ