Friday, October 2, 2026
28.6 C
Odisha

    ଭଦ୍ରକରେ ବଡ଼ ଧରଣର ଆର୍ଥିକ ଠକେଇର ପର୍ଦ୍ଦାଫାସ, ୮ କୋଟି ଟଙ୍କା ଠକେଇ ଘଟଣାରେ ୬ ଜଣ ଗିରଫ

    ଆଗକୁ ପଢନ୍ତୁ

    ଭଦ୍ରକ : ୮ କୋଟି ଟଙ୍କା ଠକେଇ ଘଟଣାରେ ୬ ଜଣ ଗିରଫ। ଚାନ୍ଦବାଲି ଟ୍ରେଜେରୀ କର୍ମଚାରୀଙ୍କ ସମେତ ୬ ଜଣଙ୍କୁ ଗିରଫ କଲା ଭିଜିଲାନ୍ସ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ସବ ଟ୍ରେଜେରୀର ପୂର୍ବତନ ବରିଷ୍ଠ ସହାୟକ ସନ୍ତୋଷ କୁମାର ପଣ୍ଡା ଗିରଫ। ୮ କୋଟି ୪ ଲକ୍ଷ ୭୬ ହଜାର ୧୪୬ ଟଙ୍କା ଠକେଇ ଘଟଣା ଏହି କାର୍ଯ୍ୟାନୁଷ୍ଠାନ ନେଇଛି ଭିଜିଲାନ୍ସ। ୧୦୨ ଜଣଙ୍କ ନାଁରେ ମିଥ୍ୟା ବିଲ କରି ଟଙ୍କା ହଡପ କରିଥିଲେ ସନ୍ତୋଷ ପଣ୍ଡା।

    ୪୪ ଟି ଆକାଉଣ୍ଟକୁ ଯାଇଥିଲା ଏହି ଟଙ୍କା। ସନ୍ତୋଷ ପଣ୍ଡାଙ୍କ ସମେତ ଶିବ ଶଙ୍କର ସାମଲ, ଦେବ ଶଙ୍କର ସାମଲ, ପ୍ରଫୁଲ୍ଲ ରାଉତ, ସନ୍ଦୀପ ମିତ୍ର, ଅଭୟ ପଣ୍ଡାଙ୍କୁ ଗିରଫ କଲା ଭିଜିଲାନ୍ସ। ୨୦୧୮ ମସିହାରୁ ୨୦୨୩ ମସିହା ମଧ୍ୟରେ ଏହି ଦୁର୍ନୀତି ହୋଇଥିଲା।

    ଗିରଫ ହୋଇଥିବା ଅନ୍ୟ ୫ ଜଣଙ୍କୁ ଏହି ଟଙ୍କା ଦେଇଥିଲେ ସନ୍ତୋଷ ପଣ୍ଡା। ଭିଜିଲାନ୍ସ ଟିମ୍ ସନ୍ତୋଷ ପଣ୍ଡାଙ୍କ ତିହିଡି଼ ବ୍ଲକ ଆରସା ସ୍ଥିତ ଘରେ ପ୍ରଥମେ ତଲାସ କରିବା ପରେ ମହା ଦୁର୍ନୀତିର ପର୍ଦ୍ଦାଫାସ ହୋଇଥିଲା। ୬ ଜଣଙ୍କୁ ଗିରଫ ପରେ ମାମଲାର ଅଧିକ ତଦନ୍ତ କରୁଛି ଭିଜିଲାନ୍ସ। ସମସ୍ତଙ୍କ ନାଁରେ ମାମଲା ରୁଜୁ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.6 ° C
    28.6 °
    28.6 °
    75 %
    1.8kmh
    59 %
    Fri
    27 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ