Wednesday, April 8, 2026
22.9 C
Odisha

    କିଟ କ୍ରୀଡ଼ା ମହାକୁମ୍ଭ ୪ର୍ଥ ଦିବସ, ତୀରନ୍ଦାଜୀ, ଯୋଗ ଓ ଦୌଡ଼କୁଦରେ ପ୍ରତିଭା ଦେଖାଇଲେ ଖେଳାଳି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କିଟରେ କ୍ରୀଡ଼ା ମହାକୁମ୍ଭର ୪ର୍ଥ ଦିବସରେ ତୀରନ୍ଦାଜୀ, ଯୋଗ ଓ ଦୌଡ଼କୁଦ ପ୍ରତିଯୋଗିତାରେ ଖେଳାଳିଙ୍କ ପ୍ରତିଭା ପ୍ରଦର୍ଶନ। କିଟ୍‍ ବିଶ୍ୱବିଦ୍ୟାଳୟରେ ଚାଲିଥିବା କ୍ରୀଡ଼ା ମହାକୁମ୍ଭ ୪ ଦିନରେ ପହଞ୍ଚିଛି । ୨୪ ତାରିଖରେ ରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟ ତୀରନ୍ଦାଜୀ ଓ ଯୋଗ ଚାମ୍ପିଅନ୍‍ସିପ୍‍ ୨୦୨୪-୨୫ ଉଦ୍‍ଘାଟିତ ହୋଇଥିବା ବେଳେ ୨୬ ତାରିଖରେ ଉଦ୍‍ଘାଟିତ ହୋଇଛି ଆନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତା ।

    ଆଜି ତୀରନ୍ଦାଜୀ ପ୍ରତିଯୋଗିତା ଶେଷ ହୋଇଥିବା ବେଳେ ୨୮ ତାରିଖରେ ଶେଷ ହେବ ଯୋଗ ପ୍ରତିଯୋଗିତା। ୩୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ଦୌଡ଼କୁଦ ପ୍ରତିଯୋଗିତା। ଏହି ମହାକୁମ୍ଭରେ ସମଗ୍ର ଭାରତର ପ୍ରାୟ ୯ଶହ ବିଶ୍ୱବିଦ୍ୟାଳୟରୁ ୧୫ ହଜାର ପ୍ରତିନିଧି ଯୋଗ ଦେଇଛନ୍ତି । ଖେଳାଳି ଓ ଅଫିସିଆଲଙ୍କ ମଧ୍ୟରେ ଅଲିମ୍ପିଆନ୍‍, ରାଜ୍ୟଗୋଷ୍ଠୀ କ୍ରୀଡ଼ାବିତ୍‍, ଅର୍ଜୁନ, ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା, ଅଲିମ୍ପିକ୍‍ କୋଚ ଅଛନ୍ତି ।

    ସେମାନଙ୍କ ପାଇଁ କିଟ୍‍ ଓ କିସରେ ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଛି । ସେମାନଙ୍କ ଗମନାଗମନ ପାଇଁ ବ୍ୟାପକ ବନ୍ଦୋବସ୍ତ ମଧ୍ୟ କରାଯାଇଛି। କିଟ୍‍ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ତୀରନ୍ଦାଜୀ ପ୍ରତିଯୋଗିତା ଚାଲୁଥିବା ବେଳେ ଦୂତିଚାନ୍ଦ ଆଥ୍‍ଲେଟିକ୍‍ ଗ୍ରାଉଣ୍ଡରେ ଚାଲୁଛି ଦୌଡ଼କୁଦ ଏବଂ ବିଜୁ ପଟ୍ଟନାୟକ ଇନ୍‍ଡୋର ଷ୍ଟାଡ଼ିୟମରେ ଚାଲୁଛି ଯୋଗାସନ ପ୍ରତିଯୋଗିତା ।

    ଏହି ଅବସରରେ ସମସ୍ତ ଖେଳାଳି କିଟର ବିଭିନ୍ନ କ୍ୟାମ୍ପସର ଆଲୋକମାଳା ଓ ଅନ୍ୟାନ୍ୟ ସୁବିଧା ଉପଭୋଗ କରି ଏଠାରେ ଦିଆଯାଉଥିବା ଅତିଥେୟତା ଓ ଅନ୍ତର୍ଜାତୀୟ ମାନର ଭିତ୍ତିଭୂମିକୁ ବେଶ ପ୍ରଶଂସା କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.9 ° C
    22.9 °
    22.9 °
    85 %
    1.8kmh
    18 %
    Wed
    38 °
    Thu
    37 °
    Fri
    39 °
    Sat
    39 °
    Sun
    40 °

    ସମ୍ବନ୍ଧିତ