Sunday, March 22, 2026
20.3 C
Odisha

    କେଶରେ କେଉଁ ସମୟରେ ଲଗେଇବେ ତେଲ

    ଆଗକୁ ପଢନ୍ତୁ

    ଯଦି କେଶ ସୁନ୍ଦର ଥାଏ ତେବେ ମଣିଷ ମଧ୍ୟ ସୁନ୍ଦର ଦେଖାଯାଇଥାଏ।ଆଜିର ପରିବେଶ ପ୍ରଦୂଷଣ ଯୋଗୁ ବର୍ତ୍ତମାନ ଏପରି ସମସ୍ୟା ହେଉଛି ଯେ କେଶ ବହୁତ ମାତ୍ରାରେ ଝଡିବାରେ ଲାଗୁଛି। କେଶ ଝଡିବାକୁ ନେଇ ଲୋକେ ବହୁତ ପ୍ରକାର ପ୍ରଡକ୍ଟ ମଧ୍ୟ ବ୍ୟବହାର କରିଥାନ୍ତି। ଏହାସହ ପାର୍ଲର ଯାଇ କେଶରେ କେୟାର ନେଇଥାନ୍ତି। ହେଲେ କେଶ ଛଡିବା ସମସ୍ୟା ଦୂର ନହୋଇ ଆହୁରି ବଢ଼ିବାର ଲାଗିଥାଏ। କେଶ ଝଡିବାରେ ଅନେକ କାରଣ ରହିଛି। ସେହି କାରଣଗୁଡିକ ହେଉଛି-

    ପୁଷ୍ଟିକର ଖାଦ୍ୟ ନଖାଇବା, ଅଧିକ ଷ୍ଟ୍ରେସ୍ ନେବା, ସଠିକ୍ ପରିମାଣରେ କେଶରେ ତେଲ ନଲଗାଇବା, ଏହି ସବୁ କାରଣରୁ କେଶ ସମସ୍ୟା ଅଧିକ ବଢ଼ଇଥାଏ। ହେଲେ ଆଜି ଆପଣଙ୍କୁ କହିବୁ ଯେ କେଶରେ କିପରି ଯତ୍ନ ନେବେ। ସବୁଠାରୁ ମୁଖ୍ୟ କଥା ହେଉଛି କେଶରେ ତେଲ ଲଗାଇବା ଏବଂ ଏହାକୁ କେଉଁ ସମୟରେ ଲଗାଇବା ଜାଣନ୍ତୁ-

    ଅଧିକାଂଶ ଲୋକେ ଅଛନ୍ତି ଯେଉଁମାନେ କି ରାତିରେ ଶୋଇବା ପୂର୍ବରୁ ତେଲ ଲଗାଇ ଶୋଇଥାଆନ୍ତି, ଯାହା ଦ୍ୱାରା ତେଲ କେଶରେ ଭଲ ଭାବରେ ଶୋଷିତ ହୁଏ। ଏଥି ସହିତ କିଛି ଲୋକ ରାତିରେ ନିଜ କେଶରେ ତେଲ ଲଗାନ୍ତି ଏବଂ ଦିନର ଥକ୍କାପଣ ଦୂର କରିବା ପାଇଁ ଶୋଇଥାନ୍ତି। ହେଲେ ରାତି ସମୟରେ କେଶରେ ତେଲ ଲଗାଇବା ଠିକ୍ କିମ୍ବା ଭୁଲ ତାହା ଜାଣନ୍ତୁ…

    ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, କେଶରେ ତେଲ ଲଗାଇବା ନିହାତି ଆବଶ୍ୟକ ହୋଇଥାଏ। କାରଣ ତେଲ ହିଁ କେଶକୁ ସୁନ୍ଦର କରିଥାଏ ଏବଂ ମୂଳରୁ ମଜବୁତ୍ ମଧ୍ୟ ରଖିଥାଏ। ହେଲେ ତେଲ ଲଗାଇବାର ଉପଯୁକ୍ତ ସମୟ ରହିଛି । ଯଦି ଆପଣ ରାତିରେ ମୁଣ୍ଡରେ ତେଲ ଲଗାଉଛନ୍ତି ତେବେ ଫଙ୍ଗଲ୍ ସଙ୍କ୍ରମଣର କାରଣ ହୋଇପାରେ। କେଶ ଅଧିକ ତେଲିଆ ହୋଇଯାଏ ଯେଉଁ କାରଣରୁ ରୂପି ହେବାକୁ ଲାଗିଥାଏ।ଏହାସହ ଆପଣଙ୍କୁ ମନେ ରଖିବା ଉଚିତ୍ ଯେ ସାମ୍ପୁ କରିବାକୁ ଯିବାର ଏକ ଘଣ୍ଟା ପୂର୍ବରୁ କେଶରେ ତେଲ ଲଗାଇବା ଆବଶ୍ୟକ । କେଶରେ ତେଲ ଶୋଷିବା ପାଇଁ ୬-୭ ଘଣ୍ଟା ଆବଶ୍ୟକ କରେ ନାହିଁ, ୧ଘଣ୍ଟା ଯଥେଷ୍ଟ ହୋଇଥାଏ। ତେଣୁ କେଶ ଧୋଇବାର ୧ ରୁ ୨ ଘଣ୍ଟା ପୂର୍ବରୁ ତେଲ ଲଗାନ୍ତୁ।

    ଯଦି ଆପଣଙ୍କର କେଶ ସମସ୍ୟା ହେଉଛି ତେବେ ଏହିପରି କେଶରେ ତେଲ ଲଗାଇ ଅନେକ ସମସ୍ୟାରୁ ମୁକ୍ତି ପାଆନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    20.3 ° C
    20.3 °
    20.3 °
    44 %
    1.3kmh
    13 %
    Sun
    33 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ