Tuesday, September 15, 2026
24 C
Odisha

    ପୁଣି ଜମ୍ମୁ-କାଶ୍ମୀରରେ ଭୂକମ୍ପ ଝଟକା, ତୀବ୍ରତା ୫.୦

    ଆଗକୁ ପଢନ୍ତୁ

    ଶ୍ରୀନଗର : ଆଜି ପୁଣି ଜମ୍ମୁ-କାଶ୍ମୀରରେ ଭୂକମ୍ପ ଝଟକା । କାଶ୍ମୀର ଘାଟିର କେତକ ସ୍ଥାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୦ ଥିବା ଜଣାପଡିଛି । ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ବଦାଖଶାନ ଅଞ୍ଚଳର ଯାୟବକରେ ଥିଲା । ଭୂକମ୍ପ ସକାଳ ପ୍ରାୟ ୮ ଟା ୨୪ ମିନିଟ୍ ସମୟରେ ହୋଇଥିବା ସୂଚନା ମିଳିଛି । ଏହା ୧୯୦ କିଲୋମିଟର ଗଭୀରତାରେ ଥିବା ଜଣାପଡିଛି । କିନ୍ତୁ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବାର ରିପୋର୍ଟ ମିଳିନାହିଁ । ଭୂକମ୍ପ ହେବା ପରେ ଅନେକ ଲୋକ ଘରୁ ବାହାରକୁ ଆସିଥିଲେ । ଏହା ବ୍ୟତୀତ ଲୋକଙ୍କ ମଧ୍ୟରେ ଏହା ଆତଙ୍କ ସୃଷ୍ଟି କରିଛି ।

    ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ଜମ୍ମୁ-କାଶ୍ମୀରରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ରିକ୍ଟର ସ୍କେଲରେ ୪.୬ ତୀବ୍ରତାର ରେକର୍ଡ ହୋଇଥିଲା । ଠିକ୍ ଏହାର ୧୦ ମିନିଟ ପରେ ପୁଣି ୩.୦ ତୀବ୍ରତା ଭୂକମ୍ପ ହୋଇଥିଲା । କିନ୍ତୁ ସେହି ସମୟରେ ମଧ୍ୟ କୌଣସି କ୍ଷୟକ୍ଷତି ଘଟିନଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24 ° C
    24 °
    24 °
    88 %
    0.9kmh
    0 %
    Mon
    24 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ