Friday, April 3, 2026
39.1 C
Odisha

    କାରାଗାରରେ ପରୀକ୍ଷା ଦେଲେ ୨୨ ନକ୍ସଲ, ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଉଦ୍ୟମ

    ଆଗକୁ ପଢନ୍ତୁ

    ରାଇଘର: ଛତିଶଗଡ଼ ଅନ୍ତର୍ଗତ କାଙ୍କେର ଜିଲ୍ଲା କାରାଗାରରେ ବନ୍ଦୀ ଥିବା ୨୨ ଜଣ ନକ୍ସଲ କଏଦୀ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଉଛନ୍ତି। ଛତିଶଗଡ଼ ଷ୍ଟେଟ୍ ଓପନ୍ ସ୍କୁଲ ପକ୍ଷରୁ କଏଦୀମାନଙ୍କୁ ଶିକ୍ଷାର ସଚେତନତା ବୃଦ୍ଧି ନିମନ୍ତେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡିଛି ।ଛତିଶଗଡ଼ ଷ୍ଟେଟ୍ ଓପନ୍ ସ୍କୁଲର ଶିକ୍ଷକ ୱାଜିଦ ଅଲିଙ୍କ କହିବା ଅନୁଯାୟୀ ଗତ ତିନି ବର୍ଷ ଧରି ଏହି ସ୍କୁଲ କଏଦୀମାନଙ୍କୁ ପ୍ରେରଣା ଦେଇ ଆସୁଛି ଏବଂ ସେମାନଙ୍କୁ ପରୀକ୍ଷାରେ ସୁଯୋଗ ଦେଉଛି l ଯାହା ଦ୍ୱାରା ଆଗାମୀ ଦିନରେ ସେମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ l କାଙ୍କେର କାରାଗାରରେ ନକ୍ସଲ ମାମଲାରେ ଥିବା କଏଦୀମାନେ ଚଳିତ ବର୍ଷ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଉଛନ୍ତି। ପରୀକ୍ଷା ଦେବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜେଲରୁ ବାହାରକୁ ଯାଇ ସେମାନେ ଆଗାମୀ ଦିନରେ ନିଜକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ପାରିବେ l ଏଥିପାଇଁ ଏକମାତ୍ର ପଦକ୍ଷେପ ହେଉଛି ଶିକ୍ଷା ଏବଂ ଜେଲରେ ଥିବା କଏଦୀମାନେ ଏବେ ଏହାକୁ  ବହୁତ ଭଲ ଭାବରେ ବୁଝି ସାରିଛନ୍ତି।

    ଏହି ପରି ପେପ୍ରେକ୍ଷୀରେ ଜେଲରେ ବନ୍ଦୀ ଥିବା ୨୨ ଜଣ ନକ୍ସଲ କଏଦୀ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଉଛନ୍ତି। ଏଥିପାଇଁ ସେମାନଙ୍କୁ ମାଗଣାରେ ପୁସ୍ତକ ଯୋଗାଇ ଦିଆଯାଉଛି ଏବଂ ଫଳାଫଳ ମଧ୍ୟ ଭଲ ଆସୁଛି। କଏଦୀମାନେ ଭଲ ନମ୍ବର ରଖି ପାସ୍ କରୁଛନ୍ତି। ପ୍ରତି ବର୍ଷ ଏହି ଉଦ୍ୟମ ଜିଲ୍ଲା ପ୍ରଶାସନ ଏବଂ ଜେଲ ପରିଚାଳନାର ଶିକ୍ଷକମାନଙ୍କ ଦ୍ୱାରା କରାଯାଉଛି। କାଙ୍କେର ଜିଲ୍ଲା ଜେଲ୍ ଅଧୀକ୍ଷକ ପି ରେଣୁ ଧ୍ରୁବ କହନ୍ତି ଯେ ବିଶେଷକରି ନକ୍ସଲ କଏଦୀମାନେ ଜଙ୍ଗଲରେ ଜୀବନ ବିତାଇଥାନ୍ତି ଏବଂ ଶିକ୍ଷା ସହିତ ସେମାନଙ୍କର ବହୁତ କମ୍ ସମ୍ପର୍କ ଥାଏ l ତେଣୁ ଜେଲକୁ ଆସିବା ପରେ ସେମାନଙ୍କୁ ଅତି କମରେ ସାକ୍ଷର କରିବା ପାଇଁ ପ୍ରୟାସ କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ