Monday, January 19, 2026
28.9 C
Odisha

    କୁଖ୍ୟାତ ନକ୍ସଲ କମାଣ୍ଡରର ଆତ୍ମସମର୍ପଣ, ଥିଲା ୧ କୋଟିର ପୁରସ୍କାର ରାଶି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ମହାରାଷ୍ଟ୍ର, ମଧ୍ୟପ୍ରଦେଶ-ଛତିଶଗଡ଼ରେ ଭୁଶୁଡିଛି ନକ୍ସଲଗଡ଼ । ମଧ୍ୟପ୍ରଦେଶରେ ଆତ୍ମସମର୍ପଣ କଲେ ୧୨ କ୍ୟାଡର ନକ୍ସଲ । ବିପୁଳ ମାରଣାସ୍ତ୍ର ସହ ସରେଣ୍ଡର କଲେ ୧୨ କ୍ୟାଡର ମାଓବାଦୀ । କୁଖ୍ୟାତ ନକ୍ସଲ କମାଣ୍ଡର ରାମଧୋର ମଜ୍ଜି ଆଜି ସକାଳେ ଛତିଶଗଡ଼ ବକରକଟ୍ଟାରେ ସରେଣ୍ଡର କରିଛନ୍ତି । ରାମଧେର ହିଡମାର ସମକକ୍ଷ ନକ୍ସଲ । ଆତ୍ମସମର୍ପଣ ନକ୍ସଲଙ୍କ ମଧ୍ୟରେ ୧ କୋଟିର ପୁରସ୍କାର ରାଶି ଥିବା ନକ୍ସଲ ବି ଆତ୍ମସମର୍ପଣ କରିଛି ।

    କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ କେନ୍ଦ୍ରୀୟ କମିଟି ସଦସ୍ୟ (ସିସିଏମ୍) ରାମଧେର ମାଜ୍ଜି ତାଙ୍କ ୧୧ ଜଣ ସହଯୋଗୀଙ୍କ ସହିତ ଆଜି ସକାଳେ ଛତିଶଗଡ଼ର ବକରକଟ୍ଟାରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ ସମୟରେ ସେମାନଙ୍କଠାରୁ ଏକେ-୪୭, ୩୦ କାର୍ବନ ରାଇଫଲ୍, ଆଇଏନଏସଏଏସ୍ ରାଇଫଲ୍, .୩୦୩ ରାଇଫଲ୍ ଏବଂ ଏସଏଲଆର ସମେତ ମାରାତ୍ମକ ଅସ୍ତ୍ରଶସ୍ତ୍ରର ଏକ ବଡ଼ ଗଚ୍ଛିତ ମଧ୍ୟ ଉଦ୍ଧାର କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    18 %
    2.1kmh
    0 %
    Mon
    30 °
    Tue
    31 °
    Wed
    30 °
    Thu
    30 °
    Fri
    31 °

    ସମ୍ବନ୍ଧିତ