Thursday, October 15, 2026
22.6 C
Odisha

    ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମରିସସ୍‌ର ସର୍ବୋଚ୍ଚ ସମ୍ମାନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମରିସସ୍‌ର ସର୍ବୋଚ୍ଚ ସମ୍ମାନ ‘ଦ ଗ୍ରାଣ୍ଡ କମାଣ୍ଡର ଅଫ୍ ଦ ଅର୍ଡର ଅଫ୍ ଦ ଷ୍ଟାର ଆଣ୍ଡ କି ଅଫ୍‌ ଦ ଇଣ୍ଡିଆନ ଓସେନ୍‌’ ପ୍ରଦାନ ଲାଗି ଘୋଷଣା କରାଯାଇଛି। ମରିସସ୍‌ ପ୍ରଧାନମନ୍ତ୍ରୀ ନବୀନଚଦ୍ର ରାମଗୁଲାମ ମଙ୍ଗଳବାର ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବା ସମ୍ପର୍କରେ ଘୋଷଣା କରିଛନ୍ତି। ମରିସସ୍‌ର ଜାତୀୟ ଦିବସ ଉତ୍ସବରେ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ମରିସସ୍‌ର ଏହି ସର୍ବୋଚ୍ଚ ସମ୍ମାନ ପାଇବାରେ ମୋଦୀ ହେଉଛନ୍ତି ପ୍ରଥମ ଭାରତୀୟ। ମରିସସ୍‌ର ସର୍ବୋଚ୍ଚ ସମ୍ମାନ ପ୍ରଦାନ ଲାଗି ରାମଗୁଲାମଙ୍କ ଘୋଷଣାକୁ ମୋଦୀ ସାଦର ଗ୍ରହଣ କରିବା ସହିତ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୋଦୀ କହିଛନ୍ତି ଯେ ଏହି ନିଷ୍ପତ୍ତିକୁ ମୁଁ ସାଦର ଗ୍ରହଣ କରୁଛି। ଏହି ସମ୍ମାନ ଭାରତ ଓ ମରିସସ୍‌ର ସମ୍ପର୍କକୁ ଆହୁରି ନିବିଡ କରିବ। ମୋଦୀ ମରିସସ୍‌ର ଜାତୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ମଙ୍ଗଳବାର ଠାରୁ ମୋଦୀ ଦୁଇଦିନିଆ ମରିସସ୍‌ ଗସ୍ତରେ ଯାଇଛନ୍ତି। ଗସ୍ତର ପ୍ରଥମ ଦିନରେ ମୋଦୀ ପାମ୍ପଲମୋସେସ୍‌ର ସାର୍ ସିୱସାଗର୍ ରାମଗୁଲାମ ବୋଟାନିକ୍ ଗାର୍ଡେନ୍‌ରେ ସାର୍ ସିୱସାଗର୍ ରାମଗୁଲାମ ଏବଂ ସାର୍ ଅନିରୁଦ୍ଧ ଜଗନ୍ନାଥଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ମାଲ୍ୟାର୍ପଣ ସମାରୋହରେ ମୋଦୀଙ୍କ ସହ ମରିସସ୍‌ର ପ୍ରଧାନମନ୍ତ୍ରୀ ରାମଗୁଲାମ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ମରିସସ୍‌ର ପ୍ରଗତି ଏବଂ ଭାରତ-ମରିସସ୍ ସମ୍ପର୍କ ପାଇଁ ଏକ ଦୃଢ଼ ଭିତ୍ତିଭୂମି ନିର୍ମାଣରେ ଦୁଇ ନେତାଙ୍କ ଯୋଗଦାନକୁ ମନେ ପକାଇଥିଲେ। ଏହା ପୂର୍ବରୁ ମୋଦୀ ମରିସସ୍‌ର ରାଷ୍ଟ୍ରପତି ଧରମବୀର ଗୋକୁଳଙ୍କୁ ଓ ମରିସସ୍‌ର ପ୍ରଥମ ମହିଳା ବୃନ୍ଦା ଗୋକୁଳଙ୍କୁ ସାକ୍ଷାତ କରିଥିଲେ। ସାକ୍ଷାତ କାଳରେ ମୋଦୀ ସେମାନଙ୍କୁ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମର ପବିତ୍ର ଜଳ, ବିହାରର ମଖାନା ଓ ଭଗବାନ ଗଣେଶଙ୍କ ପ୍ରତିମୂର୍ତ୍ତି ଉପହାର ଦେଇଥିଲେ। ଏହି ଅବସରରେ ରାଷ୍ଟ୍ରପତି ଗୋକୁଳ ଓ ପ୍ରଥମ ମହିଳା ବୃନ୍ଦାଙ୍କୁ ଓସିଆଇ କାର୍ଡ ପ୍ରଦାନ କରିଥିଲେ। ସେହିପରି ପ୍ରଥମ ମହିଳା ବୃନ୍ଦାଙ୍କୁ ବନାରସୀ ଶାଢି ଉପହାର ଦେଇଥିଲେ। ସାକ୍ଷାତ ପରେ ମୋଦୀଙ୍କୁ ରାଷ୍ଟ୍ରପତି ଗୋକୁଳ ରାଜଭବନରେ ରାଜକୀୟ ଭୋଜନରେ ଆପ୍ୟାୟିତ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.6 ° C
    22.6 °
    22.6 °
    97 %
    1.6kmh
    51 %
    Thu
    22 °
    Fri
    29 °
    Sat
    28 °
    Sun
    27 °
    Mon
    30 °

    ସମ୍ବନ୍ଧିତ