Tuesday, October 28, 2025
21.6 C
Odisha

    କିସ ବାର୍ଷିକ ବିଜ୍ଞାନ ଉତ୍ସବ ୨୦୨୫ ଉଦଘାଟିତ, ମୁଖ୍ୟ ଅତିଥି କିସ୍ ଓ କିଟ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : କିସ ବାର୍ଷିକ ବିଜ୍ଞାନ ଉତ୍ସବ ୨୦୨୫ ଉଦଘାଟିତ । କିସ୍ ଓ କିଟ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫେଷ୍ଟକୁ ଉଦଘାଟିତ କରିଛନ୍ତି ।  ଚଳିତ ବର୍ଷ ବାର୍ଷିକ ବିଜ୍ଞାନ ଉତ୍ସବର ବିଷୟ ବସ୍ତୁ ରହିଛି ଗ୍ଲୋବାଲ ଲିଡରସିପ ଇନ ସାଇନ୍ସ ଆଣ୍ଡ ଇନୋଭେସନ ।

    ୨ ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ମୋଟ ୫ ଶହଟି ପ୍ରକଳ୍ପ ସ୍ଥାନ ପାଇଛି ।  ଅନ୍ୟ ବିଦ୍ୟାଳୟରୁ ନିମନ୍ତ୍ରିତ ଅଭିଜ୍ଞ ବିଚାରକ ମଣ୍ଡଳୀ ଦ୍ଵାରା ଶ୍ରେଷ୍ଠ ପ୍ରକଳ୍ପଗୁଡିକର ଚୟନ କାମ ମଧ୍ୟ ଶୃଙ୍ଖଳାର ସହ ସମ୍ପାଦିତ ହୋଇଛି ।  ଛାତ୍ରଛାତ୍ରୀଙ୍କର ଲୁକାୟିତ ପ୍ରତିଭା, ଜିଜ୍ଞାସା କେବଳ ପ୍ରକଳ୍ପଗୁଡିକରେ ନୁହେଁ ସେମାନଙ୍କର ନିଆରା ଉପସ୍ଥାପନା ଶୈଳୀ ମାଧ୍ୟମରେ ପ୍ରକାଶିତ ହୋଇଛି ।

    ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଭିତ୍ତିକ ଚିତ୍ରାଙ୍କନ ପ୍ରତିଯୋଗିତା, ସ୍ଲୋଗାନ ଲିଖନ ପ୍ରତିଯୋଗିତା, ବିଜ୍ଞାନ ବିଷୟବସ୍ତୁକୁ ଆଧାରକରି କର୍ମଶାଳା ଓ ତର୍କ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଛି। ଛାତ୍ରଛାତ୍ରୀମାନେ KIOSK ମାଧ୍ୟମରେ ବିଜ୍ଞାନ ଆଧାରିତ ଖେଳ, ମହାକାଶ ବିଜ୍ଞାନକୁ ନେଇ ବିଭିନ୍ନ କୁଇଜ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ। କିସର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମାର୍ଗଦର୍ଶନ ଓ ସହଯୋଗୀ କର୍ମଚାରୀଙ୍କ ସହଯୋଗରେ ଏହି ବିଜ୍ଞାନ ଉତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

    ‘କିସ୍’ର ବିଭିନ୍ନ ଜିଲ୍ଲାରେ ଥିବା ଶାଖା ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣକୁ ଉପଭୋଗ କରିଥିଲେ ।  ଆଜି ଆୟୋଜିତ କାର୍ଯ୍ୟକ୍ରମରେ କିସ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ପ୍ରଶାନ୍ତ କୁମାର ରାଉତରାୟ, ଉପକୁଳପତି ପ୍ରଫେସର କାଶୀନାଥ ଜେନା, ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାତ୍ର, ପ୍ରଧାନଶିକ୍ଷକ ରଶ୍ମୀ ରଞ୍ଜନ ନାୟକ ଓ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.6 ° C
    21.6 °
    21.6 °
    98 %
    1.8kmh
    97 %
    Tue
    25 °
    Wed
    27 °
    Thu
    28 °
    Fri
    29 °
    Sat
    28 °

    ସମ୍ବନ୍ଧିତ