Friday, October 2, 2026
22.2 C
Odisha

    କେମିତି ଛଡ଼ାଇବେ ପିଲାଙ୍କ ମୋବାଇଲ୍‌ ଅଭ୍ୟାସ: ଆପଣାନ୍ତୁ ଏହି ଉପାୟ

    ଆଗକୁ ପଢନ୍ତୁ

    ମୋବାଇଲ ବ୍ୟବହାର ନେଇ ପିଲାଙ୍କର ଆକର୍ଷଣ ଦିନକୁ ଦିନ ବଢିଚାଲିଛି। ସମୟ ଏବେ ଏମିତି ହୋଇଛି ଯେ ଫୋନ୍‌କୁ ସେମାନଙ୍କ ଠାରୁ ସମ୍ପୂର୍ଣ୍ଣ ଦୂରେଇ ରଖିବା କଷ୍ଟକର ହୋଇପଡିଛି। ଏଭଳି କ୍ଷେତ୍ରରେ ପିଲାଙ୍କର ଫୋନ୍‌ ବ୍ୟବହାର କମ୍‌ କରିବା ପାଇଁ କ’ଣ କରିବେ ଜାଣନ୍ତୁ…

    ପିଲାଙ୍କ ପାଇଁ ସେମାନଙ୍କ ସହିତ କଥାବାର୍ତ୍ତା ହୋଇ ଏକ ଟାଇମ୍‌ ଟେବଲ ସ୍ଥିର କରନ୍ତୁ।

    ପାଠପଢା ଖେଳକୁଦ ସହିତ ଫୋନ୍‌ ଦେଖିବାର ଏକ ସମୟ ନିର୍ଦ୍ଦିଷ୍ଟ କରନ୍ତୁ, ଯେପରି ପିଲାମାନେ କେବଳ ସେହି ସମୟ ମଧ୍ୟରେ ଫୋନ୍‌ ବ୍ୟବହାର କରିବେ। ଏପରି ହେଲେ ଅନ୍ୟ ସମୟରେ ସେମାନେ ନିଜ କାମ କରିବେ।

    ପିଲାଙ୍କୁ ଆଉଟ୍‌ଡୋର୍‌ ଗେମ୍‌ ନିମନ୍ତେ ଉତ୍ସାହିତ କରନ୍ତୁ। କ୍ରିକେଟ୍‌, ଫୁଟବଲ୍‌ ଓ ସାଇକେଲିଂ ଆଦି ବିଭିନ୍ନ ଖେଳପାଇଁ ବ୍ୟବସ୍ଥା କରି ଦିଅନ୍ତୁ। ଫଳରେ ପିଲାମାନେ ଫୋନ୍‌ଠାରୁ କିଛି ସମୟ ଦୂରରେ ରହିବାର ସୁଯୋଗ ପାଇବେ।

    ମୋବାଇଲ୍‌କୁ ପିଲାଙ୍କ ପାଇଁ ଏକ ପୁରସ୍କାର ଭଳି ବ୍ୟବହାର କରନ୍ତୁ। ସେମାନେ ହୋମୱାର୍କ କରିସାରିବା ପରେ କିମ୍ବା କୌଣସି ପାଠ ପୂରା କରିସାରିବା ପରେ କିଛି ସମୟ ପାଇଁ ଫୋନ୍‌ ବ୍ୟବହାର କରିବାର ସୁଯୋଗ ଦିଅନ୍ତୁ। ଏପରି କଲେ ସେମାନଙ୍କର ପାଠପ୍ରତି ଆଗ୍ରହ ବଢ଼ିବ।

    ନିଜେ ପିଲାଙ୍କ ସହିତ କିଛି ସମୟ କଟାନ୍ତୁ। ସେମାନଙ୍କୁ ବାହାରକୁ ବୁଲାଇବା ପାଇଁ ନିଅନ୍ତୁ କିମ୍ବା ଖେଳନ୍ତୁ। ଏସବୁ ନ ହେଲେ ସେମାନଙ୍କ ସହିତ କେବଳ ଗପନ୍ତୁ। ଫଳରେ ମୋବାଇଲ୍‌ ବ୍ୟବହାର କରିବାର ସୁଯୋଗ ପାଇବେ ନାହିଁ ପିଲାମାନେ।

    ମୋବାଇଲ୍‌ ବ୍ୟବହାରର ଖରାପ ପ୍ରଭାବ ସମ୍ପର୍କରେ ପିଲାଙ୍କୁ ବୁଝାନ୍ତୁ। ପିଲାମାନେ ଖରାପ ପ୍ରଭାବ ସମ୍ପର୍କରେ ବୁଝିପାରିଲେ ନିଜେ ଫୋନ୍‌ ବ୍ୟବହାର କମ୍‌ କରିବା ନେଇ ସଚେତନ ହୋଇପାରିବେ।

    ପିଲାଙ୍କ ଆଗରେ ଅଭିଭାବକମାନେ ନିଜେ ଫୋନ୍‌ ବ୍ୟବହାର କରନ୍ତୁ ନାହିଁ। ଆବଶ୍ୟକ ହେଲେ ପିଲାଙ୍କୁ ନିଜର ଉଦାହରଣ ଦେଇପାରିବେ।

    ଶୋଇବା ସମୟରେ ନିଜେ ଫୋନ୍‌ ଦେଖନ୍ତୁ ନାହିଁ କି ପିଲାଙ୍କୁ ଦେଖାନ୍ତୁ ନାହିଁ। ତେଣୁ ଶୋଇବା ଘରକୁ ଯିବା ପୂର୍ବରୁ ହିଁ ଫୋନ୍‌କୁ ବାହାରେ ରଖି ଯାଆନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ