Saturday, March 14, 2026
38.1 C
Odisha

    କାଳ ସାଜିଲା ଗରିବୀ। ନିଜର ଜନ୍ମକଲା ୩ ଦିନର ଶିଶୁପୁତ୍ରକୁ ବିକ୍ରି କରିଦେଲା ମାଆ।

    ଆଗକୁ ପଢନ୍ତୁ

    ବଲାଙ୍ଗୀର : କଅଁଳା ଶିଶୁପୁତ୍ରକୁ ବିକ୍ରି କରିଦେଲା ମା’। ଚଳିବା ପାଇଁ ଅଭାବ ହେବାରୁ ୩ ଦିନର ଶିଶୁପୁତ୍ରକୁ ଅନ୍ୟ ହାତରେ ଟେକି ଦେଲା ଜନ୍ମକଲା ମା’। ଏପରି ଏକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲାରୁ।

    ଗତ ୬ ତାରିଖ ଦିନ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଜଣେ ଗର୍ଭବତୀ ମହିଳା ଭର୍ତ୍ତି ହୋଇଥିଲେ। ଆଉ ସେହିଦିନ ହିଁ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ହେଲେ ୩ ଦିନ ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଡ କରାଯାଇଥିଲା। ଅର୍ଥାତ୍ ଗତକାଲି ମହିଳା ଜଣଙ୍କ ହସ୍ପିଟାଲରୁ ଘରକୁ ଆସିଥିଲେ। ହେଲେ ସେ ଘରକୁ ଆସୁ ଆସୁ ତାଙ୍କର ୩ ଦିନର ଶିଶୁପୁତ୍ରକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି। ଏପରିକି ଅଭାବୀ ପାଇଁ ନିଜ ପିଲାକୁ ଜଣେ ମା’ ବିକ୍ରି କରିଦେଇଥିବା ସୂଚନା ମିଳିଛି।ଏନେଇ ମହିଳାଜଣଙ୍କୁ ପଚରା ଯିବାରୁ ସେ କହିଛନ୍ତି ଚଳିବା ପାଇଁ ଅସୁବିଧା ହେବାରୁ ସେ ଜଣେ ସମ୍ପର୍କୀୟଙ୍କୁ ପିଲାର ଳାଲନ ପାଳନ କରିବାକୁ ଦେଇଦେଇଛନ୍ତି।

    ତେବେ କ’ଣ ପାଇଁ ଏବଂ କେଉଁ ପରିସ୍ଥିତିରେ ଶିଶୁପୁତ୍ରଟିକୁ ଅନ୍ୟ ଜଣଙ୍କୁ ଟେକିଦିଲେ ସେନେଇ କାହା ପାଖରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଏନେଇ CWC କିମ୍ୱା ପୋଲିସ ତରଫରୁ କୌଣସି ପ୍ରିତିକ୍ରିୟା ମିଳିନି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.1 ° C
    38.1 °
    38.1 °
    9 %
    4.3kmh
    0 %
    Sat
    37 °
    Sun
    38 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ