Saturday, March 21, 2026
19 C
Odisha

    କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହ ଖେଳ: ସୋସିଆଲ୍ ମିଡିଆରେ ଶ୍ରୀଜିଉଙ୍କ ଏଆଇ ଫଟୋ–ଭିଡିଓକୁ ନେଇ ଅସନ୍ତୋଷ

    ଆଗକୁ ପଢନ୍ତୁ

    କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହ ଖେଳ। ସୋସିଆଲ୍ ମିଡିଆରେ ଘୁରିବୁଲୁଛି ଶ୍ରୀଜିଉଙ୍କ ଏଆଇ ଫଟୋ ଓ ଭିଡିଓ। ଏପରିକି ଏହି ସବୁ ଫଟୋ ଓ ଭିଡିଓରେ ପରମ୍ପରା ବିରୋଧୀ ଦୃଶ୍ୟ ସବୁ ସ୍ଥାନ ପାଇଛି। ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ଶ୍ରୀଜିଉଙ୍କ ଏଆଇ ଫଟୋ ଓ ଭିଡିଓରେ ଅନେକ ପରମ୍ପରା ବିରୋଧୀ ଦୃଶ୍ୟ ଦେଖିବାକୁ ମିଳିଛି। ଶ୍ରୀଜିଉଙ୍କ ବିଶାଳ ମୂର୍ତ୍ତି ବଡ଼ଦାଣ୍ଡରେ ସିଂହଦ୍ବାର ସମ୍ମୁଖରେ ଛିଡ଼ା କରାଯାଇଛି। ଆଉ ବିଶାଳ ମୂର୍ତ୍ତି ଉପରେ ଏକ କ୍ରେନ୍ ସାହାଯ୍ୟରେ କ୍ଷୀର ଢଳାଯାଉଛି।

    ଖାଲି ସେତିକି ନୁହେଁ, ମନ୍ଦିର ପରିସରରେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ସୁଉଚ୍ଚ ମୂର୍ତ୍ତି ସ୍ଥାପନ କରାଯାଇ କ୍ରେନ୍ ସହାୟତାରେ କ୍ଷୀର ଢଳାଯାଉଛି। ସୋସିଆଲ ମିଡିଆ ସାଇଟ୍ ଇନଷ୍ଟାଗ୍ରାମରେ ଜାଲା ବିସଭରାଜ ସିଂ ଆଇଡିରେ ଏପରି ଏକ ଭିଡିଓ ଅପଲୋଡ୍ କରାଯାଇଛି। ସେହିପରି ଶ୍ରୀଜୀଉଙ୍କ ଅନେକ ଫଟୋ ମଧ୍ୟ ସୋସଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଶୀତବସ୍ତ୍ର ପିନ୍ଧିଥିବା ଶ୍ରୀଜୀଉ ବଡ଼ଦାଣ୍ଡ ସମ୍ମୁଖରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଶ୍ରୀଜୀଉଙ୍କ ଏପରି ଫଟୋ ଓ ଭିଡିଓକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭକ୍ତ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19 ° C
    19 °
    19 °
    81 %
    1.2kmh
    10 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ