Monday, September 28, 2026
23.6 C
Odisha

    କାଲିଠୁ ମା’ ସମଲେଶ୍ୱରୀଙ୍କ ପୀଠରେ ପାନ, ଗୁଟଖା, ମାଦକ ଦ୍ରବ୍ୟ ମନା

    ଆଗକୁ ପଢନ୍ତୁ

    ଆସନ୍ତାକାଲିଠୁ ମା ସମଲେଶ୍ବରୀଙ୍କ ପୀଠ ପରିସରରେ ମାଦକ ଦ୍ରବ୍ୟ , ପାନ ଗୁଟକା, ବିଡି, ସିଗାରେଟ ଆଦି ଦ୍ରବ୍ୟର ବ୍ୟବହାର ଉପରେ ରୋକ୍‌ ଲଗାଯାଇଛି। ଏନେଇ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କୌଣସି ପ୍ରକାର ମାଦକ ଦ୍ରବ୍ୟ ମନ୍ଦିର ପରିସର ଭିତରକୁ ନଆଣିବାକୁ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ନିଷ୍ପତ୍ତିକୁ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।

    ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ କୁହାଯାଇଛି ଯେ ମନ୍ଦିର ପରିସରର ପବିତ୍ରତା ଓ ପରିଚ୍ଛନ୍ନତା ସମସ୍ତ ଭକ୍ତଙ୍କ ଦାୟିତ୍ଵ। ଏଣୁ ଟ୍ରଷ୍ଟ ବୋର୍ଡ ସମସ୍ତ ଭକ୍ତ ତଥା ପୂଜକ ଓ କର୍ମଚାରୀ ମାନଙ୍କୁ ଅପିଲ କରିଛନ୍ତି କି ମାଦକ ଦ୍ରବ୍ୟର ବ୍ୟବହାର ନିଜେନ କରିବା ସହ ଅନ୍ୟ ମାନଙ୍କୁ ମଧ୍ୟ ଏନେଇ ସଚେତନ କରିନ୍ତୁ। ଏଥିସହିତ ମାଦକ ଦ୍ରବ୍ୟ ସେବନ କରି ମନ୍ଦିର ପରିସରରେ ଧରାପଡ଼ିଲେ ୫୦୦ ଟଙ୍କା ଜରିମାନା କରାଯିବ ବୋଲି ଟ୍ରଷ୍ଟ ବୋର୍ଡ ସଭାପତି ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ