ଯକ୍ଷ୍ମା ମାଇକୋବ୍ୟାକ୍ଟେରିୟମ୍ ଟ୍ୟୁବରକୁଲୋସିସ୍, ଯାହାକୁ ସାଧାରଣତଃ ଟିବି ବୋଲି କୁହାଯାଏ । ଟିବି ଶରୀରରେ ଏକ ବିପଦଜନକ ଜୀବାଣୁ ସଂକ୍ରମଣ ଯାହାର ଅନେକ କାରଣ ହୋଇପାରେ । ଯେତେବେଳେ ଯକ୍ଷ୍ମା ହୁଏ, ଜୀବାଣୁ ଦ୍ରୁତ ଗତିରେ ଫୁସଫୁସକୁ ଆକ୍ରମଣ କରନ୍ତି । କିନ୍ତୁ ଯକ୍ଷ୍ମା ରୋଗୀଙ୍କ କିଡନୀ, ମେରୁଦଣ୍ଡ ଏବଂ ମସ୍ତିଷ୍କ ମଧ୍ୟ ପ୍ରଭାବିତ ହୁଏ । ଏଥି ସହ କାଶିବା ଏବଂ ଛିଙ୍କିବା ଦ୍ବାରା ନିର୍ଗତ ବାୟୁରେ ଥିବା ଛୋଟ ଛୋଟ ବୁନ୍ଦା ମାଧ୍ୟମରେ ଯକ୍ଷ୍ମା ବ୍ୟାପିଥାଏ । ଯେଉଁମାନଙ୍କ ଶରୀରରେ ପୁଷ୍ଟାସାରର ଅଭାବ ଅଛି, ସେମାନଙ୍କ ପାଇଁ ଏହି ରୋଗ ବିପଦଜନକ ପ୍ରମାଣିତ ହୋଇପାରେ । ତେଣୁ ଶରୀରରେ ପୋଷକ ତତ୍ତ୍ବର ଅଭାବ ହେବାକୁ ଦିଅନ୍ତୁ ନାହିଁ । ଜାଣନ୍ତୁ କେଉଁ ଭିଟାମିନର ଅଭାବ ଦ୍ବାରା ଟିବି ରୋଗ ହୋଇଥାଏ । ଏଥି ସହ ଜଣେ ଟିବି ରୋଗୀ କ’ଣ ଖାଇବା ଉଚିତ୍ ?ଯକ୍ଷ୍ମା ଏକ ସଂକ୍ରାମକ ରୋଗ । ଯଦି କାହାକୁ ଟିବି ହୁଏ, ତେବେ କିଛି ନିର୍ଦ୍ଦିଷ୍ଟ ଲକ୍ଷଣ ଦେଖାଯାଇଥାଏ । ଯେଉଁଥିରେ ପ୍ରବଳ ଜ୍ବର, ଥଣ୍ଡା ଲାଗିବା, ଭୋକ ନ ଲାଗିବା, ଅତ୍ୟଧିକ ଥକାପଣ ଏବଂ ନିଶ୍ବାସ ନେବାର କଷ୍ଟ ଭଳି ଲକ୍ଷଣ ଦେଖାଯାଏ ।
ଏକ ରିସର୍ଚ୍ଚରୁ ଜଣା ପଡିଛି ଯେ ଯେଉଁ ଲୋକଙ୍କ ଶରୀରରେ ଭିଟାମିନ୍ ଏ’ ର ଅଭାବ ଥାଏ, ସେମାନଙ୍କ ମଧ୍ୟରେ ଅନ୍ୟମାନଙ୍କ ତୁଳନାରେ ଟିବି ହେବାର ଆଶଙ୍କା ୧୦ ଗୁଣ ଅଧିକ ଥାଏ । ଏଥି ସହ କୁହାଯାଇଛି ଟିବି ବ୍ୟାପିବାକୁ ରୋକିବା ପାଇଁ ଭିଟାମିନ୍ ଏ’ ସପ୍ଲିମେଣ୍ଟ ଗୁରୁତ୍ବପୂର୍ଣ୍ଣ । ଯଦି ଭିଟାମିନ୍ ଏ ଯୁକ୍ତ ଖାଦ୍ୟ ଯକ୍ଷ୍ମା ରୋକିବାରେ ସାହାଯ୍ୟ କରେ, ତେବେ ପ୍ରଭାବିତ ରୋଗୀ ଏବଂ ସେମାନଙ୍କ ସମ୍ପର୍କାୟମାନେ ଭିଟାମିନ୍ ଏ’ ଯୁକ୍ତ ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ୍ ।
ଏଥି ସହ ଆସନ୍ତୁ ଜାଣିବା ଟିବି ରୋଗୀ କ’ଣ ଖାଇବା ଉଚିତ ?
ମାକ୍ରୋ ଏବଂ ମାଇକ୍ରୋନ୍ୟୁଟ୍ରିଏଣ୍ଟ ରେ ଭରପୂର ଖାଦ୍ୟ : ଜଣେ ଟିବି ରୋଗୀ ତାଙ୍କ ଖାଦ୍ୟରେ ମାକ୍ରୋ ଏବଂ ମାଇକ୍ରୋନ୍ୟୁଟ୍ରିଏଣ୍ଟରେ ଭରପୂର ଖାଦ୍ୟ ସାମିଲ୍ କରନ୍ତୁ । ପ୍ରୋଟିନର ମାତ୍ରା ଅଧିକ ରଖନ୍ତୁ । ଏଥି ପାଇଁ ସୋୟା, ଟୋଫୁ, ଅଣ୍ଡା ଏବଂ କମ୍ ଚର୍ବି ଯୁକ୍ତ ମାଂସ, ଅମିନୋ ଏସିଡ୍ ଖାଆନ୍ତୁ । ଏହି ଜିନିଷଗୁଡିକ ସଂକ୍ରମଣ ସହିତ ଲଢ଼ିବାରେ ସାହାଯ୍ୟ କରେ ଏବଂ ମାଂସପେଶୀ ବିକାଶରେ ମଧ୍ୟ ସାହାଯ୍ୟ କରିଥାଏ ।
କ୍ୟାଲୋରୀ ଏବଂ ପୁଷ୍ଟିକର ଖାଦ୍ୟ : ଯଦି ଆପଣଙ୍କର ଏହି ରୋଗ ହେଇଛି ତେବେ ଆପଣ କ୍ୟାଲୋରୀ ଏବଂ ପୁଷ୍ଟିକର ଖାଦ୍ୟ ନିହାତି ଭାବରେ ଖାଆନ୍ତୁ । ଏଥିପାଇଁ କଦଳୀ, ବାଦାମ ଚିକି ଏବଂ ଗହମ ଆଦିକୁ ସାମିଲ କରନ୍ତୁ । ଏଥି ସହ ଆପଣ ସୂର୍ଯ୍ୟମୁଖୀ ମଞ୍ଜି, ଚିଆ ସିଡ୍ସ, କଖାରୁ ମଞ୍ଜି ଏବଂ ଅଳସୀ ମଞ୍ଜି ଇତ୍ୟାଦିକୁ ମଧ୍ୟ ଖାଇପାରିବେ, ଯାହା ଜିଙ୍କ ଏବଂ ଅନ୍ୟାନ୍ୟ ପୋଷକ ତତ୍ବ ଯୋଗାଇ ପାରିବ ।
ଏନର୍ଜି ପ୍ରଦାନକାରୀ କାର୍ବୋହାଇଡ୍ରେଟ୍ ଏବଂ ଭିଟାମିନ୍ : ଆପଣଙ୍କୁ ଏନର୍ଜି ଦେଉଥିବା କାର୍ବୋହାଇଡ୍ରେଟ୍ ଯେପରିକି ଶସ୍ୟ, ବାଜରା ଖାଆନ୍ତୁ ଯେଉଁଥିରେ କ୍ୟାଲୋରୀ କମ୍ ଏବଂ କାର୍ବୋହାଇଡେଟ୍ ଅଧିକ ଥାଏ । ଏହା ବ୍ୟତୀତ ଭିଟାମିନ୍ ଏବଂ ମିନେରାଲ ପଦାର୍ଥରେ ଭରପୂର ଖାଦ୍ୟ ଗ୍ରହଣ କରନ୍ତୁ, ଯେଉଁଥିରେ ଭିଟାମିନ୍ ଏ, ବି, ସି ଏବଂ ଇ ଭରପୂର ଫଳ ଏବଂ ପନିପରିବା ସାମିଲ ଅଛି ।
ଆଣ୍ଟିଅକ୍ସିଡାଣ୍ଟ ଯୁକ୍ତ ଖାଦ୍ୟ : ରୋଗ ପ୍ରତିରୋଧକ ଶକ୍ତିକୁ ସକ୍ରିୟ କରିବା ଏବଂ କ୍ଷତିକାରକ ଫ୍ରି ରେଡିକଲ୍ସକୁ ରୋକିବା ପାଇଁ ଆପଣଙ୍କ ଖାଦ୍ୟରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ ଏ, ସି ଏବଂ ଇ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ । ଏହା ସୁସ୍ଥତାକୁ ତ୍ବାରାନ୍ବିତ କରିବ ଏବଂ ଆପଣଙ୍କର ସାମଗ୍ରିକ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିବ ।