Saturday, September 12, 2026
24 C
Odisha

    ଜୁଲାଇ ୫ରେ ହେବନି ପ୍ରିଲିମ୍‌ ପରୀକ୍ଷା , ଘୁଞ୍ଚିଲା ଓଜେଏସ୍‌ ପରୀକ୍ଷା ଆବେଦନ

    ଆଗକୁ ପଢନ୍ତୁ

    କଟକ  : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍‌)-୨୦୨୫ ପରୀକ୍ଷା ନିମନ୍ତେ ଆବେଦନ ପ୍ରକ୍ରିୟା ଘୁଞ୍ଚାଇ ଦିଆଯାଇଛି। ଅନ୍ୟାଦେଶ ପର୍ଯ୍ୟନ୍ତ ଆଶାୟୀମାନେ ଆବେଦନ କରିପାରିବେ। ଏଥିସହ ଜୁଲାଇ ୫ରେ ହେବାକୁ ଥିବା ପ୍ରିଲିମ୍‌ନାରୀ ପରୀକ୍ଷା ହେବ ନାହିଁ। ନୂତନ ତାରିଖ ଧାର୍ଯ୍ୟ ହେବା ପରେ ଆଶାୟୀଙ୍କୁ ଅବଗତ କରାଯିବ ବୋଲି ଶନିବାର ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୩୦ରେ ୭୮ ସିଭିଲ ଜଜ୍‌ (ଜୁନିୟର ଡିଭିଜନ୍‌) ପଦ ପାଇଁ ଓଜେଏସ୍‌ ପରୀକ୍ଷା କରାଯିବାକୁ ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମୋଟ ପଦରୁ ୩୨ଟି ଅଣସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ରହିଥିବାବେଳେ ଏସଇବିସି ବର୍ଗରେ ୯, ଅନୁସୂଚିତ ଜାତି ବର୍ଗରେ ୧୩, ଅନୁସୂଚିତ ଜନଜାତି ବର୍ଗରେ ୧୮ ଏବଂ ଭିନ୍ନକ୍ଷମ ଆଶାୟୀଙ୍କ ପାଇଁ ୩ ପଦ ସଂରକ୍ଷିତ ରହିଛି। ବିଭିନ୍ନ ବର୍ଗରୁ ମୋଟ ୨୬ ପଦ ମହିଳା ଆଶାୟୀଙ୍କ ନିମନ୍ତେ ସଂରକ୍ଷିତ ରଖାଯାଇଛି। ଏହି ନିଯୁକ୍ତି ପରୀକ୍ଷା ପାଇଁ ମେ ୮ ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜୁନ୍‌ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଥିଲା; ମାତ୍ର ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ଓପିଏସସି ପକ୍ଷରୁ ଆବେଦନ ଅବଧି ବୃଦ୍ଧି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24 ° C
    24 °
    24 °
    97 %
    2.2kmh
    100 %
    Fri
    24 °
    Sat
    25 °
    Sun
    30 °
    Mon
    31 °
    Tue
    30 °

    ସମ୍ବନ୍ଧିତ