Sunday, April 5, 2026
28 C
Odisha

    କିମ୍ସ ପକ୍ଷରୁ ଯାଜପୁର ବିରିପଟାରେ ଅନୁଷ୍ଠିତ ହୋଇଛି ତୃତୀୟ ମେଗା ସ୍ବାସ୍ଥ୍ୟ ଶିବିର

    ଆଗକୁ ପଢନ୍ତୁ

    ଯାଜପୁର : ଶିକ୍ଷାବିତ୍‍ ଓ ସମାଜସେବୀ ଡ. ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ ଗ୍ରାମାଞ୍ଚଳ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷ୍ୟରେ କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ ସାଇନସେସ୍‍ (କିମ୍‍ସ) ପକ୍ଷରୁ ପ୍ରତିବର୍ଷ ଓଡ଼ିଶାର ବିଭିନ୍ନ ସ୍ଥାନରେ ମେଗା ସ୍ୱାସ୍ଥ୍ୟମେଳା ଆୟୋଜନ କରାଯାଇଥାଏ । ଏଥିରେ ରୋଗୀମାନଙ୍କୁ ମାଗଣା ଡାକ୍ତରୀ ପରାମର୍ଶ ସହ କିମ୍‍ସ ପକ୍ଷରୁ ମାଗଣା ଔଷଧ ବଣ୍ଟନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା ବିରିପଟାଠାରେ କିମ୍‍ସ ପକ୍ଷରୁ ଏକ ବିଶାଳ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । ସକାଳ ୯ ଟାଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ଶିବିର ଚାଲିଥିବା ବେଳେ ଏହି ଶିବିରରେ ୫ ହଜାରରୁ ଊର୍ଦ୍ଧ୍ୱ ରୋଗୀ ଯୋଗ ଦେଇଥିଲେ । ସେମାନଙ୍କ ପାଇଁ କିମ୍ସ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ସହ ଆନୁଷଙ୍ଗିକ ଔଷଧ ଓ ବିଭିନ୍ନ ଟେଷ୍ଟିଂର ବ୍ୟବସ୍ଥା କରାଯାଇଥିଲା ।  ଏଥିରେ କିମ୍‍ସର ୨୫ରୁ ଉର୍ଦ୍ଧ୍ବ ବିଭାଗର ବିଶେଷଜ୍ଞ ଡାକ୍ତରଙ୍କ ସମେତ ବିଭିନ୍ନ ବିଭାଗର ଶହେରୁ ଊର୍ଦ୍ଧ୍ୱ ଡାକ୍ତର ଓ ସ୍ୱାସ୍ଥ୍ୟର୍କମୀ ଯୋଗଦେଇ ଲୋକମାନଙ୍କୁ ଚିକିତ୍ସା ପରାମର୍ଶ ସହ ବିନା ଦେୟରେ ଔଷଧ ବଣ୍ଟନ ଓ ବିଭିନ୍ନ ପ୍ରକାରର ପରୀକ୍ଷା ନିରୀକ୍ଷା ମଧ୍ୟ କରିଥିଲେ ।

    ଯାଜପୁର ଦଶରଥପୁର ବ୍ଲକ ବିରିପଟାସ୍ଥିତ ବିରିପଟା ସରକାରୀ ଉଚ୍ଚ ବିଦ୍ୟାଳୟରେ କିମ୍ସ ପକ୍ଷରୁ ଉଦଘାଟିତ ହୋଇଛି ତୃତୀୟ ମେଗା ସ୍ବାସ୍ଥ୍ୟ ଶିବିର । ମନ୍ମଥ ଧଳ ଡିଗ୍ରୀ କଲେଜ ଆନୁକୁଲ୍ୟରେ ଆୟୋଜିତ ଏହି ସ୍ବାସ୍ଥ୍ୟ ଶିବିର କୁ କିଟ୍ କିସ୍ ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ ଡ. ଅଚ୍ୟୁତ ସାମନ୍ତ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ତାପସ ରଞ୍ଜନ ଦେଉରୀ ଯୋଗ ଦେଇ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଡ. ସାମନ୍ତଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିଥିଲେ ।  ଏହି ଅବସରରେ ବରିଷ୍ଠ ଭେଷଜ ବିଶେଷଜ୍ଞ ସି.ବି.କେ. ମହାନ୍ତି, ଡିଗ୍ରୀ କଲେଜର ପ୍ରତିଷ୍ଠାତା ବିଜୟ ଧଳ, ସ୍ଥାନୀୟ ସରପଞ୍ଚ ଗାୟତ୍ରୀ ନାୟକ, ସମାଜସେବୀ ରମେଶ ସାମଲ ପ୍ରମୁଖ ଯୋଗ ଦେଇ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଏଭଳି ମେଗା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ।

    ସୁଦୂର ଭୁବନେଶ୍ବର ସ୍ଥିତ କିମସରୁ ମେଡିସିନ, ହୃଦରୋଗ, ଚର୍ମ ରୋଗ, ରିମାଟୋଲୋଜି, ୟୁରୋଲୋଜି ସମେତ ୨୫ରୁ ଉର୍ଦ୍ଧ୍ବ ବିଭାଗର ଓଡିଶାର ଆଗଧାଡିର ବିଶେଷଜ୍ଞ ଡାକ୍ତର ଏବଂ ୨୦୦ରୁ ଊର୍ଦ୍ଧ୍ଵ ପାରାମେଡିକାଲ ଷ୍ଟାଫ ବିରିପଟା ଭଳି ଏକ ଗ୍ରାମକୁ ଆସି ଲୋକମାନଙ୍କୁ ଉତ୍ତମମାନର ସ୍ୱାସ୍ଥ୍ୟ ସେବା ଯୋଗଇ ଦେଇଛନ୍ତି । ଏହି ଶିବିରରେ ସମସ୍ତଙ୍କ ପାଇଁ ଏକ୍ସରେ, ଇସିଜି ଠାରୁ ଆରମ୍ଭ କରି ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା, ରକ୍ତ ପରୀକ୍ଷା ସହ ମେଡିସିନ ଯୋଗାଇ ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି । ୫୦୦୦ରୁ ଉର୍ଦ୍ଧ ଗ୍ରାମବାସୀଙ୍କୁ ଏହି ଶିବିରରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା । ଏଭଳି ମେଗା ଆୟୋଜନ ପାଇଁ  ସମସ୍ତେ କିଟ୍ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28 ° C
    28 °
    28 °
    51 %
    2.6kmh
    33 %
    Sun
    30 °
    Mon
    38 °
    Tue
    37 °
    Wed
    38 °
    Thu
    36 °

    ସମ୍ବନ୍ଧିତ