Tuesday, March 31, 2026
27.4 C
Odisha

    କେରଳ ଭୟଙ୍କର ଭୂସ୍ଖଳନ : ଏପର୍ଯ୍ୟନ୍ତ ଉଦ୍ଧାର ହେଲାଣି ୮୪ ଜଣଙ୍କର ମୃତଦେହ

    ଆଗକୁ ପଢନ୍ତୁ

    କେରଳ: କେରଳର ଓ୍ବାୟନାଡ ଭୟଙ୍କର ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସରକାରୀ ଆକଳନ ଅନୁଯାୟୀ ଏପର୍ଯ୍ୟନ୍ତ ମାଟି ଅତଡା ତଳୁ ୮୪ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଅନେକ ଲୋକ ଏବେବି ନିଖୋଜ ଥିବା କାରଣରୁ ମୃତ୍ୟ ସଂଖ୍ୟା ଆହୁରୀ ବଢ଼ିବା ଆଶଙ୍କା ରହିଛି। ଏଥି ସହିତ କେରଳ ପୁଲିସ, ସେନା ଓ ଏନ୍‌ଡିଆରଏଫ୍‌ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମାଟି ଅତଡା ତଳୁ ମୃତ ଦେହ ସହ ୧୧୬ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। କେରଳର ପାହାଡ ଜିଲ୍ଲା ୱାୟାନାଡରେ ପ୍ରବଳ ବର୍ଷା ହେତୁ ମେପ୍ପାଡି, ମୁବାଦକ୍କାଇ ଏବଂ ଚୁରାଲ ମାଲା ପାହାଡ଼ରେ ଭୂସ୍ଖଳନ ଘଟିଛି।
    https://x.com/airnews_tvm/status/1818109999769424082?t=0pSXkJRYVY7l0uoiC2cH8g&s=19

    ଅଧିକାରୀଙ୍କ କହିବା ନୁସାରେ, ମୁବାଦକ୍କାଇରେ ରାତି ପ୍ରାୟ ୧ଟା ବେଳେ ପ୍ରଥମ ଭୂସ୍ଖଳନ ହୋଇଥିଲା। ଅଧିକାରୀମାନେ କହିଛନ୍ତି ଯେ ପରବର୍ତ୍ତୀ ଭୂସ୍ଖଳନ ଭୋର ୪ଟାରେ ଚୁରାଲ ମାଲାଠାରେ ଘଟିଥିଲା। ସେହି ସମୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। କ୍ୟାମ୍ପ, ଘର, ସ୍କୁଲ ବସ୍ ସବୁ ରେ କାଦୁଅ ଓ ପାଣି ଭର୍ତ୍ତି ହୋଇଥିବା ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ