Tuesday, April 14, 2026
28.8 C
Odisha

    କାହିଁକି ହାତ ଯୋଡି କ୍ଷମା ମାଗିଲେ ମମତା

    ଆଗକୁ ପଢନ୍ତୁ

    ପଶ୍ଚିମବଙ୍ଗରେ ହୋଇଥିବା କୋଲକାତା ବଳାତ୍କାର-ହତ୍ୟା ଘଟଣା ବେଳକୁ ବେଳ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରୁଛି। ଏହି ମାମଲାକୁ ନେଇ ଧର୍ମଘଟ କରୁଥିବା ଡାକ୍ତରମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ବୈଠକ କରିବାକୁ ମନା କରି ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପଶ୍ଚିମବଙ୍ଗ ସରକାର ଆନ୍ଦୋଳନକାରୀ ଡାକ୍ତରମାନଙ୍କୁ ଆଲୋଚନା ପାଇଁ ଡାକିଥିଲେ। ଆନ୍ଦୋଳନକାରୀ ଡାକ୍ତରଙ୍କ ସହ କଥାବାର୍ତ୍ତା କରିବାକୁ ମମତା ବାନାର୍ଜୀ ମଧ୍ୟ ସେଠାରେ ପହଞ୍ଚିଥିଲେ। ସେ ୨ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିଥିଲେ ମଧ୍ୟ ଡାକ୍ତର କଥା ହେବାକୁ ଆସିନଥିଲେ। ଏହା ପରେ ମମତା ବାନାର୍ଜୀ କହିଛନ୍ତି, ମୁଁ ହାତ ଯୋଡି ବଙ୍ଗଳାବାସୀଙ୍କୁ କ୍ଷମା ମାଗୁଛି ଯେ ଆମେ ଡାକ୍ତରମାନଙ୍କୁ କାମକୁ ଫେରାଇ ଆଣି ପାରିବୁ ନାହିଁ।
    ମମତା ବାନାର୍ଜୀ କହିଛନ୍ତି, ରାଜ୍ୟରେ ଚିକିତ୍ସା ଅଭାବରୁ ୨୭ଜଣଙ୍କର ମୃତ୍ୟୁ ହୋଇସାରିଲାଣି। କିନ୍ତୁ ଡାକ୍ତରମାନେ ଧର୍ମଘଟରେ ଅଛନ୍ତି। ମୁଁ ତିନିଥର ଚେଷ୍ଟା କଲି, କିନ୍ତୁ ଡାକ୍ତରଙ୍କ ସହ ସାକ୍ଷାତ ହୋଇପାରିଲା ନାହିଁ। ମମତା କହିଛନ୍ତି, ବର୍ତ୍ତମାନ ଯଦି କୌଣସି ବୈଠକ ହୁଏ ତେବେ ଏହା ମୁଖ୍ୟ ସଚିବ ଏବଂ ଅନ୍ୟ ଅଧିକାରୀଙ୍କ ସହ ହେବ।

    ସୂଚନାଯୋଗ୍ୟ, ମମତା ବାନାର୍ଜୀ ବିରୋଧ ପ୍ରଦର୍ଶନ କରୁଥିବା ଡାକ୍ତରମାନଙ୍କୁ ଏକ ବୈଠକ ପାଇଁ ଡାକିଥିଲେ। ଆଲୋଚନା ପାଇଁ ୧୫ ଜୁନିଅର ଡାକ୍ତରଙ୍କ ଏକ ପ୍ରତିନିଧୀ ଦଳ ଡକାଯାଇଥିଲା। ତେବେ ବୈଠକର ଲାଇଭ ଟେଲିକାଷ୍ଟ ଉପରେ ସରକାରଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହି କାରଣରୁ ଜୁନିୟର ଡାକ୍ତର ସଭା ସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଭିତରକୁ ଯାଇ ନଥିଲେ। ମମତା ବାନାର୍ଜୀ ସେଠାରେ ପ୍ରାୟ୨ ଘଣ୍ଟା ଅପେକ୍ଷା କରି ରହିଲେ। ଟେଲିକଷ୍ଟ ବିନା ବୈଠକ କରିବାକୁ ଡାକ୍ତରମାନେ ମନା କରିଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.8 ° C
    28.8 °
    28.8 °
    29 %
    2.1kmh
    0 %
    Mon
    29 °
    Tue
    41 °
    Wed
    43 °
    Thu
    44 °
    Fri
    43 °

    ସମ୍ବନ୍ଧିତ