Saturday, October 3, 2026
23 C
Odisha

    ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର୍‌, ଶିକ୍ଷକଙ୍କ ଠାରୁ ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ

    ଆଗକୁ ପଢନ୍ତୁ

    ଝାରସୁଗୁଡା  :  ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସେକ୍ସନ ଅଫିସର୍‌। ଜିଏନଏମ ଛାତ୍ରୀମାନଙ୍କୁ ପ୍ରାକ୍ଟିକାଲ ଟ୍ରେନିଂ ପାଇଁ ବିଭିନ୍ନ ପିଏଚସି ଓ ସିଏଚସି ସହିତ ସଂଯୋଗ କରିବା ପାଇଁ ଆବେଦନ ଫାଇଲର ପ୍ରୋସେସିଙ୍ଗ ପାଇଁ ଲାଞ୍ଚ ନେଉଥିବା ବେଳେ ସେକ୍ସନ ଅଫିସର୍‌ ଅନିତ କୁମାର ଗୁରୁଙ୍କୁ ଗିରଫ କରାଯାଇଛି। ଝାରସୁଗୁଡା ଭିଜିଲାନ୍ସ ଡିଏସପି କଳାବତୀ ବାଗଙ୍କ ସୂଚନା ଅନୁସାରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନର୍ସିଂ ସ୍କୁଲର ଛାତ୍ରୀମାନଙ୍କୁ ସରକାରୀ ହସ୍ପିଟାଲରେ ତାଲିମ ପାଇଁ ଅନୁମତି ପ୍ରଦାନ କରିବା ସହ ଜିଲାର ନର୍ସିଂ ସ୍କୁଲଗୁଡ଼ିକରୁ ଆସୁଥିବା ଆବେଦନଗୁଡ଼ିକୁ ପ୍ରୋସେସ କରିବା ପାଇଁ ଗୁରୁ ବାରମ୍ବାର ଲାଞ୍ଚ ଦାବି କରି ହଇରାଣ କରୁଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା। ଏହି କ୍ରମରେ ବ୍ରଜରାଜନଗର ଜିଏନଏମ ସେଣ୍ଟର ନର୍ସିଂ ଶିକ୍ଷକ ବିନୋଦ ବିହାରୀ ରୋହିଦାସ ଯେତେବେଳେ ନିଜ ଛାତ୍ରୀଛାତ୍ରଙ୍କ ଟ୍ରେନିଂ ପାଇଁ ଅନୁରୋଧ କରିଥିଲେ, ସେକ୍ସନ ଅଫିସର ଜଣକ ୨,୫୦୦ ଟଙ୍କା ଦାବି କରିଥିଲେ। ଏଥିରେ ଅତିଷ୍ଠ ହୋଇ ଶିକ୍ଷକ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଆଜି ଯୋଜନାବଦ୍ଧ ଭାବେ ଝାରସୁଗୁଡା ଡିଏସପି କଳାବତୀ ବାଗ ଏବଂ ସୁନ୍ଦରଗଡ଼ ଡିଏସପି ଦୈତାରୀ ଘଡେଇ ଏବଂ ଭିଜିଲାନ୍ସ ଟିମ ମିଶି ଚଢାଉ କରି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଅନିତ କୁମାର ଗୁରୁଙ୍କୁ ରଙ୍ଗେ ହାତ ଧରିଥିଲେ। ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହି ଘଟଣା ପରେ ଅଭିଯୁକ୍ତଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଉପରେ ସନ୍ଦେହ କରି ଭିଜିଲାନ୍ସ ଟିମ ପକ୍ଷରୁ ଅନିତଙ୍କର ଝାରସୁଗୁଡା ବେଇମୁଣ୍ଡା ସ୍ଥିତ ନିଜ ଘର ସହିତ ଦୁଇଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି।ଏହି ସମ୍ପର୍କରେ ରାଉରକେଲା ଭିଜିଲାନ୍ସ ପୋଲିସ ଷ୍ଟେଶନରେ କେସ ନଂ-୨/୨୦୨୬ ଅନୁସାରେ ଦୁର୍ନୀତି ନିବାରଣ ଅଧିନିୟମ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ବର୍ତ୍ତମାନ ଘଟଣାର ଅଧିକ ତଦନ୍ତ ଜାରି ରହିଛି ଏବଂ ଆଗକୁ ସବିଶେଷ ତଥ୍ୟ ବିଷୟରେ ସୂଚନା ଦିଆଯିବ ବୋଲି ଝାରସୁଗୁଡା ଡିଏସପି କଳାବତୀ ବାଗ ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23 ° C
    23 °
    23 °
    86 %
    1.4kmh
    58 %
    Fri
    23 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ