Sunday, April 12, 2026
24.1 C
Odisha

    କାଶ୍‌‌ଭି ଗ୍ରୁପ ପରିଚାଳନା ନିର୍ଦ୍ଦେଶକ ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିିତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଭୁବନେଶ୍ୱରଠାରେ ସଦ୍ୟ ଅନୁଷ୍ଠିତ ତୃତୀୟ ମାଇନିଂ ଆଣ୍ଡ ଇନ୍‌‌ଫ୍ରାଷ୍ଟ୍ରକଚର କନକ୍ଲେଭରେ ସଷ୍ଟେନେବଲ ମାଇନିଂ ଆୱାର୍ଡ଼ ବିଭାଗରେ ଉତ୍କୃଷ୍ଟତା ପାଇଁ କାଶ୍‌‌ଭି ଗ୍ରୁପ ପରିଚାଳନା ନିର୍ଦ୍ଦେଶକ ଇଂ ଦେବବ୍ରତ ବେହେରାଙ୍କୁ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିିତ କରିଛନ୍ତି। ଇଂ ବେହେରା ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ଯେତିକି ପରିଚିତ ଜଣେ ସମାଜସେବୀ ଭାବେ ଅନୁରୂପ ଭାବେ ବେଶ୍‌‌ ଖ୍ୟାତି ଅର୍ଜନ କରିଛନ୍ତି। ଗରୀବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ଆର୍ଥିକ ସହାୟତାଠାରୁ ଆରମ୍ଭ କରି ଦୁରାରୋଗ୍ୟ ରୋଗରେ ପୀଡିତଙ୍କୁ ଚିକିତ୍ସା ସହାୟତାର ହାତ ବଢାଇ ନିଜର ବଦାନ୍ୟତା ବଜାୟ ରଖିଛନ୍ତି। ଏହା ପୂର୍ବରୁ ସେ ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କଠାରୁ ମଧ୍ୟ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିିତ ହୋଇଥିବାବେଳେ ଏଭଳି ସମ୍ବର୍ଦ୍ଧନା ଆଗକୁ କାମ କରିବାକୁ ଅଧିକ ପ୍ରେରଣା ଦେବ ବୋଲି ପ୍ରତିକ୍ରିୟାରେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.1 ° C
    24.1 °
    24.1 °
    17 %
    1.4kmh
    0 %
    Sun
    40 °
    Mon
    41 °
    Tue
    42 °
    Wed
    44 °
    Thu
    43 °

    ସମ୍ବନ୍ଧିତ