Friday, July 10, 2026
26.6 C
Odisha

    କେମିକାଲ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ସିକ୍ୟୁରିଟି ଗାର୍ଡ ଜୀବନ୍ତ ଦଗ୍ଧ

    ଆଗକୁ ପଢନ୍ତୁ

    ବାଲେଶ୍ଵର  : ବାଲେଶ୍ଵରରେ ଏକ କେମିକାଲ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । ଜଣେ ସିକ୍ୟୁରିଟି ଗାର୍ଡ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅନ୍ୟ ଜଣକ ଜୀବନ ବଞ୍ଚି ଯାଇଛି । ବାଲେଶ୍ଵର ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ମିଶ୍ର ଲାଇମ୍ସ ରେ ବିଳମ୍ବିତ ରାତ୍ରିରେ ଅଭାବନୀୟ ଘଟଣା ଘଟିଛି । ଗୋଦାମରେ ନିଆଁ ଲାଗିବା ଜାଣି ଉପର ମହଲାରେ ଶୋଇଥିବା ଦୁଇ ସିକ୍ୟୁରିଟି ଗାର୍ଡ ପ୍ରାଣ ବିକଳରେ ଜୀବନ ବଞ୍ଚାଇବାକୁ ଗୋଦାମରୁ ବାହାରିବା ପାଇଁ ଉଦ୍ୟମ କରିଥିଲେ ।  ତେବେ ଜଣେ ପାଚେରୀ ଡେଇଁ ଜୀବନ ବଞ୍ଚାଇବାକୁ ସମର୍ଥ ହୋଇଥିବା ବେଳେ ଅନ୍ୟଜଣେ ପାଚେରୀରୁ ଡେଇଁବା ବେଳେ ନାଳକୁ ଖସି ପଡି ଉତ୍ତପ୍ତ ତରଳ କେମିକାଲ ସଂସ୍ପର୍ଶରେ ଆସି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।  ମୃତ ସିକ୍ୟୁରିଟି ଗାର୍ଡ ଜଣକ ହେଲେ ଭଦ୍ରକ ଅଞ୍ଚଳର କୈଳାଶ ଚନ୍ଦ୍ର ବେହେରା ।

    ଗୋଦାମରେ ବହୁତ୍ ପରିମାଣର ରଙ୍ଗ, ଚୂନ, ବ୍ଲିଚିଂ ପାଉଡର, ୱାଲ୍ ପୁଟି, ହ୍ୱାଇଟ ସିମେଣ୍ଟ ରହିଥିଲା । ତେବେ ନିଆଁ ସଂସ୍ପର୍ଶରେ ଆସି ସବୁ କେମିକାଲ ଗୁଡ଼ିକ ତରଳ ହୋଇ ଗୋଦାମକୁ ଲାଗିଥିବା ନାଳକୁ ବହିଯାଇଥିଲା ।  ଘଟଣାସ୍ଥଳରେ ମୃତ କୈଳାଶ ବେହେରାଙ୍କ ମୃତ ଶରୀର ନାଳ ଭିତରେ ଜମା ହୋଇଥିବା ତରଳ ଉତ୍ତପ୍ତ କେମିକାଲରେ ପଡ଼ିଥିବା ଦେଖିବାକୁ ମିଳିଥିଲା ।  କେମିକାଲ ଉତ୍ତାପରେ ଶରୀର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ମୃତଦେହଟି ଉତ୍ତପ୍ତ କେମିକାଲ ସହ ଲାଗି ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ପହଞ୍ଚିଥିବା ଅଗ୍ନିଶମ ବାହିନୀକୁ ଉଦ୍ଧାର କରିବା ପାଇଁ ବହୁ ସମୟ ଲାଗିଥିଲା ।  ତେବେ ଅଗ୍ନିକାଣ୍ଡର କାରଣ ଏଯାଏଁ ଅସ୍ପଷ୍ଟ ରହିଥିବା ବେଳେ କେଉଁ ପରିସ୍ଥିତିରେ ଏଭଳି ଅଗ୍ନିକାଣ୍ଡ ଘଟିଛି ଶିଳ୍ପାଞ୍ଚଳ ଥାନା ପୋଲିସ ତଦନ୍ତ ଜାରି ରଖିଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.6 ° C
    26.6 °
    26.6 °
    86 %
    2.4kmh
    100 %
    Fri
    26 °
    Sat
    30 °
    Sun
    27 °
    Mon
    29 °
    Tue
    25 °

    ସମ୍ବନ୍ଧିତ