Thursday, September 19, 2024
23 C
Odisha

    କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନହିତକର ସମସ୍ତ ଯୋଜନା ଘରେ ଘରେ ପହଁଚାଇବୁ : ଅରୁଣ ସିଂହ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୦୯/୦୭: ଓଡ଼ିଶାରେ ନିର୍ବାଚନ ସରିଛି ଓ ବିଜେପି ଏକାକି ସରକାର ଗଠନ କରିଛି । ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତାମାନେ ଅକ୍ଳାନ୍ତ ପରିଶ୍ରମ କରିଥିଲେ, ସେମାନଙ୍କ ଉଦ୍ୟମ ଯୋଗୁଁ ଓଡ଼ିଶାରେ ବିଜେପି ପ୍ରଥମ ଥର ପାଇଁ ଏକାକି ସରକାର ଗଠନ କରିବାକୁ ସକ୍ଷମ ହୋଇଛି । ଏବେ ଓଡ଼ିଶାରେ “ଡବଲ ଇଞ୍ଜିନ” ସରକାର ହୋଇଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଓ ମାର୍ଗଦର୍ଶନରେ ଓଡ଼ିଶା ଖୁବଶୀଘ୍ର ଦେଶର ଏକ ନମ୍ବର ରାଜ୍ୟରେ ପରିଣତ ହେବ । ଓଡ଼ିଶାର ବିକାଶ ପାଇଁ ମୋଦିଜୀ ସର୍ବଦା ବଦ୍ଧପରିକର ଅଛି ବୋଲି ପୂର୍ବତନ ରାଜ୍ୟ ପ୍ରଭାରୀ ତଥା ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ଅରୁଣ ସିଂହ କହିଛନ୍ତି ।
    ଶ୍ରୀ ସିଂହ କହିଛନ୍ତି ଯେ, ତୃଣମୂଳସ୍ତରରେ ପାର୍ଟିକୁ ଅଧିକ ସୁଦୃଢ଼ କରିବା ପାଇଁ ଉଦ୍ୟମ ଜାରି ରହିଛି । କାର୍ଯ୍ୟକର୍ତା ଓ ନେତାମାନେ ଉତ୍ସାହର ସହ କାର୍ଯ୍ୟ କରୁଛନ୍ତି ଓ ଓଡ଼ିଶାବାସୀଙ୍କ ସେବାରେ ମନନିବେଶ କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନହିତକର ଯୋଜନାଗୁଡିକ ଓଡ଼ିଶାର ଘରେ ଘରେ ପହଂଚାଇବାକୁ ଶ୍ରୀ ସିଂହ କାର୍ଯ୍ୟକର୍ତାମାନଙ୍କୁ ପରାମର୍ଶ ଦେଇଛନ୍ତି ।
    ଗତକାଲି ଶ୍ରୀ ସିଂହ ପୁରୀ ଯାଇ ରଥାରୁଢ ମହାପ୍ରଭୁ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ । ଆଜି ରାଜ୍ୟ କାର୍ଯ୍ୟାଳୟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ସମେତ ଅନେକ ବରିଷ୍ଠ ଓ ପୁରାତନ ନେତା, କର୍ମୀଙ୍କୁ ଭେଟି ସଂଗଠନ ବିଷୟରେ ଆଲୋଚନା କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23 ° C
    23 °
    23 °
    95 %
    0.8kmh
    28 %
    Thu
    30 °
    Fri
    31 °
    Sat
    32 °
    Sun
    32 °
    Mon
    31 °

    ସମ୍ବନ୍ଧିତ