Saturday, October 10, 2026
30.1 C
Odisha

    ଦେଶରେ ୨୨ ଲକ୍ଷ ଡ୍ରାଇଭରଙ୍କ ଅଭାବ: ୬୦ ଲକ୍ଷ ଲୋକଙ୍କୁ କିପରି ଚାକିରି ମିଳିବ କହିଲେ ଗଡକରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ, ଦେଶରେ ୨୨ ଲକ୍ଷ ଦକ୍ଷ ଡ୍ରାଇଭରଙ୍କ ଅଭାବ ରହିଛି। ଗୁରୁବାର ଦିନ ସେ, ଲୋକସଭାରେ କହିଥିଲେ ଯେ, ଉପଯୁକ୍ତ ତାଲିମ ସୁବିଧା ଅଭାବରୁ ଅନେକ ଦୁର୍ଘଟଣା ଘଟୁଛି।ପ୍ରଶ୍ନକାଳରେ ଗଡକରୀ କହିଥିଲେ, କେନ୍ଦ୍ର ସରକାର ଡ୍ରାଇଭରମାନଙ୍କ ପାଇଁ ତାଲିମ ପ୍ରତିଷ୍ଠାନ ସ୍ଥାପନ କରିବା ପାଇଁ୪୫୦୦ କୋଟି ଟଙ୍କାର ଏକ ଯୋଜନା ଆରମ୍ଭ କରିଛନ୍ତି।କେନ୍ଦ୍ରମନ୍ତ୍ରୀ କହିଛନ୍ତି, ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ଭାରତରେ ୨୨ ଲକ୍ଷ ଡ୍ରାଇଭରଙ୍କ ଅଭାବ ରହିଛି। ଦେଶରେ ଉପଯୁକ୍ତ ଡ୍ରାଇଭିଂ ତାଲିମ ସୁବିଧାର ମଧ୍ୟ ଅଭାବ ଅଛି, ଯାହା ଫଳରେ ଅନେକ ଦୁର୍ଘଟଣା ଏବଂ ମୃତ୍ୟୁ ଘଟୁଛି।କ୍ଲଷ୍ଟର ପଦ୍ଧତି ସମେତ ଇନଷ୍ଟିଚ୍ୟୁଟ୍ ଅଫ୍ ଡ୍ରାଇଭିଂ ଟ୍ରେନିଂ ଆଣ୍ଡ୍ ରିସର୍ଚ୍ଚ (ଅଇଡିଟିଆର), ଆଞ୍ଚଳିକ ଡ୍ରାଇଭିଂ ତାଲିମ କେନ୍ଦ୍ର (ଆରଡିଟିସି) ଏବଂ ଡ୍ରାଇଭିଂ ତାଲିମ କେନ୍ଦ୍ର (ଡିଟିସି) ସ୍ଥାପନ ପାଇଁ ଉପଯୁକ୍ତ ପ୍ରସ୍ତାବ ପଠାଇବାକୁ ଅନୁରୋଧ କରାଯାଇଛି।

    ମନ୍ତ୍ରୀ କହିଛନ୍ତି ଯେ, ପ୍ରତିବର୍ଷ ପ୍ରାୟ ୧.୮ ଲକ୍ଷ ଲୋକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥାନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅନେକ ଭଲଭାବେ ଡ୍ରାଇଭିଂ ଜାଣି ନଥିବା ଡ୍ରାଇଭରଙ୍କ ଯୋଗୁ ମୃତ୍ୟୁବରଣ କରିଥାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    55 %
    3.3kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ