Sunday, February 2, 2025
28.2 C
Odisha

    କେନ୍ଦ୍ରୀୟ ବଜେଟକୁ ଅଭୁତପୂର୍ବ ଜନସମର୍ଥନ ମିଳିଥିବାରୁ ବିଜେଡି ବିବ୍ରତ : ଡ.ଯତିନ ମହାନ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୦୨/୦୨: ପାଲ୍ୟାମେଂଟରେ ଗତକାଲି ଏକ ଐତିହାସିକ, ଲୋକକଲ୍ୟାଣକାରୀ ଓ ବିକାଶମୁଖୀ ବଜେଟ ଆଗତ କରାଯାଇଛି ଏହି ବଜେଟ୍‌କୁ ଅଭୁତପୂର୍ବ ଜନସମର୍ଥନ ମିଳିଛି । ଏନେଇ ବିଜେଡି ବ୍ୟସ୍ତବିବ୍ରତ ହୋଇଯାଇଛି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତିନ ମହାନ୍ତି କହିଛନ୍ତି।
    ଡ. ମହାନ୍ତି କହିଛନ୍ତି, ଏହି ଜନକଲ୍ୟାଣକାରୀ ବଜେଟ ଓଡ଼ିଶା ବିକାଶକୁ ତ୍ୱରାନ୍ୱିତ କରିବ । ଦେଶର ସବୁବର୍ଗର ଲୋକେ ସବୁଦିଗରୁ ଏହି ବଜେଟ୍ ଦ୍ୱାରା ଲାଭାନ୍ୱିତ ହେବେ । ବଜେଟରେ କୃଷକ, ଗରିବ, ମଧ୍ୟବିତ ବର୍ଗ, ମହିଳା ଏବଂ ଶିଶୁଙ୍କ ଶିକ୍ଷା, ପୃଷ୍ଟିସାର ଏବଂ ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ଷ୍ଟାର୍ଟ ଅପ୍‌, ନବସୃଜନ ଏବଂ ନିବେଶ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି ।
    ଯଶସ୍ୱୀ ପ୍ରଧାନମନ୍ତ୍ରୀ ସବୁବେଳେ ଓଡ଼ିଶା ଉପରେ ପ୍ରାଧାନ୍ୟ ଦେଉଥିଲେ ମଧ୍ୟ ରାଜ୍ୟରେ ବିଜେଡି ସରକାରରେ ଥିଲାବେଳେ ବେପରୁଆ ମନୋଭାବ ପ୍ରଦର୍ଶନ କରି ମହିଳା ବିକାଶଠାରୁ ଆରମ୍ଭ କରି ପୋଷଣ, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ଦୁଇଦଶନ୍ଦି ଧରି ଅବହେଳିତ କରିଥିଲା । ମାତ୍ର ଏବେ ଓଡ଼ିଶାରେ ବିଜେପି ସରକାର ଥିôବାରୁ ଏସବୁ ଅସୁବିଧା ଦୂର କରି ଓଡ଼ିଶାକୁ ବିକାଶପଥରେ ଆଗେଇ ନେବାରେ ଲାଗିଛି । ଓଡ଼ିଶା ଏକ କୃଷିଭିତିକ ରାଜ୍ୟ ହୋଇଥିବାବେଳେ ଏହି ବଜେଟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ କୃଷକମାନଙ୍କୁ ଯେଉଁଭଳି ଭାବେ ପ୍ରାଧାନ୍ୟ ଦେଇଛନ୍ତି ତାହା ଓଡ଼ିଶାର କୃଷକମାନଙ୍କ ମନୋବଳ ବଢ଼ାଇଛି । “ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା” ଆରମ୍ଭ କରାଯିବା ସହ କିଷାନ କ୍ରେଡିଟ୍ କାର୍ଡର ସୀମାକୁ ୩ ଲକ୍ଷ୍ୟରୁ ୫ ଲକ୍ଷ୍ୟ ଟଙ୍କାକୁ ବୃଦ୍ଧି କରାଯିବା ଫଳରେ କୃଷକଙ୍କ ଆର୍ଥକ ବିକାଶ ହେବ । ଜଳସେଚନ ବ୍ୟବସ୍ଥା ସହ ଡାଲି ଏବଂ କପା ମିଶନ ଉପରେ ଅଧିକ ଗୁରୁ୍‌ତ୍ୱ ଦିଆଯାଇଛି । ଏହାଦ୍ୱାରା ଭାରତର ଯଦି କୌଣସି ରାଜ୍ୟ ସବୁଠାରୁ ଅଧିକ ଲାଭନ୍ୱିତ ହେବ ତାହା ହେଲା ଓଡ଼ିଶା । ପାରମ୍ପାରିକ ଚାଷରେ ଓଡ଼ିଶାରେ ଏହି ଦୁଇ ଚାଷକୁ ଅଧିକ ପ୍ରାଧ୍ୟନତା ଦିଆଯାଉଥିବାରୁ ଓଡ଼ିଶା କୃଷକ ଅଧିକ ଲାଭବାନ ହେବେ । ଯୁବତୀ, ଯୁବକମାନଙ୍କ ପାଇଁ ନୂଆ ରୋଜଗାର ସୁଯୋଗ ସୃଷ୍ଟି କରିବା ଲାଗି ବଜେଟ୍‌ରେ ନୂଆ ଇନୋଭେଶନ ଉପରେ ଗୁରୁତ୍ୱାରୋପ କରାଯାଇଛି । ନୂଆ ଟେକ୍ନୋଲୋଜୀ ଜରିଆରେ ଆଗାମୀ ଦିନରେ ଯୁବତୀ, ଯୁବକମାନଙ୍କୁ ରୋଜଗାରକ୍ଷମ କରାଇବ ନିମନ୍ତେ ଏବେଠାରୁ ପ୍ରସ୍ତୁତ କରିବା ଲାଗି ବ୍ୟବସ୍ଥା କରାଯାଇଛି । ଦକ୍ଷତାର ବିକାଶ କରି ରୋଜଗାରକ୍ଷମ କରାଇବା ଲାଗି ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ବ୍ୟାପକ ଯୋଜନା କରିଛନ୍ତି । ବଜେଟ୍‌ରେ ୪ଟି ମୌଳିକ ବିଷୟ କୃଷି, ନିବେଶ, ରପ୍ତାନୀ ଓ ଭିତଭୂମି ଉପରେ ଅଧିକ ପ୍ରଧାନ୍ୟ ଦିଆଯାଇଥିବାରୁ ଓଡ଼ିଶା ଏ କ୍ଷେତ୍ରରେ ସବୁଠାରୁ ଅଧିକ ଲାଭବାନ ହେବାକୁ ଯାଉଛି । ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ଏକ ବଡ଼ ସମ୍ଭାବନା ରହିଛି । ଏନେଇ ପ୍ରଧାନମନ୍ତ୍ରୀ ମଧ୍ୟ ପୂର୍ବରୁ ଅନେକ ଥର କହିଛନ୍ତି । ଏହି ସମ୍ଭାବନାର ବିକାଶ ପାଇଁ କେନ୍ଦ୍ର ସରକାର ବଜେଟରେ ବଡ଼ ପ୍ରାବଧାନ କରିଛନ୍ତି । ବୁଦ୍ଧିଷ୍ଟ ସର୍କିଟର ହେଉ ବା ଇକୋ ଟୁରିଜିମ ହେଉ ସବୁ କ୍ଷେତ୍ରରେ ଚଳିତ ବଜେଟ୍‌ରେ ଓଡ଼ିଶା ଏକ ସିଂଘ ଭାଗ ପାଇବ । ଏହାଦ୍ୱାରା ଓଡ଼ିଶାର ବିକାଶ ଅଧିକ ଦୃତଗତିରେ ହେବ ବୋଲି ଡ. ମହାନ୍ତି କହିଛନ୍ତି ।
    ଏନେଇ ବିଜେପି ଓ ସାଢେ ୪କୋଟି ଓଡ଼ିଆଙ୍କ ତରଫରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀଥାରମଣଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ଡ. ମହାନ୍ତି ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହି ସାମ୍ବାଦିକ ସମ୍ବିଳନୀରେ ବରିଷ୍ଠ ନେତା ସମ୍ବିତ ତ୍ରିପାଠୀ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.2 ° C
    28.2 °
    28.2 °
    30 %
    2.1kmh
    2 %
    Sun
    28 °
    Mon
    35 °
    Tue
    35 °
    Wed
    36 °
    Thu
    36 °

    ସମ୍ବନ୍ଧିତ