Friday, April 3, 2026
33.6 C
Odisha

    କିଟ୍‍ ଓ କିସ୍‍ ପରିଦର୍ଶନରେ ଆସି ଭୂୟସୀ ପ୍ରଶଂସା ୟୁରୋପୀୟ ସଂଘ ପ୍ରତିନିଧିମଣ୍ଡଳ, ଡ. ସାମନ୍ତଙ୍କ ଉଦ୍ୟମକୁ କଲେ ପ୍ରଶଂସା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କିଟକୁ ୟୁରୋପୀୟ ସଂଘ ପ୍ରତିନିଧିମଣ୍ଡଳର ଭୂୟସୀ ପ୍ରଶଂସା । କିଟ୍‍ ର ଶିକ୍ଷା, ଗବେଷଣା ଓ ନବସର୍ଜନା ବ୍ୟବସ୍ଥା ଏବଂ ଏଥିପାଇଁ ଥିବା ବ୍ୟାପକ ଭିତ୍ତିଭୂମି ପରିଦର୍ଶନ ପରେ ଭୂୟସୀ ପ୍ରଶଂସା କରିଛନ୍ତି । କିଟ୍‍ ଓ କିସ୍‍ ପରିଦର୍ଶନରେ ଆସିଥିବା ୟୁରୋପୀୟ ସଂଘର ୧୦ଜଣିଆ ପ୍ରତିନିଧିମଣ୍ଡଳ କିଟ୍‍ର ସମସ୍ତ କ୍ୟାମ୍ପସ୍‍ ଓ କିସ୍‍ ର ସମସ୍ତ ୟୁନିଟ୍‍ ପରିଦର୍ଶନ କରିଥିଲେ ।

    କିଟ୍‍ କ୍ୟାମ୍ପସ୍‍ ପରିଦର୍ଶନ ସମୟରେ ସେମାନେ କିଟ୍‍ ଟେକ୍ନୋଲୋଜି ବିଜନେସ୍‍ ଇନ୍‍କ୍ୟୁବେଟ୍‍ର (କିଟ୍‍-ଟିବିଆଇ)ରେ ଦୀର୍ଘ ସମୟ ଅତିବାହିତ କରିଥିଲେ । କିଟ୍‍ ଟିବିଆଇରେ ହେଉଥିବା ଅଭିନବ କାର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ଏହି ଅବସରରେ ପ୍ରତିନିଧିମଣ୍ଡଳ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଶିକ୍ଷା ଓ ଗବେଷଣା ପାଇଁ କିଟ୍‍ ରେ ବ୍ୟାପକ ଭିତ୍ତିଭୂିମି ଯୋଗାଇ ଦେଇଥିବାରୁ ସେମାନେ ଡ. ସାମନ୍ତଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ଡ. ସାମନ୍ତ ପ୍ରତିନିଧିମଣ୍ଡଳକୁ ସମ୍ବର୍ଦ୍ଧିତ କରି ସେମାନଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ ଫଳପ୍ରଦ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ । ପରେ କିଟ୍‍ ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍‍ର ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟରେ କାର୍ଯ୍ୟ କରୁଥିବା ଗବେଷକଙ୍କ ସହ ପ୍ରତିନିଧିମଣ୍ଡଳ ଦୀର୍ଘ ସମୟ ଆଲୋଚନା କରିଥିଲେ ।ଆସନ୍ତା ୧୭ ତାରିଖରେ ଭୁବନେଶ୍ୱରରେ ୟୁରୋପିଆନ୍‍ ରିସର୍ଚ୍ଚ ଡେ ପାଳନ ହେବାକୁ ଯାଉଥିବା ବେଳେ ପ୍ରତିନିଧିମଣ୍ଡଳ ସେହି କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଥିରେ ଭାରତ ଓ ୟୁରୋପ ମଧ୍ୟରେ ଶିକ୍ଷା ଓ ଗବେଷଣା ଦିଗରେ ଦ୍ୱିପାକ୍ଷିକ ସହଯୋଗ ଉପରେ ଆଲୋକପାତ କରାଯିବ। ଆଜିର କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କିଟ୍‍ ଉପକୁଳପତି ପ୍ରଫେସର ରାଜୁ କେ ଡି, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ