Monday, March 9, 2026
28.8 C
Odisha

    କେମି ବାଡେନୋଚ୍‌ ହେଲେ କଞ୍ଜରଭେଟିଭ୍‌ ପାର୍ଟିର ନୂଆ ନେତା

    ଆଗକୁ ପଢନ୍ତୁ

    କେମି ବାଡେନୋଚ୍‌ଙ୍କୁ ଶନିବାର ବ୍ରିଟେନ୍‌ର କଞ୍ଜରଭେଟିଭ୍‌ ପାର୍ଟି ନେତା ନିର୍ବାଚିତ କରାଯାଇଛି। ଏଥିସହିତ ସେ ଋଷି ସୁନକ୍‌ଙ୍କ ସ୍ଥାନରେ ହାଉସ୍‌ ଅଫ୍‌ କମନ୍ସରେ ବିରୋଧୀ ଦଳ ନେତା ହୋଇଛନ୍ତି। ଦୁଇଦିନ ପୂର୍ବରୁ ସୁନକ୍‌ ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଥିଲେ।
    ବ୍ରିଟେନ୍‌ କଞ୍ଜରଭେଟିଭ୍‌ ପାର୍ଟିର ନେତା ନିର୍ବାଚିତ ହେବାରେ କେମି ପ୍ରଥମ ଅଣଶ୍ୱେତାଙ୍ଗ ମହିଳା। ନେତୃତ୍ୱ ଚୟନ ପାଇଁ ୩ ମାସ ଧରି ଚାଲିଥିବା ନିର୍ବାଚନରେ ନାଇଜେରିଆ ବଂଶୋଦ୍ଭବ ୪୪ ବର୍ଷୀୟା କେମି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ରବର୍ଟ ଜେନ୍‌ରିକ୍‌ଙ୍କୁ ପରାସ୍ତ କରିଥିଲେ। ସୂଚନାଯୋଗ୍ୟ, ଜୁଲାଇ ୪ ସାଧାରଣ ନିର୍ବାଚନରେ କଞ୍ଜରଭେଟିଭ୍‌ ପାର୍ଟି ପରାଜିତ ହେବା ପରେ ସୁନକ୍‌ ଦଳର ନେତା ପଦରୁ ଇସ୍ତଫା ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.8 ° C
    28.8 °
    28.8 °
    51 %
    4.8kmh
    6 %
    Mon
    29 °
    Tue
    38 °
    Wed
    39 °
    Thu
    39 °
    Fri
    40 °

    ସମ୍ବନ୍ଧିତ