ବିଶେଷ କରି ଖରାଦିନରେ ଫଳର ଚାହିଦା ଖୁବ୍ ଅଧିକ ରହିଥାଏ । ଫଳ ଭିତରୁ ବେଶି କଦଳୀ ଖାଇବାକୁ ଲୋକମାନେ ବହୁତ ପସନ୍ଦ କରିଥାନ୍ତି । କଦଳୀକୁ ମଧ୍ୟ ଆମେ ଉଭୟ ପାଚିଲା ଏବଂ କଞ୍ଚାରେ ଖାଇଥାଉ । କଦଳୀ ଏପରି ଏକ ଫଳ, ଯାହା ଖାଇବାରେ ସ୍ୱାଦିଷ୍ଟ ହେବା ସହ ପାଟିକୁ ମିଠା ଲାଗିଥାଏ । ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହାକୁ ପସନ୍ଦ କରନ୍ତି ।
ପ୍ରତିଦିନ କଦଳୀ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । କଦଳୀ ତ ଆମେ ସାଧାରଣତଃ ଦେଖିଥାଉ । କିନ୍ତୁ ଆପଣ କେବେ ନାଲି ରଙ୍ଗର କଦଳୀ ଦେଖିଛନ୍ତି କି? ଏହାକୁ କେବେ ଟେଷ୍ଟ କରିଛନ୍ତି କି? ଏହା ଶୁଣିଲେ ଆପଣଙ୍କୁ ହୁଏ ତ ଟିକେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ । ଏହି ନାଲି କଦଳୀ କଥା ଶୁଣିବା ମାତ୍ରେ ମଧ୍ୟ ଆପଣଙ୍କ ମନରେ ନିହାତି ଅନେକ ପ୍ରଶ୍ନ ଉଙ୍କି ମାରୁଥିବ । ଏହା ସାଧାରଣ କଦଳୀଠାରୁ ଏହି କଦଳୀ ଭିନ୍ନ ଅଟେ । ତେବେ ଆସନ୍ତୁ ଏହି ନାଲି କଦଳୀର ଉପକାର ସମ୍ପର୍କରେ ଜାଣିବା । ନାଲି କଦଳୀ ସାଧାରଣ କଦଳୀ ଅର୍ଥାତ୍ ହଳଦୀ ରଙ୍ଗର କଦଳୀଠାରୁ ଖୁବ୍ ମିଠା ଲାଗିଥାଏ । ଏହା ସୁପରଫୁଡ ଭଳି କାର୍ଯ୍ୟକାରୀ କରିଥାଏ । ନାଲି କଦଳୀକୁ ଦକ୍ଷିଣ ଭାରତରେ ଚାଷ କରାଯାଇଥାଏ ।ଏହି ନାଲି କଦଳୀ ଖାଇବା ଦ୍ବାରା ଅନ୍ତନଳୀ ସ୍ବାସ୍ଥ୍ୟରେ ସୁଧାର ଆଣିଥାଏ । କୋଷ୍ଠକାଠିନ୍ୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଏଥିରେ ଫାଇବର ଭରପୂର ମାତ୍ରାରେ ଥାଏ । ତେଣୁ ମେଟାବୋଲିଜିମକୁ ବଢାଇ ଓଜନ ହ୍ରାସର ଯାତ୍ରାକୁ ସହଜ କରିଦେଇଥାଏ ।
ନାଲି କଦଳୀ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବାରେ ସାହାଯ୍ୟ କରିଥାଏ । ଯଦି ଦୁର୍ବଳ ଅନୁଭବ ହେଉଛି ତେବେ ଏହାକୁ ପ୍ରତିଦିନ ଗ୍ରହଣ କରିବା ଉଚିତ୍ । ଯାହା ଶରୀର ପାଇଁ ଲାଭପ୍ରଦ ହୋଇଥାଏ । ଏତିକି ନୁହେଁ ବରଂ ଥକ୍କାପଣକୁ ଦୂର କରିଥାଏ । ଏହାକୁ ଖାଇବା ଦ୍ବାରା ଏନର୍ଜିଟିକ୍ ଫିଲ୍ ହୋଇଥାଏ । ଏହା ତୁରନ୍ତ ଶରୀରରେ ପ୍ରଭାବ ପକାଇଥାଏ । ଏଥିରେ ଆିରନର ଗୁଣ ଭରପୁର ମାତ୍ରାରେ ଥିବାରୁ ରକ୍ତହୀନତା ଭଳି ସମସ୍ୟାକୁ ନାଲି କଦଳୀ ଦୂର କରିଥାଏ । ଏହା ସହିତ ଉଚ୍ଚ ରକ୍ତଚାପ ରୋଗୀଙ୍କୁ ଭଲ ଫାଇଦା ଦେଇଥାଏ । ହାର୍ଟ ରୋଗୀ ମଧ୍ୟ ନାଲି କଦଳୀକୁ ଖାଇପାରିବେ । ଏହା ଏକ ଏଭଳି ଜିନିଷ ଯାହା ସମସ୍ତଙ୍କ ପାଇଁ ଉପଯୋଗୀ । ନାଲି କଦଳୀ ସ୍ବାସ୍ଥ୍ୟ ପାଇଁ ବରଦାନ ସଦୃଶ ହୋଇଥାଏ ।