Sunday, September 20, 2026
28.3 C
Odisha

    ୟୁରିକ ଏସିଡ କେମିତି ଦୂର କରିବେ, ଆସନ୍ତୁ ଜାଣିବା

    ଆଗକୁ ପଢନ୍ତୁ

    ଅନିୟମିତ, ଭୁଲ ଖାଦ୍ୟାଭ୍ୟାସ କାରଣରୁ ପ୍ରାୟ ସବୁ ବୟସର ଲୋକଙ୍କଠାରେ ୟୁରିକ୍‌ ଏସିଡ୍‌ ସମସ୍ୟା ଦେଖାଯାଉଛି। ଶରୀରରେ ୟୁରିକ୍‌ ଏସିଡ୍‌ ବଢ଼ିଲେ ଆର୍ଥ୍ରାଇଟିସ, କିଡ୍‌ନୀ ଷ୍ଟୋନ ଏବଂ ଅନ୍ୟାନ୍ୟ ଗୁରୁତର ରୋଗ ହେବାର ଆଶଙ୍କା ବଢ଼ିଯାଏ। କେବଳ ସୁଷମ ଖାଦ୍ୟ ଏବଂ ଘରୋଇ ଉପଚାର ଏହାକୁ ନିୟନ୍ତ୍ରଣ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ। ଆସନ୍ତୁ ସେ ବିଷୟରେ ଜାଣିବା…

    ୟୁରିକ୍‌ ଏସିଡ୍‌ ସମସ୍ୟାର ସମାଧାନ:
    ବିଶେଷଜ୍ଞଙ୍କ ମତରେ ଖାଦ୍ୟରେ ଧନିଆ ଏବଂ ପୋଦିନା ଖାଇବା ଦ୍ୱାରା ୟୁରିକ୍‌ ଏସିଡ୍‌ ସମସ୍ୟା ଦୂର ହୋଇଥାଏ। ଯଦି ଏହାର ଚଟଣୀ ପ୍ରତିଦିନ ଖାଦ୍ୟ ସହିତ ଖାଉଛନ୍ତି, ତେବେ ୟୁରିକ୍‌ ଏସିଡ୍‌ର ମାତ୍ରା କମିଯାଏ। କେବଳ ଏତିକି ନୁହେଁ, ଏହା କିଡ୍‌ନୀକୁ ମଜଭୁତ କରିବାରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

    ଉପାଦାନ:
    ଚଟଣୀ ତିଆରି କରିବା ପାଇଁ ଧନିଆ ଏବଂ ପୋଦିନା ପତ୍ର ସହିତ କିଛି କୋଲା ରସୁଣ, ଅଦା, ଲେମ୍ବୁ ରସ, ଜିରା ପାଉଡର, କଳା ଲୁଣ ଏବଂ କଞ୍ଚାଲଙ୍କା ବ୍ୟବହାର କରିପାରିବେ। ଏହା ଉଭୟ ସ୍ୱାଦରେ ଏବଂ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ବିବେଚନା କରାଯାଏ।

    କିଡ୍‌ନୀକୁ ଡିଟକ୍ସ କରେ:
    ଧନିଆ ଏବଂ ପୋଦିନାରେ ଡାଇୟୁରେଟିକ୍‌ ଗୁଣ ରହିଛି, ଯାହା ପରିସ୍ରା ମାଧ୍ୟମରେ ୟୁରିକ୍‌ ଏସିଡ୍‌ ବାହାର କରିବାରେ ସାହାଯ୍ୟ କରିଥାଏ।ଏଥିରେ ଥିବା ଲେମ୍ବୁ ଏବଂ ଅଦା କିଡ୍‌ନୀକୁ ଡିଟକ୍ସ କରିବାରେ ସାହାଯ୍ୟ କରେ। ଯେଉଁ କାରଣରୁ ଏହା ଭଲ କାମ କରିବାରେ ସକ୍ଷମ ହୋଇଥାଏ। ଏହା ବ୍ୟତୀତ ରସୁଣ ଏବଂ ଅଦାର ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ୟୁରିକ୍‌ ଏସିଡ୍‌ ଦ୍ୱାରା ଶାରୀରିକ ଫୁଲା ଏବଂ ଯନ୍ତ୍ରଣାକୁ ହ୍ରାସ କରିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.3 ° C
    28.3 °
    28.3 °
    79 %
    1.6kmh
    100 %
    Sun
    28 °
    Mon
    31 °
    Tue
    27 °
    Wed
    28 °
    Thu
    24 °

    ସମ୍ବନ୍ଧିତ