Wednesday, April 8, 2026
24.2 C
Odisha

    କାଳୀଜାଈଙ୍କ ପୀଠରେ ମକର ମେଳା: ଭକ୍ତଙ୍କ ପ୍ରବଳ ଭିଡ଼

    ଆଗକୁ ପଢନ୍ତୁ

    ଚିଲିକା   :  ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ କାଳୀଜାଈଙ୍କ ପୀଠରେ ମକର ମେଳା ଆରମ୍ଭ ହୋଇଛି। ଏହି ମେଳାକୁ ପାରିକୁଦ ରାଜସାହେବ ଉଦଘାଟିତ କରିଥାନ୍ତି। ମତ୍ସ୍ୟଜୀବୀଙ୍କ ସେ ହେଉଛନ୍ତି ଆରାଧ୍ୟl ଦେବୀ। ଚିଲିକାକୁ ମାଛ ଧରିବା ପାଇଁ ଯାଉଥିବାବେଳେ ପ୍ରଥମେ ମା’ଙ୍କୁ ମୁଣ୍ଡିଆ ମାରି ଯାଇଥାନ୍ତି। ଏହି ମେଳାକୁ ଧୀରେ ଧୀରେ ଭକ୍ତଙ୍କ ଭିଡ଼ ଜମିବାରେ ଲାଗିଛି। ଅସହ୍ୟ ଶୀତରେ ମଧ୍ୟ ମା’ଙ୍କ ଦର୍ଶନ ପାଇଁ କୃଷ୍ଣପ୍ରସାଦ, ସାତପଡା, ରମ୍ଭା, ବଡକୁଳ, ବାଲୁଗାଁ, ନଈରୀ, ବଉଳବନ୍ଧ ଆଦି ଚିଲିକାରୁ ଡ଼ଙ୍ଗା, ଲଞ୍ଚ ଆଦିରେ ଭକ୍ତମାନେ ଧାଡି ବାନ୍ଧି ଛନ୍ତି। ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ହୋଇଛି। ଦମକଳ ବାହିନୀ, ପୋଲିସ ସୁରକ୍ଷା, ଓଡ୍ରାଫ ଟିମ, ସ୍ବାସ୍ଥ୍ୟ ବିଭାଗ, ସମସ୍ତେ ସଚେତନ ରହିଛନ୍ତି। ଭକ୍ତମାନେ ଶାନ୍ତି ଶୃଙ୍ଖଳା ସହ ବାରିକେଟରେ ଧାଡି ବାନ୍ଧି ଦର୍ଶନ କରିବା ସହ ଭୋଗ ମଧ୍ୟ କରୁଛନ୍ତି। ମାନସିକ ପୂରଣ ନିମନ୍ତେ ଉକ୍ତ ପୀଠରେ କୁକୁଡ଼ା, ଛେଳି ଆଦି ଜୀବଙ୍କୁ ହତ୍ୟା ନ କରି ଛାଡିଥାନ୍ତି। ରାତିରେ ମନୋରଞ୍ଜନ ନିମନ୍ତେ ଭଜନର ବ୍ୟବସ୍ଥା ଥିବା ଜଣାପଡିଛି। ସକାଳୁ ସକାଳୁ ଭକ୍ତଙ୍କ ଭିଡ଼ ବୃଦ୍ଧି ପାଉଥିବାବେଳେ ପାରିକୁଦ ରାଜସାହେବ ସନ୍ତୋଷ କୁମାର ମାନସିଂହ ଦିବା ୧୨ ସମୟରେ ଉତ୍ସବକୁ ଉଦଘାଟନ କରିବା ଜଣାପଡିଛି।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.2 ° C
    24.2 °
    24.2 °
    77 %
    1.5kmh
    0 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ