Sunday, October 11, 2026
22.8 C
Odisha

    ସାହିତ୍ୟ ଏକାଡେମୀ ବିବାଦ ମଧ୍ୟରେ ୭ ଭାଷା ପାଇଁ ତାମିଲନାଡୁ ସାହିତ୍ୟ ପୁରସ୍କାର ଘୋଷଣା…

    ଆଗକୁ ପଢନ୍ତୁ

    ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ଘୋଷଣା କରିଛନ୍ତି ଯେ, ତାମିଲନାଡୁ ସରକାର କିଛି ଭାରତୀୟ ଭାଷାରେ ଉତ୍କୃଷ୍ଟ କୃତି ପାଇଁ ଜାତୀୟ ସ୍ତରୀୟ ସାହିତ୍ୟ ପୁରସ୍କାର ପ୍ରତିଷ୍ଠା କରିବେ। ଚେନ୍ନାଇ ଆନ୍ତର୍ଜାତୀୟ ପୁସ୍ତକ ମେଳା (ସିଆଇବିଏଫ୍‌)ରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଡିସେମ୍ବର ମାସରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ହସ୍ତକ୍ଷେପ ପରେ ସାହିତ୍ୟ ଏକାଡେମୀ ପୁରସ୍କାର ୨୦୨୫ ରଦ୍ଦ କରାଯିବା ପରେ ଷ୍ଟାଲିନ ଏଭଳି ଘେଣୋ କରିଛନ୍ତି ।
    ପ୍ରତ୍ୟେକ ପୁରସ୍କାର ପାଇଁ ୫ ଲକ୍ଷ ଟଙ୍କା ନଗଦ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର କିଛି ଭାରତୀୟ ଭାଷାରେ ପ୍ରକାଶିତ ଉତ୍କୃଷ୍ଟ ସାହିତ୍ୟିକ କୃତି ପାଇଁ ବାର୍ଷିକ ଜାତୀୟ ସ୍ତରୀୟ ସମ୍ମାନ ””ସେମ୍ମୋଝି ସାହିତ୍ୟିକ ପୁରସ୍କାର”” ପ୍ରଦାନ କରିବେ । ପ୍ରଥମ ପର୍ଯ୍ୟାୟରେ, ତାମିଲ, ତେଲୁଗୁ, କନ୍ନଡ, ମାଲାୟଲମ, ଓଡ଼ିଆ, ବଙ୍ଗାଳୀ ଓ ମରାଠୀ ଭାଷାରେ ଲେଖାଗୁଡ଼ିକୁ ସ୍ୱୀକୃତି ଦିଆଯିବ । ପ୍ରତ୍ୟେକ ପୁରସ୍କାର ପାଇଁ ୫ ଲକ୍ଷ ଟଙ୍କାର ନଗଦ ଦିଆଯିବ। ସ୍ୱଚ୍ଛତା ସୁନିଶ୍ଚିତ କରିବା ଓ ସାହିତ୍ୟିକ ମାନଦଣ୍ଡ ବଜାୟ ରଖିବା ପାଇଁ, ପ୍ରତ୍ୟେକ ଭାଷା ଲାଗି ପ୍ରଖ୍ୟାତ ଲେଖକ ତଥା ପୁରସ୍କାର ବିଜେତା ଲେଖକମାନଙ୍କୁ ନେଇ ପୃଥକ ପୃଥକ ଚୟନ କମିଟି ଗଠନ କରାଯିବ ବୋଲି ସେ କହିଛନ୍ତି ।
    ସାହିତ୍ୟ ପୁରସ୍କାରରେ ରାଜନୈତିକ ହସ୍ତକ୍ଷେପ ବିପଜ୍ଜନକ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ଆଦୌ ହେବ କି ନାହିଁ ତାହା ଅନିଶ୍ଚିତ ବୋଲି ଉଲ୍ଲେଖ କରି ଷ୍ଟାଲିନ୍ କଳା ଓ ସାହିତ୍ୟ ପୁରସ୍କାରରେ ରାଜନୈତିକ ହସ୍ତକ୍ଷେପକୁ ବିପଜ୍ଜନକ ବୋଲି କହିଛନ୍ତି । ଲେଖକ ଓ ସାହିତ୍ୟ ସଂଗଠନର ପ୍ରତିନିଧିମାନେ ରାଜ୍ୟ ସରକାରଙ୍କୁ ଗଠନମୂଳକ ଭାବରେ ପ୍ରତିକ୍ରିୟା ଦେବାକୁ ସେ ଅନୁରୋଧ କରିଛନ୍ତି । ଚେନ୍ନାଇ ଆନ୍ତର୍ଜାତୀୟ ପୁସ୍ତକ ମେଳାର ପ୍ରଶଂସା କରି ଷ୍ଟାଲିନ୍ କହିଛନ୍ତି ଯେ ସାହିତ୍ୟିକ ଅଧିକାରର ଆଦାନପ୍ରଦାନକୁ କେବଳ ବ୍ୟବସାୟ ଭାବରେ ନୁହେଁ ବରଂ ଭାଷାଗୁଡ଼ିକ ମଧ୍ୟରେ ଏକ ସାଂସ୍କୃତିକ ହାତ ମିଳାଇବା ଭାବରେ ଦେଖାଯିବା ଉଚିତ । ସଙ୍ଗମ ସାହିତ୍ୟରୁ ଆଧୁନିକ ଲେଖା ପର୍ଯ୍ୟନ୍ତ, ତାମିଲ ପୁସ୍ତକଗୁଡ଼ିକ ବିଶ୍ୱ ଦର୍ଶକଙ୍କ ପାଖରେ ପହଞ୍ଚିବା ଆବଶ୍ୟକ। ତାମିଲନାଡୁ କେବଳ ବ୍ୟବସାୟିକ ନିବେଶ ପାଇଁ ଏକ ଅନୁକୂଳ ସ୍ଥାନ ନୁହେଁ, ବରଂ ବୌଦ୍ଧିକ ଆଦାନପ୍ରଦାନ ଓ ଜ୍ଞାନ ଆଦାନପ୍ରଦାନ ପାଇଁ ମଧ୍ୟ ଏକ ସ୍ଥାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    82 %
    0.9kmh
    0 %
    Sat
    22 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ