Wednesday, May 13, 2026
23.1 C
Odisha

    କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୨ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ସରକାରୀ କର୍ମଚାରୀଙ୍କ ପାଇଁ ୨ ପ୍ରତିଶତ ବଢ଼ିଲା ଡିଏ । ୫୮ ପ୍ରତିଶତରୁ ୬୦ ପ୍ରତିଶତକୁ ବୃଦ୍ଧି ହେଲା ମହଙ୍ଗା ଭତ୍ତା । କେନ୍ଦ୍ର କ୍ୟାବିନେଟ ମହଙ୍ଗା ଭତ୍ତା ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁର କରିଛି । ପିଛିଲା ଭାବେ ବର୍ଦ୍ଧିତ ମହଙ୍ଗା ଭତ୍ତା ଜାନୁଆରୀ ପହିଲାରୁ ଲାଗୁ ହେବ । ଉଭୟ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ ।

    ଖବର ମୁତାବକ, ବ୍ୟାବିନେଟ ମିଟିଂ ଡିଏରେ ୨ ପ୍ରତିଶତ ବୃଦ୍ଧିକୁ ମଞ୍ଜୁରୀ ଦେଇଛନ୍ତି । ଏହାପୂର୍ବରୁ ଅକ୍ଟୋବରରେ ଡିଏ ୫୫ ପ୍ରତିଶତ ବଢି ୫୮ପ୍ରତିଶତ ହୋଇଥିଲା । ପିଛିଲା ଗତ ଜୁଲାଇ ୨୦୨୫ରେ ଲାଗୁ ହୋଇଥିଲା । ଏହି ବୃଦ୍ଧି ପ୍ରାୟ ୫୦ ଲକ୍ଷ ସରକାରୀ କର୍ମଚାରୀ ଏବଂ ୬.୫ ଲକ୍ଷରୁ ଅଧିକ ପେନସନଭୋଗୀଙ୍କୁ ସିଧାସଳଖ ଲାଭ ଦେବ ।

    କେନ୍ଦ୍ର ସରକାର ସାଧାରଣତଃ ହୋଲି ସମୟରେ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରନ୍ତି। ଏଥର ବିଳମ୍ବ ହେବା ନେଇ କର୍ମଚାରୀଙ୍କ ଚିନ୍ତା ବଢିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.1 ° C
    23.1 °
    23.1 °
    93 %
    2.4kmh
    11 %
    Wed
    40 °
    Thu
    43 °
    Fri
    44 °
    Sat
    43 °
    Sun
    42 °

    ସମ୍ବନ୍ଧିତ