Friday, October 2, 2026
22.2 C
Odisha

    ଜାଣନ୍ତୁ ମୁଗ ଡାଲିର ସ୍ୱାସ୍ଥ୍ୟ ଉପକାରୀ ଗୁଣ

    ଆଗକୁ ପଢନ୍ତୁ

    ଆଜିକାଲି ସମୟରେ ବଦଳୁଥିବା ଦିନଚର୍ଯ୍ୟା, ଖାଦ୍ୟପେୟ ଏବଂ ଶାରୀରିକ ପରିଶ୍ରମର ଅଭାବକୁ ନେଇ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି, ଯେଉଁଥିରେ ଫ୍ୟାଟି ଲିଭର ଏବଂ ହୃଦୟ ସମ୍ବନ୍ଧୀୟ ସମସ୍ୟା,  କୋଲେଷ୍ଟେରଲ, ଓଜନ ବୃଦ୍ଧି ସାଧାରଣ ହୋଇଗଲାଣି। ଥରେ ଫ୍ୟାଟି ଲିଭର ସମସ୍ୟାରେ ପୀଡ଼ିତ ହେଲେ ସମୟ ଥାଉ ଖାଦ୍ୟପେୟ ଏବଂ ଅନ୍ୟାନ୍ୟ ବିଷୟ ପ୍ରତି ଧ୍ୟାନ ଦେବା ଜରୁରୀ। ନଚେତ ଲିଭର ସିରୋସିସ୍‌ ନଚେତ ଲିଭର୍‌ ଫେଲ୍‌  ଭଳି ଗମ୍ଭୀର ରୋଗ ହୋଇପାରେ। ଏମିତିରେ ପ୍ରାକୃତିକ ଏବଂ ଘରୋଇ ଉପାୟ ସହାୟତାରେ ଏହାର ଉପଚାର କରାଯାଇପାରେ।

    ଆୟୁର୍ବେଦ ବିଶେଷଜ୍ଞ ଅନୁଯାୟୀ ମୁଗ ଡ଼ାଲିର ପାଣି ଫ୍ୟାଟି ଲିଭର ସମସ୍ୟାକୁ ଦୂର କରିବା ଲାଗି ଏକ ପ୍ରାକୃତିକ ଔଷଧ ଭଳି କାମ କରିଥାଏ। ଏହା ଲିଭରରେ ଜମିଥିବା ଚର୍ବିକୁ କମ୍‌ କରିଥାଏ। ଏହାଛଡ଼ା ଶରୀରରେ ଜମା ହୋଇଥିବା ଅଦରକାରୀ କୋଲେଷ୍ଟେରଲକୁ ବାହାର କରିବାକୁ ସହାୟକ ହୋଇଥାଏ।

    ଫ୍ୟାଟି ଲିଭର  :  ଫ୍ୟାଟି ଲିଭର ସମସ୍ୟାରୁ ରକ୍ଷା ପାଇବା ଲାଗି ମୁଗ ଡ଼ାଲିର ପାଣି ଲାଭକାରୀ। ଏଥିରେ ଥିବା ଆମିନୋ ଏସିଡ୍‌ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଯକୃତର କୋଷିକାକୁ ଠିକ୍‌ କରିଥାଏ। ଏହାର ପାଣି ଯକୃତରେ ଜମା ହୋଇଥିବା ଅତିରିକ୍ତ ଚର୍ବିକୁ ତରଳାଇ ବାହାର କରିବାରେ ସହାୟକ ହୋଇଥାଏ।
    ଓଜନ କମ୍‌ କରିବାକୁ ଲାଭକାରୀ   :  ଓଜନ କମ୍‌ କରିବା ଲାଗି ମୁଗ ଡ଼ାଲି ଲାଭଦାୟକ। ଯିଏ ଓଜନ କମ୍‌ କରିବାକୁ ଚାହିଁଲେ ଏହା ଭଲ ବିକଳ୍ପ। ଏଥିରେ କମ୍‌ କ୍ୟାଲୋରୀ ଏବଂ ହାଇ ଫାଇବର ଥାଏ, ଯେଉଁଥିଲାଗି ପେଟ ଦୀର୍ଘ ସମୟ ଧରି ଭର୍ତ୍ତି ହେବା ଭଳି ମନେ ହୋଇଥାଏ। ଫଳରେ ଅଧିକ ଭୋକ ଲାଗେ ନାହିଁ।
    କୋଲେଷ୍ଟେରଲ କଣ୍ଟ୍ରୋଲ  : ମୁଗ ଡ଼ାଲିର ପାଣି ହୃଦୟର ସ୍ବାସ୍ଥ୍ୟ ପାଇଁ ଲାଭକାରୀ। ଏହା ଧମନୀରେ ପ୍ରବାହିତ କୋଲେଷ୍ଟରଲକୁ ବାହାର କରିବାକୁ ଲାଭଦାୟକ ହୋଇଥାଏ। ଏହାଦ୍ୱାରା ରକ୍ତ ପ୍ରଭାବ ଭଲ ହୋଇଥାଏ। ନିୟମିତ ଭାବେ ମୁଗ ଡ଼ାଲିର ପାଣି ପିଇଲେ ହୃଦୟ ସୁସ୍ଥ ରହିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ