Saturday, March 15, 2025
25.6 C
Odisha

    କିସ୍‍ ଆଥଲେଟିକ୍‍ ଷ୍ଟାଡିୟମରେ ଚାଲିଛି ୩୧ତମ ଶ୍ରୀ ହନୁମାନ ଚାଳିଶା ମହାଯଜ୍ଞ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଶ୍ରୀ ହନୁମାନ ଭକ୍ତମଣ୍ଡଳୀ ପକ୍ଷରୁ ଆଜି ୩୧ତମ ବିଶାଳ ଶ୍ରୀ ହନୁମାନ ଚାଳିଶା ମହାଯଜ୍ଞ କିସ୍‍ ଆଥଲେଟିକ୍‍ ଷ୍ଟାଡିୟମ୍‍ ନିକଟ ପଡ଼ିଆରେ ଅନୁଷ୍ଠିତ ହେବ । ଏହା ହେଉଛି ଭାରତର ଅନ୍ୟତମ ବିରାଟ ହନୁମାନ ଚାଳିଶା ମହାଯଜ୍ଞ ।  ଆଜି ସକାଳ ୯ଟାରେ ୧୦୮ ସାମୂହିକ ହନୁମାନ ଚାଳିଶା ପାଠ ଓ ସନ୍ଧ୍ୟା ୭ ଘଟିକାରେ ସାମୂହିକ ସୁନ୍ଦରକାଣ୍ଡ ପାଠ ଅନୁଷ୍ଠିତ ହେବ ।  ଭୁବନେଶ୍ୱର ୟୁନିଟ୍‍-୧ ସ୍ଥିତ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠାତା ସଭାପତି ବାବା ରାମନାରାୟଣ ଦାସଜୀ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦୀର୍ଘ ୩୧ ବର୍ଷ ହେଲା ଏହି ବିଶାଳ ଶ୍ରୀ ହନୁମାନ ଚାଳିଶା ମହାଯଜ୍ଞ ଅନୁଷ୍ଠିତ ହୋଇ ଆସୁଛି ।

    କିଟ୍‍ କ୍ୟାମ୍ପସ୍‍ ୧୪ ଦେଇ ଆପଣମାନେ ଏହି ଶ୍ରୀ ହନୁମାନ ଚାଳିଶା ମହାଯଜ୍ଞ ସ୍ଥଳକୁ ଯାଇପାରିବେ ।  ଏଠାରେ ଭକ୍ତମାନଙ୍କ ପାଇଁ ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରାଯାଇଛି । ଏହି ଶ୍ରୀ ହନୁମାନ ଚାଳିଶା ମହାଯଜ୍ଞରେ ବିପୁଳ ସଂଖ୍ୟାରେ ଭକ୍ତ ଯୋଗଦେଇ ପ୍ରଭୁ ହନୁମାନଙ୍କ କୃପା ଲାଭ କରିବା ପାଇଁ ଶ୍ରୀ ହନୁମାନ ଭକ୍ତ ମଣ୍ଡଳୀ ପକ୍ଷରୁ ଅନୁରୋଧ କରାଯାଇଛି ।  କଳିଙ୍ଗ ଟିଭିରେ ଆଜି ଦିନ ୧ଟା ୩୦ରୁ ଦିନ ୨ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଆପଣମାନେ ଦେଖିପାରିବେ ।  କାର୍ଯ୍ୟକ୍ରମର ଲାଇଭ୍ ସୋସିଆଲ ମିଡିଆର ଉଭୟ କଳିଙ୍ଗ ଟିଭି ଏବଂ କେନ୍ୟୁଜରେ ୭ଟାରୁ ଆରମ୍ଭ ହେଇ ଶେଷ ପର୍ଯ୍ୟନ୍ତ ଚାଲିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.6 ° C
    25.6 °
    25.6 °
    28 %
    1.6kmh
    3 %
    Fri
    26 °
    Sat
    40 °
    Sun
    41 °
    Mon
    41 °
    Tue
    41 °

    ସମ୍ବନ୍ଧିତ