Friday, October 2, 2026
22.2 C
Odisha

    କେବେ ବି ଦାନ କରନ୍ତୁନି ଏହି ସବୁ ଜିନିଷ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ହିନ୍ଦୁ ଧର୍ମ ଶାସ୍ତ୍ରଗୁଡ଼ିକରେ, ଦାନକୁ ଏକ ପୁଣ୍ୟକର୍ମ ଭାବରେ ବିବେଚନା କରାଯାଏ। କିନ୍ତୁ ଏପରି କିଛି ଜିନିଷ ରହିଛି, ଯାହାକୁ ଦାନ କରିବା ଦ୍ବାରା ଦାତାଙ୍କର କ୍ଷତି ହୋଇଥାଏ ବୋଲି କୁହାଯାଏ।

    ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଷ୍ଟିଲ୍‌ର ବାସନକୁସନକୁ କେବେ ବି ଦାନ କରିବା ଉଚିତ ନୁହେଁ। ବିଶେଷକରି ବ୍ୟବହାର କରୁଥିବା ଷ୍ଟିଲ୍‌ ବାସନଗୁଡ଼ିକୁ କାହାକୁ ଦାନ କରିବା ଦ୍ବାରା ଘରର ସୁଖଶାନ୍ତି ଭଙ୍ଗ ହୋଇଥାଏ।
    ସେହିଭଳି ଚିରାଫଟା ବହି କିମ୍ବା ଆଧ୍ୟାତ୍ମିକ ପୁସ୍ତକ ମଧ୍ୟ କାହାକୁ ଦାନ କରିବା ଅନୁଚିତ। ଏଭଳି କରିବା ଦ୍ବାରା ମା’ ସରସ୍ବତୀ ରୁଷ୍ଟ ହୋଇଥାନ୍ତି ବୋଲି କୁହାଯାଏ। ଏହାଦ୍ବାରା ପିଲାଙ୍କର ପାଠପଢ଼ା ମଧ୍ୟ ପ୍ରଭାବିତ ହୋଇଥାଏ। ଅଫିସ୍ ଓ ବ୍ୟବସାୟରେ ସମସ୍ୟା ବଢ଼ିପାରେ।
    ସେହିଭଳି ଧାରଯୁକ୍ତ କୌଣସି ଜିନିଷ ଦାନ କରିବା ଉଚିତ ନୁହେଁ। ଧାର୍ମିକ ମାନ୍ୟତା ଅନୁଯାୟୀ, ଏଭଳି ଜିନିଷ ଦାନ କରିବା ଶୁଭଦାୟକ ହୋଇ ନ ଥାଏ। ଏହାଦ୍ବାରା ଘରେ କଳିଝଗଡ଼ା ଲାଗି ରୁହେ।
    ଅନେକ ସମୟରେ ଆମେ ସଫାସଫି କରୁଥିବା ଜିନିଷଗୁଡ଼ିକୁ ଦାନ କରିଦେଉ। ଝାଡ଼ୁଦାନ କରିବା ଦ୍ବାରା ମା’ ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି ବୋଲି କୁହାଯାଏ। ଧନତେରାସ୍‌ ଓ ଦୀପାବଳି ଅବସରରେ ଝାଡ଼ୁ କିଣିବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ। ତେଣୁ ଝାଡ଼ୁ କାହାକୁ ଦାନ କରିବା କଥା ନୁହେଁ।
    କଣ୍ଟାଗଛକୁ ଘର ମଧ୍ୟରେ ରଖିବା ଉଚିତ୍ ନୁହେଁ। ଏହାଦ୍ବାରା ନକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ସେହିଭଳି ଏହାକୁ କାହାକୁ ଦାନ କରିବା କଥା ମଧ୍ୟ ଅନୁଚିତ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ