Thursday, October 22, 2026
23.3 C
Odisha

    କିସ୍ ଶ୍ରୀବାଣୀ କ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କର ଚାପ ନୀତି ଶେଷ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କିସ୍ ଶ୍ରୀବାଣୀ କ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କର ଚାପ ନୀତି ଶେଷ । ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ଏହି ଚାପ ନୀତି ୨୧ ଦିନ ଧରି ଚାଲିଥିଲା । ସୁସଜ୍ଜିତ ବିମାନରେ ମଦନମୋହନ, ରାମକୃଷ୍ଣ, ଶ୍ରୀଦେବୀ ଓ ଭୂଦେବୀଙ୍କୁ ଚନ୍ଦନ ପୁଷ୍କରିଣୀକୁ ନିଆଯାଇ ସୁସଜ୍ଜିତ ନୌକାରେ ବିରାଜମାନ କରାଯାଇଥିଲା । ପରେ ଠାକୁରମାନେ ଚନ୍ଦନ ପୁଷ୍କରିଣୀରେ ନୌକାବିହାର କରିଥିଲେ । ନୌକାବିହାର ପରେ ଠାକୁରମାନଙ୍କୁ ହଳଦୀ ଲାଗି କରାଯାଇ ବିଧିବତ ପୂଜାର୍ଚ୍ଚନା କରାଯାଇଥିଲା । ପରମ୍ପରା ଅନୁଯାୟୀ ୨୧ ଦିନ ଦିନଚାପ ଓ ୨୦ ଦିନ ରାତ୍ରିଚାପ ଅନୁଷ୍ଠିତ ହୋଇଥାଏ । ଆଜିଠାରୁ ଭିତର ଚାପ ନୀତି ଆରମ୍ଭ ହେବ । ଚଳିତ ବର୍ଷ ଯୋଡ଼ା ଜୈଷ୍ଠ ମାସ ପଡୁଥିବାରୁ ଭିତର ଚାପ ୪୫ ଦିନ ଧରି ଚାଲିବ । ମହାପ୍ରଭୁଙ୍କ ଚାପ ନୀତି ଦର୍ଶନ ପାଇଁ କିସ୍ ପରିସରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    74 %
    1.1kmh
    0 %
    Thu
    23 °
    Fri
    30 °
    Sat
    29 °
    Sun
    27 °
    Mon
    28 °

    ସମ୍ବନ୍ଧିତ