Thursday, October 2, 2025
25.9 C
Odisha

    କେନ୍ଦ୍ର ସରକାର ଦେଲେ ଦୀପାବଳି ଭେଟି, ୩% ବଢିଲା ମହଙ୍ଗା ଭତ୍ତା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଦୀପାବଳିରେ କେନ୍ଦ୍ର ସରକାର କର୍ମଚାରୀଙ୍କୁ ଦେବାକୁ ଯାଉଛନ୍ତି ବଡ଼ ଉପହାର । କେନ୍ଦ୍ର ସରକାର କ୍ୟାବିନେଟ୍ ବୈଠକରେ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ DA ଜୁଲାଇ ୧ରୁ ପିଛିଲା ଭାବରେ କାର୍ଯ୍ୟକାରୀ ହେବ ।

    ସମସ୍ତ କେନ୍ଦ୍ର ସରକାର କର୍ମଚାରୀଙ୍କୁ ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବରର ବକେୟା ଅକ୍ଟୋବର ଦରମା ସହିତ ମିଳିବ । ସରକାର ଦୀପାବଳି ପୂର୍ବରୁ ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ଏକ ଉପହାର ଦେଇଛନ୍ତି । ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ପାଇଛି । ୭ମ ବେତନ ଆୟୋଗ ମୁତାବକ, ସମସ୍ତ କେନ୍ଦ୍ର ସରକାର କର୍ମଚାରୀଙ୍କ ସହିତ ପେନସନଭୋଗୀଙ୍କ ପାଇଁ ଏହା ଲାଗୁ ହେବ ।

    ସରକାର ପୂର୍ବରୁ ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ୍ (DR) ୨% ବୃଦ୍ଧି କରିଥିଲେ । ଯାହା ଜାନୁଆରୀ ୧, ୨୦୨୫ ରୁ ଲାଗୁ ହୋଇଥିଲା । ଏହାଦ୍ବାରା ୧୧.୫ ନିୟୁତ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ ଉପକୃତ ହୋଇଥିଲେ । ଏହି ବୃଦ୍ଧି ପରେ ମହଙ୍ଗା ଭତ୍ତା ମୂଳ ଦରମାର ୫୩% ରୁ ୫୫% କୁ ବୃଦ୍ଧି ପାଇଲା । ଏବେ ୩ ପ୍ରତିଶତ ବଢିଲା ପରେ ମହଙ୍ଗା ଭତ୍ତା ମୂଳ ଦରମାର ୫୮%କୁ ବୃଦ୍ଧି ପାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.9 ° C
    25.9 °
    25.9 °
    89 %
    2.3kmh
    100 %
    Thu
    26 °
    Fri
    28 °
    Sat
    29 °
    Sun
    29 °
    Mon
    30 °

    ସମ୍ବନ୍ଧିତ