Friday, April 3, 2026
39 C
Odisha

    କେମିତି ଚିହ୍ନିବେ ନକଲି ପ୍ରୋଟିନ ପାଉଡର?

    ଆଗକୁ ପଢନ୍ତୁ

    ଫିଟନେସ ଓ ବଡିବିଲ୍ଡିଂ ପାଇଁ ପ୍ରୋଟିନ ପାଉଡରର ବ୍ୟବହାର ଦିନକୁ ଦିନ ବଢ଼ୁଛି, କିନ୍ତୁ ବଜାରରେ ମିଳୁଥିବା ନକଲି ପ୍ରୋଟିନ ପାଉଡର ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ। ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ନକଲି ପ୍ରୋଟିନ ପାଉଡରରେ ଥିବା କ୍ଷତିକାରକ ରାସାୟନିକ ପଦାର୍ଥ କିଡନୀ ଓ ଲିଭର ଖରାପ କରିପାରେ। ଏହା ସହ ଏହା ପାଚନ ତନ୍ତ୍ର ସମସ୍ୟା, ଆଲର୍ଜି ଓ ଅନ୍ୟାନ୍ୟ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ତେବେ, ନକଲି ପ୍ରୋଟିନ ପାଉଡରକୁ କେମିତି ଚିହ୍ନିବେ? ଆସନ୍ତୁ ଜାଣିବା :-

    ପ୍ୟାକେଜିଂ ଓ ଲେବଲ ଯାଞ୍ଚ କରନ୍ତୁ : ପ୍ରୋଟିନ ପାଉଡରର ପ୍ୟାକେଜିଂରେ ମ୍ୟାନୁଫାକ୍ଚରିଂ ଓ ଏକ୍ସପାୟାରୀ ତାରିଖ, ବ୍ୟାଚ ନମ୍ବର, FSSAI ଲାଇସେନ୍ସ ନମ୍ବର ଓ ବ୍ରାଣ୍ଡର ଅଫିସିଆଲ ଲୋଗୋ ଅବଶ୍ୟ ଯାଞ୍ଚ କରନ୍ତୁ। ନକଲି ପ୍ୟାକେଜିଂରେ ଅନେକ ସମୟରେ ବାନାନ ଭୁଲ, ଖରାପ ମୁଦ୍ରଣ କିମ୍ବା ଅସ୍ପଷ୍ଟ ଲେବଲ ଥାଏ।

    QR କୋଡ ଓ ବାରକୋଡ ସ୍କାନ : ଅନେକ ପ୍ରକୃତ ବ୍ରାଣ୍ଡ ପ୍ୟାକେଜିଂରେ QR କୋଡ କିମ୍ବା ବାରକୋଡ ପ୍ରଦାନ କରିଥାନ୍ତି, ଯାହା ସ୍କାନ କରି ଉତ୍ପାଦର ପ୍ରକୃତତା ଯାଞ୍ଚ କରାଯାଇପାରେ। ଏହାକୁ ବ୍ରାଣ୍ଡର ଅଫିସିଆଲ ୱେବସାଇଟ କିମ୍ବା ଆପ୍ ମାଧ୍ୟମରେ ଚେକ କରନ୍ତୁ।

    ମୂଲ୍ୟ ଓ ଉତ୍ସ ଯାଞ୍ଚ : ଯଦି ପ୍ରୋଟିନ ପାଉଡରର ମୂଲ୍ୟ ଅତ୍ୟନ୍ତ କମ ହୁଏ, ତେବେ ଏହା ନକଲି ହେବାର ସମ୍ଭାବନା ରହିଛି। ଅଫିସିଆଲ ୱେବସାଇଟ କିମ୍ବା ଅନୁମୋଦିତ ବିକ୍ରେତାଙ୍କଠାରୁ କିଣନ୍ତୁ। ଅନଲାଇନ ମାର୍କେଟପ୍ଲେସରେ କିଣୁଥିଲେ ବିକ୍ରେତାଙ୍କ ରେଟିଂ ଓ ରିଭିଉ ଯାଞ୍ଚ କରନ୍ତୁ।

    ଘୋଳିବା ଓ ଟେଷ୍ଟ ଟେଷ୍ଟ : ପ୍ରକୃତ ପ୍ରୋଟିନ ପାଉଡର ପାଣି କିମ୍ବା ଦୁଧରେ ସହଜରେ ଘୋଳି ହୁଏ ଓ ଏକ ସମାନ ଟେକ୍ସଚର ଦିଏ। ନକଲି ପାଉଡର ଅନେକ ସମୟରେ ଗୁଣ୍ଡ ଛାଡ଼ିଥାଏ କିମ୍ବା ଅସ୍ୱାଭାବିକ ଗନ୍ଧ ଦିଏ। ଏକ ଗ୍ଲାସ ଗରମ ପାଣିରେ ଏକ ଚାମଚ ପ୍ରୋଟିନ ପାଉଡର ମିଶାଇ ଯାଞ୍ଚ କରନ୍ତୁ। ଯଦି ଏହା ଅତ୍ୟଧିକ ଝାମ୍ପ ଛାଡ଼େ କିମ୍ବା ଅଜଣା ରଙ୍ଗ ଦେଖାଏ, ତେବେ ଏହା ନକଲି ହୋଇପାରେ।

    ଗନ୍ଧ ଓ ସ୍ୱାଦ : ନକଲି ପ୍ରୋଟିନ ପାଉଡରରେ ଅସ୍ୱାଭାବିକ ରାସାୟନିକ ଗନ୍ଧ କିମ୍ବା ଅତ୍ୟଧିକ ମିଠା/ତୁଚ୍ଛା ସ୍ୱାଦ ଥାଇପାରେ। ପ୍ରକୃତ ପ୍ରୋଟିନରେ ସାଧାରଣତଃ ହାଲୁକା ଓ ସ୍ୱାଭାବିକ ସ୍ୱାଦ ଥାଏ।

    ଲାବ ଟେଷ୍ଟ : ଯଦି ସନ୍ଦେହ ରହେ, ତେବେ ପ୍ରୋଟିନ ପାଉଡରକୁ ଏକ ଅନୁମୋଦିତ ଲାବରେ ଟେଷ୍ଟ କରାଇ ଏହାର ଗୁଣବତ୍ତା ଓ ପୋଷକ ମୂଲ୍ୟ ଯାଞ୍ଚ କରନ୍ତୁ।

    ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ : ଡାକ୍ତର ଓ ନ୍ୟୁଟ୍ରିସନିଷ୍ଟମାନେ ପରାମର୍ଶ ଦେଇଛନ୍ତି ଯେ ପ୍ରୋଟିନ ପାଉଡର ବ୍ୟବହାର କରିବା ପୂର୍ବରୁ ଏକ ଡାକ୍ତର କିମ୍ବା ଡାୟେଟିସିଆନଙ୍କ ସହ ପରାମର୍ଶ କରନ୍ତୁ। ଅତ୍ୟଧିକ ପ୍ରୋଟିନ ସେବନ ମଧ୍ୟ କିଡନୀ ଓ ଲିଭର ଉପରେ ଚାପ ସୃଷ୍ଟି କରିପାରେ। ତେଣୁ, ପ୍ରୋଟିନର ଆବଶ୍ୟକତା ପୂରଣ ପାଇଁ ପ୍ରାକୃତିକ ଖାଦ୍ୟ ଯେପରିକି ଡାଲି, ଅଣ୍ଡା, ମାଛ ଓ ଡେରୀ ଉତ୍ପାଦକୁ ଅଗ୍ରାଧିକାର ଦେବା ଉଚିତ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ