Saturday, May 30, 2026
26.6 C
Odisha

    ପୁଅର ନାଁ ରିଭିଲ୍ କଲେ ସୋନମ କପୁର, ସୋସିଆଲ ମିଡିଆରେ ସେୟାର କଲେ ପ୍ରଥମ ଝଲକ

    ଆଗକୁ ପଢନ୍ତୁ

    ସୋନମ କପୁର ତାଙ୍କ ଦ୍ବିତୀୟ ପୁଅର ନାଁ ରିଭିଲ୍ କରିଛନ୍ତି । ସୋନମ କପୁର ସୋସିଆଲ ମିଡିଆରେ ତାଙ୍କ ପୁଅର ଝଲକ ସହିତ ଏକ ପୋଷ୍ଟ ସେୟାର କରିଛନ୍ତି ।

    ସୋନମ କପୁର ତାଙ୍କର କ୍ୟାପସନରେ ଲେଖିଛନ୍ତି ଯେ, “ପବିତ୍ର ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କ କୃପାରୁ, ଆମେ ଆମର ଦ୍ୱିତୀୟ ପୁଅକୁ ପାଇଛୁ । ଆମେ ‘ରୁଦ୍ରଲୋକ କପୁର ଆହୁଜା’କୁ ସ୍ୱାଗତ କରୁଛୁ। ’’ଏଥିସହ ସେ ତାଙ୍କ ପୁଅ ନାଁର ଅର୍ଥକୁ ବାଖ୍ୟା କରିଛନ୍ତି। ବେଦରେ, ‘ରୁଦ୍ର’ ରୁଦ୍ ରୁ ସୃଷ୍ଟି । ଯାହାର ଅର୍ଥ ‘ବଜ୍ରପାତ’ । ଯାହା ସମସ୍ତଙ୍କଠାରୁ ଖୁବ୍ ଶକ୍ତିଶାଳୀ ବୋଲି ଅଭିନେତ୍ରୀ କହିଛନ୍ତି ।

    ଅନ୍ୟପଟେ ଦ୍ବିତୀୟ ପୁଅର ସେୟାର କରିଥିବା ଫଟୋରେ ସେ ରୁଦ୍ରଙ୍କୁ ଛାତିରେ ଜାବୁଡି ଧରିଥିବା ଦେଖିବାକୁ ମିଳିଛି । ଆଉ ଏକ ଫଟୋରେ ଆନନ୍ଦ ରୁଦ୍ରଙ୍କୁ ଧରିଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହି ସେୟାର ହୋଇଥିବା ଫଟୋରେ ସୋନମ କପୁର ଏବଂ ଆନନ୍ଦ କପୁରଙ୍କ ବ୍ୟତୀତ ତାଙ୍କ ବଡ଼ ପୁଅ ବାୟୁ ନଜର ଆସିଛନ୍ତି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରଲ ହେବାରେ ଲାଗିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.6 ° C
    26.6 °
    26.6 °
    80 %
    3.3kmh
    100 %
    Sat
    27 °
    Sun
    39 °
    Mon
    40 °
    Tue
    41 °
    Wed
    43 °

    ସମ୍ବନ୍ଧିତ