Wednesday, July 15, 2026
28.3 C
Odisha

    ବ୍ରିଟିଶ ଶାସନକୁ ଜବାବ ଦେଇଥିଲା ‘ବନ୍ଦେ ମାତରମ୍’ ସ୍ଲୋଗାନ, ସେଥିପାଇଁ ରୋକ୍ ଲଗାଇଥିଲେ : ପ୍ରଧାନମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ସଂସଦରେ ଶୀତକାଳୀନ ଅଧିବେଶନରେ ବନ୍ଦେ ମାତରମ୍ ବିତର୍କ । ବନ୍ଦେ ମାତରମ୍ ୧୫୦ ବର୍ଷ ପୂରଣକୁ ନେଇ ଅଭିଭାଷଣ ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଭିଭାଷଣ ବେଳେ କଂଗ୍ରେସକୁ ପରୋକ୍ଷରେ ଟାର୍ଗେଟ୍ କଲେ ପିଏମ୍ । ପିଏମ୍ କହିଛନ୍ତି ଜରୁରୀ ପରିସ୍ଥିତି ବେଳେ ବନ୍ଦେ ମାତରମ ଶହେ ବର୍ଷ ପୂରଣ କରିଥିଲା । ସେହି ସମୟରେ ଗଣତନ୍ତ୍ର ବିପଦରେ ଥିଲା । ୧୮୭୫ରୁ ଆରମ୍ଭ, ଆଜି ଏହା ୧୫୦ ବର୍ଷ ପୂରଣ କରିଛି ବନ୍ଦେ ମାତରମ୍ । ଆମେ ଐତିହାସିକ ମୁହୁର୍ତ୍ତର ସାକ୍ଷୀ ହୋଇପାରିଛେ ସେଥିପାଇଁ ଆମେ ଗର୍ବିତ ।

    ଏହା ଆମର ସ୍ବାଧୀନତା ସଂଗ୍ରାମୀଙ୍କୁ ପ୍ରେରଣା ଯୋଗାଇଥିଲା । ବନ୍ଦେ ମାତରମ ସବୁ ଭାରତୀୟଙ୍କ ପାଇଁ ସଂକଳ୍ପ ହୋଇଥିଲା । ବ୍ରିଟିଶ ଶାସନକୁ ସଠିକ୍ ଜବାବ ଦେଇଥିଲା ‘ବନ୍ଦେ ମାତରମ୍’ ସ୍ଲୋଗାନ୍ । ସ୍ବାଧୀନ ଭାରତ ଗଠନ କରିବାରେ ଏହା ଶକ୍ତି ଆଣି ଦେଇଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “୧୯୩୭ ମସିହାରେ ଜିନ୍ନା ଏହାକୁ ବିରୋଧ କରିଥିଲେ । ଜବାହରଲାଲ ନେହେରୁ ତାଙ୍କ ସିଂହାସନ ବିପଦରେ ପଡ଼ିଥିବା ଦେଖିଥିଲେ ।

    ସୂଚନାଯୋଗ୍ୟ, ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ଗତ ୨ ତାରିଖରେ ଶାସକ ଓ ବିରୋଧୀ ନେତାଙ୍କ ବୈଠକରେ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା ପାଇଁ ସହମତି ହୋଇଥିଲା । ‘ବନ୍ଦେ ମାତରମ୍’କୁ ୧୮୭୦ ଦଶକରେ ମହାନ ସାହିତ୍ୟିକ ବଙ୍କୀମ ଚନ୍ଦ୍ର ଚାଟାର୍ଜୀ ବଙ୍ଗଳାରେ ଲେଖିଥିଲେ । ଏହି ଗୀତ ତାଙ୍କ ପ୍ରସିଦ୍ଧ ଉପନ୍ୟାସ ‘ଆନନ୍ଦମଠ’ର ଅଂଶବିଶେଷ । ଉପନ୍ୟାସ ୧୮୮୨ରେ ପ୍ରକାଶିତ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.3 ° C
    28.3 °
    28.3 °
    73 %
    1.9kmh
    99 %
    Wed
    27 °
    Thu
    31 °
    Fri
    28 °
    Sat
    26 °
    Sun
    24 °

    ସମ୍ବନ୍ଧିତ