ଆପଣ କ’ଣ ଜାଣନ୍ତି ଯେ କର୍ପୁରରେ ମିଳୁଥିବା ସମସ୍ତ ଉପାଦାନ ଆପଣଙ୍କ କେଶର ସ୍ୱାସ୍ଥ୍ୟକୁ ବହୁତ ପରିମାଣରେ ଉନ୍ନତ କରିପାରେ ? କର୍ପୁରକୁ ମଧ୍ୟ ରୁପି ସମସ୍ୟା ଦୂର କରିବା ପାଇଁ ବ୍ୟବହାର କରାଯାଇପାରିବ । କର୍ପୁରରେ ମିଳୁଥିବା ଆଣ୍ଟି ଇନ୍ଫ୍ଲାମେଟୋରୀ ଏବଂ ଆଣ୍ଟି-ଫଙ୍ଗାଲ୍ ଗୁଣ କେଶ ସମ୍ବନ୍ଧୀୟ କିଛି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏକ ରାମବାଣ ପ୍ରମାଣିତ ହୋଇପାରେ । କର୍ପୁରକୁ ଆପଣଙ୍କ ହେୟାର କେୟାର ରୁଟିନର ଏକ ଅଂଶ କିପରି କରିବେ । ତାହେଲେ ଆସନ୍ତୁ ଜାଣିବା କିପରି କର୍ପୁରକୁ ବ୍ୟବହାର କରିବା ଉଚିତ ।
କର୍ପୁର, ନଡ଼ିଆ ତେଲ ଏବଂ ଲେମ୍ବୁ ରସ : ତେବେ କେମିକାଲ ଫ୍ରି ହେୟାର ପ୍ୟାକ୍ ତିଆରି କରିବାକୁ, ଆପଣଙ୍କୁ କର୍ପୁର, ନଡ଼ିଆ ତେଲ ଏବଂ ଲେମ୍ବୁ ରସ ଆବଶ୍ୟକ ହେବ । ଆପଣଙ୍କୁ ଏହି ତିନୋଟି ପ୍ରାକୃତିକ ଜିନିଷକୁ ଭଲ ଭାବରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିବାକୁ ପଡିବ ।ଏବେ ଆପଣ ଏହି ହେୟାର ପ୍ୟାକ୍କୁ ଆପଣଙ୍କର ହେୟାର କେୟାର ରୁଟିନରେ ସାମିଲ କରିପାରିବେ ।
କର୍ପୁର ଏବଂ ଅଲିଭ୍ ଅଏଲ : ଆପଣ ଚାହିଁଲେ, ଉଷୁମ ଅଲିଭ୍ ଅଏଲରେ କର୍ପୁର ପାଉଡର ମିଶାଇ ପାରିବେ । ଏହି ମିଶ୍ରଣକୁ ଆପଣଙ୍କ କେଶ ଏବଂ ମୁଣ୍ଡରେ ଲଗାଇବା ଦ୍ୱାରା, ଆପଣ ରୁପି ସମସ୍ୟାରୁ ମୁକ୍ତି ପାଇପାରିବେ । ଏହା ବ୍ୟତୀତ, ଆପଣ କର୍ପୁରରୁ ତିଆରି ପେଷ୍ଟ ମଧ୍ୟ ବ୍ୟବହାର କରିପାରିବେ ।
କର୍ପୁର ଏବଂ ରିଠା : ଏହା ବ୍ୟତୀତ, ଆପଣ ଅନ୍ୟ ଏକ ଉପାୟରେ କର୍ପୁରକୁ ଆପଣଙ୍କର ହେୟାର କେୟାର ରୁଟିନର ଏକ ଅଂଶ କରିପାରିବେ । ପ୍ରଥମେ, ରିଠାକୁ ରାତିସାରା ଭିଜାଇ ରଖନ୍ତୁ ଏବଂ ତା’ ପରଦିନ ଏହାକୁ ଫୁଟାନ୍ତୁ । ଏବେ କର୍ପୁର ଏବଂ ସିଝା ରିଠା ମିଶାଇ ଏକ ହେୟାର ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଆପଣ ଏହି ପ୍ରାକୃତିକ ହେୟାର ପ୍ୟାକ୍ ଆପଣଙ୍କ ମୁଣ୍ଡରେ ଲଗାଇପାରିବେ । ଏହି ସବୁ ଉପାୟରେ ଆପଣ କର୍ପୁରକୁ ବ୍ୟବହାର କରିପାରିବେ । ଯାହାଫଳରେ ଆପଣଙ୍କ କେଶର ଅନେକ ସମସ୍ୟା ଦୂର ହୋଇପାରିବ ।
ଯଦି ଆପଣ ସମୟ ମଧ୍ୟରେ କେଶ ଝଡ଼ିବା ସମସ୍ୟା ପ୍ରତି ଧ୍ୟାନ ନଦିଅନ୍ତି, ତେବେ ବହୁତ ଶୀଘ୍ର ଆପଣଙ୍କୁ କେଶ ଝଡ଼ିବାର ସମ୍ମୁଖୀନ ହେବାକୁ ପଡ଼ିପାରେ । ତେବେ ପୂଜା ପାଇଁ ବ୍ୟବହୃତ କର୍ପୁର ଆପଣଙ୍କ କେଶ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ପ୍ରମାଣିତ ହୋଇପାରେ । ତଥାପି, ଏହି ହେୟାର ପ୍ୟାକ୍କୁ ସମ୍ପୂର୍ଣ୍ଣ କେଶରେ ଲଗାଇବା ପୂର୍ବରୁ ଏକ ପ୍ୟାଚ୍ ଟେଷ୍ଟ କରିବାକୁ ଭୁଲିବା ଉଚିତ୍ ନୁହେଁ ।