Saturday, April 4, 2026
28.2 C
Odisha

    କୋଚିଂ ସେଣ୍ଟରକୁ ନେଇ କଡା ଟିପ୍ପଣୀ ଦେଲେ ସୁପ୍ରିମକୋର୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଶୁଣାଣି ସମୟରେ କୋର୍ଟ କହିଛନ୍ତି, ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀଙ୍କ ଜୀବନ ସହ କୋଚିଂ ସେଣ୍ଟର ଖେଳୁଛି। କୋଚିଂ ପ୍ରତିଷ୍ଠାନଗୁଡିକରେ ଅଗ୍ନି ନିରାପତ୍ତା ନିୟମ ପାଳନ କରିବା ସମ୍ପର୍କରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ କୋଚିଂ ସେଣ୍ଟର ଫେଡେରେସନ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଫେଡେରେଶନର ଆବେଦନ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରି କୋର୍ଟ ଏହା ଉପରେ ୧ ଲକ୍ଷ ଟଙ୍କା କ୍ଷତିପୂରଣ ମଧ୍ୟ ଦେଇଛନ୍ତି। ସୁପ୍ରିମକୋର୍ଟ ଏକ ଦୃଢ ମନ୍ତବ୍ୟ ଦେଇ କହିଛନ୍ତି, କୋଚିଂ ସେଣ୍ଟରଗୁଡିକ ଡେଥ୍‌ ଚାମ୍ବର ପରିଣତ ହୋଇଛି। ଏହାକୁ କେବଳ ଅନଲାଇନରେ ଚଳାଇବା ଭଲ ହେବ। ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରରେ ଘଟିଥିବା ଏହି ଘଟଣା ଆଖି ଖୋଲିଦେବା ଭଳି। ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱରେ ଏକ ବେଞ୍ଚ କହିଛନ୍ତି, ଦିଲ୍ଲୀ ସରକାର କିମ୍ବା କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କ’ଣ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ଆମେ ଜାଣି ନାହୁଁ। କୋଚିଂ ସେଣ୍ଟରରେ ପଢୁଥିବା କିଛି ଛାତ୍ରଙ୍କ ଜୀବନହାନୀ ହେବା ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ଏହି ଘଟଣା ସମସ୍ତଙ୍କ ପାଇଁ ଆଖି ଖୋଲିଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.2 ° C
    28.2 °
    28.2 °
    36 %
    1.9kmh
    93 %
    Fri
    29 °
    Sat
    38 °
    Sun
    37 °
    Mon
    38 °
    Tue
    38 °

    ସମ୍ବନ୍ଧିତ