Saturday, September 12, 2026
24.8 C
Odisha

    କିସ୍ ଶ୍ରୀବାଣୀ କ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କର ଚାପ ନୀତି ଶେଷ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କିସ୍ ଶ୍ରୀବାଣୀ କ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କର ଚାପ ନୀତି ଶେଷ । ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ଏହି ଚାପ ନୀତି ୨୧ ଦିନ ଧରି ଚାଲିଥିଲା । ସୁସଜ୍ଜିତ ବିମାନରେ ମଦନମୋହନ, ରାମକୃଷ୍ଣ, ଶ୍ରୀଦେବୀ ଓ ଭୂଦେବୀଙ୍କୁ ଚନ୍ଦନ ପୁଷ୍କରିଣୀକୁ ନିଆଯାଇ ସୁସଜ୍ଜିତ ନୌକାରେ ବିରାଜମାନ କରାଯାଇଥିଲା । ପରେ ଠାକୁରମାନେ ଚନ୍ଦନ ପୁଷ୍କରିଣୀରେ ନୌକାବିହାର କରିଥିଲେ । ନୌକାବିହାର ପରେ ଠାକୁରମାନଙ୍କୁ ହଳଦୀ ଲାଗି କରାଯାଇ ବିଧିବତ ପୂଜାର୍ଚ୍ଚନା କରାଯାଇଥିଲା । ପରମ୍ପରା ଅନୁଯାୟୀ ୨୧ ଦିନ ଦିନଚାପ ଓ ୨୦ ଦିନ ରାତ୍ରିଚାପ ଅନୁଷ୍ଠିତ ହୋଇଥାଏ । ଆଜିଠାରୁ ଭିତର ଚାପ ନୀତି ଆରମ୍ଭ ହେବ । ଚଳିତ ବର୍ଷ ଯୋଡ଼ା ଜୈଷ୍ଠ ମାସ ପଡୁଥିବାରୁ ଭିତର ଚାପ ୪୫ ଦିନ ଧରି ଚାଲିବ । ମହାପ୍ରଭୁଙ୍କ ଚାପ ନୀତି ଦର୍ଶନ ପାଇଁ କିସ୍ ପରିସରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.8 ° C
    24.8 °
    24.8 °
    93 %
    3.3kmh
    100 %
    Sat
    27 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ