Monday, September 28, 2026
27.5 C
Odisha

    କାର୍ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ଜଳିଗଲା ୪୦୦ରୁ ଅଧିକ ଗାଡ଼ି

    ଆଗକୁ ପଢନ୍ତୁ

    ଖବର ମୁତାବକ, ନାଗପୁର ଗ୍ରାମୀଣ ଅଞ୍ଚଳରେ ଖେରୀ-କହ୍ନାନ ମାର୍ଗ ସ୍ଥିତ ତାରାନଗରରେ ଥିଲା ଗୋଦାମ । ମନୋଜ ନାଗଦେବେ ଏବଂ ତାଙ୍କ ସହଯୋଗୀ ଦ୍ବାରା ପୁରୁଣା କାର୍ ଡିଲ୍ କରାଯାଉଥିଲା । ଗୋଦାମରେ ମରାମତି ହେଉଥିବା ସେକେଣ୍ଡହ୍ୟାଣ୍ଡ କାର୍ ଛଡା ଅନ୍ୟ ଖରାପ ଗାଡିର ସ୍ପେୟାର ପାର୍ଟସ, ଟାୟାର ଏବଂ ଅନ୍ୟ ସବୁ ଜିନିଷ ରଖାଯାଇଥିଲା ।

    ଗତକାଲି ଅପରାହ୍ନରେ ହଠାତ୍ ଗୋଦାମରେ ନିଆଁ ଲାଗିଯାଇଥିଲା । କିଛି ମିନିଟରେ ନିଆଁ ଲାଗି ସଂପୂର୍ଣ୍ଣ ଗୋଦାମ ଜଳିପୋଡି ନଷ୍ଟ ହୋଇଯାଇଥିଲା । ଘଟଣା ସ୍ଥଳରେ ଥିବା କର୍ମଚାରୀ ତୁରନ୍ତ ଦମକଳ ବାହିନୀକୁ ସୂଚନା ଦେଇଥିଲେ । ନିଆଁ ଲାଗିବା ଦେଖି ସ୍ଥାନୀୟ ଅଞ୍ଚଳର ଲୋକ ଭୟଭୀତ ହୋଇଯାଇଥିଲେ । ଘଟଣଶ ସ୍ଥଳରେ ୧୫ରୁ ଅଧିକ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତକରିଥିଲା । କଠିନ ପରିଶ୍ରମ କରିବା ପରେ ଗୋଦାମର ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ କାରଖାନାରେ ନିଆଁ କିଭଳି ଲାଗିଲା, ତାହା ଏଯାଏଁ ଜଣାପଡିନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    75 %
    2.2kmh
    7 %
    Mon
    29 °
    Tue
    30 °
    Wed
    29 °
    Thu
    30 °
    Fri
    31 °

    ସମ୍ବନ୍ଧିତ