Monday, July 28, 2025
25.7 C
Odisha

    କିଙ୍ଗଡମ୍ ଟ୍ରେଲର୍ ହେଲା ରିଲିଜ, ସୂର୍ଯ୍ୟ ଭୂମିକାରେ ନଜର ଆସିବେ ବିଜୟ ଦେବରକୋଣ୍ଡା

    ଆଗକୁ ପଢନ୍ତୁ

    ମୁମ୍ବାଇ : ବିଜୟ ଦେବରକୋଣ୍ଡାଙ୍କ ଫିଲ୍ମ କିଙ୍ଗଡମ୍ ର ଟ୍ରେଲର ହୋଇଛି ରିଲିଜ୍ । ଏହି ଟ୍ରେଲର ଦର୍ଶକଙ୍କୁ ରୋମାଞ୍ଚ ଏବଂ ଭାବପ୍ରବଣତାକୁ ନେଇଯିବାକୁ ପ୍ରସ୍ତୁତ ରହିଛି । ଗୌତମ ତିନିନାନୁରୀଙ୍କ ନିର୍ଦ୍ଦେଶିତ ଏହି ସ୍ପାଇ-ଆକ୍ସନ୍ ଡ୍ରାମା ଜୁଲାଇ ୩୧ ତାରିଖରେ ସିନେମା ହଲ୍‌କୁ ଆସିବାକୁ ଯାଉଛି । ବିଜୟ ନିକଟରେ ସୋସିଆଲ ମିଡିଆରେ ଏକ ପୋଷ୍ଟର ସେୟାର କରି ଟ୍ରେଲର ରିଲିଜ୍ ଘୋଷଣା କରିଛନ୍ତି । ତିରୁପତିରେ ଏହି ଟ୍ରେଲର ଲଞ୍ଚ ହୋଇଥିଲା । ଟ୍ରେଲରଟି ଦର୍ଶକଙ୍କୁ ଆକ୍ସନ୍, ଭାବପ୍ରବଣତା ଏବଂ ବଳିଦାନରେ ଏକ କାହାଣୀର ଝଲକ ଦେଖେଇବାକୁ ଚେଷ୍ଟା କରିଛି ।

    ତେବେ ଏହି ଟ୍ରେଲରରେ ବିଜୟ ଦେବରକୋଣ୍ଡା ସୂର୍ଯ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଯିଏ ଜଣେ ଗୁପ୍ତଚର ଏବଂ ଏକ ଗୁପ୍ତ ମିଶନର ଏକ ଅଂଶ ଭାବରେ ଅଭିନୟ କରିଛନ୍ତି । ବିଜୟ ଏହି ଚରିତ୍ରକୁ ଅଭିନୟରେ ଜୀବନ୍ତ କରିଛନ୍ତି । ବିଜୟଙ୍କ ଶରୀର ଭାଷା, ଅଭିନୟ ଏବଂ କାର୍ଯ୍ୟରେ ଆତ୍ମବିଶ୍ୱାସ ଦର୍ଶକଙ୍କୁ ମୋହିତ କରିଥାଏ ।

    ଟ୍ରେଲରରେ ଜବରଦସ୍ତ ଆକ୍ସନ୍ ସିକ୍ୱେନ୍ସ ସହିତ ଗଭୀର ଭାବପ୍ରବଣ ମୁହୂର୍ତ୍ତ ମଧ୍ୟ ରହିଛି ଯାହା ଫିଲ୍ମର ଗଭୀରତାକୁ ପ୍ରକାଶ କରୁଛି । ନିର୍ମାତାମାନେ X ରେ ଟ୍ରେଲର ସେୟାର କରି ଲେଖିଛନ୍ତି, ‘ଆଗ୍ନି ଏବଂ କ୍ରୋଧର ରାଜ୍ୟରେ, ଜଣେ ନୂତନ ଶାସକ ଆସୁଛନ୍ତି । କିଙ୍ଗଡମର ଟ୍ରେଲର ଏବେ ରିଲିଜ୍ ହୋଇଛି । ଏହି ଟ୍ରେଲରରେ କ୍ରୋଧ-ଚାଳିତ, ଭାବପ୍ରବଣ କାହାଣୀ ଦେଖିବାକୁ ମିଳୁଛି । ଯେଉଁଠାରେ ଜଣେ ବ୍ୟକ୍ତି ନିଜ ଭାଗ୍ୟ ପାଇଁ ସଂଘର୍ଷ କରୁଛନ୍ତି । ଏହି ଫିଲ୍ମ କିଙ୍ଗଡମ ଜୁଲାଇ ୩୧ରେ ଥିଏଟରରେ ରିଲିଜ୍ ହେବ ।

    କିଙ୍ଗଡମ୍’ର କାହାଣୀ ଶ୍ରୀଲଙ୍କା ଗୃହଯୁଦ୍ଧ ଉପରେ ଆଧାରିତ ହୋଇଛି । ଯାହା ଗୁପ୍ତଚର, ଭାଇଚାରା ଏବଂ ତ୍ୟାଗର ଏକ ଅନନ୍ୟ କାହାଣୀ ଉପସ୍ଥାପନ କରୁଛି । ଟ୍ରେଲରରେ ବିଜୟ ଏବଂ ସତ୍ୟଦେବଙ୍କ ଚରିତ୍ରମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ହୋଇଛି ।

    ଏହି ଫିଲ୍ମରେ ବିଜୟ ଦେବରକୋଣ୍ଡାଙ୍କ ସହିତ ଭାଗ୍ୟଶ୍ରୀ ବୋର୍ସେ ଏବଂ ସତ୍ୟଦେବ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମଟି ହିନ୍ଦୀ ଭାଷାଭାଷୀ ଦର୍ଶକଙ୍କ ପାଇଁ ‘ସାମରାଜ୍ୟ’ ଶୀର୍ଷକରେ ରିଲିଜ ହେବ , ଯାହାକୁ ଆଦିତ୍ୟ ଭାଟିଆ ଏବଂ ଅତୁଲ ରାଜାନି ଉପସ୍ଥାପନ କରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.7 ° C
    25.7 °
    25.7 °
    82 %
    2.9kmh
    100 %
    Sun
    26 °
    Mon
    29 °
    Tue
    24 °
    Wed
    25 °
    Thu
    31 °

    ସମ୍ବନ୍ଧିତ