Monday, April 13, 2026
33 C
Odisha

    କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାହାରିବ ବାଲି, ୧୬ ସେଣ୍ଟିମିଟରର ଗର୍ତ୍ତ ଖୋଳିବା ପ୍ରକ୍ରିୟା ଆରମ୍ଭ

    ଆଗକୁ ପଢନ୍ତୁ

    ଗୋପ : ଖୁବ ଶୀଘ୍ର କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାହାରିବ ବାଲି । ମନ୍ଦିର କାନ୍ଥରେ ୧୬ ସେଣ୍ଟିମିଟରର ଗର୍ତ୍ତ ଖୋଳିବା ପ୍ରକ୍ରିୟା ଆରମ୍ଭ । ଡ୍ରିଲ କରି ହୋଲ୍ କରାଯିବ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଦୁଇଦିନ ମଧ୍ୟରେ ହୋଲ୍ କାର୍ଯ୍ୟ ଶେଷ ହେବ । ଗର୍ଭଗୃହ ଭିତରେ ଥିବା ବାଲିର ସ୍ଥିତି ଓ ପଥରର ଅବସ୍ଥା ଦେଖି ପର୍ଯ୍ୟାୟକ୍ରମେ ବାହାର କରାଯିବ। ପୂର୍ବରୁ ଗର୍ଭଗୃହର ଉପର ଭାଗରୁ ଗର୍ତ୍ତ କରାଯାଇ ରୋବଟିକ କ୍ୟାମେରା ମାଧ୍ୟମରେ ବାଲିର ସ୍ଥିତି ଅନୁଧ୍ୟାନ କରାଯାଇଥିଲା।

    ଏବେ ପ୍ରକୃତ ସ୍ଥିତି ଅନୁଧ୍ୟାନ ପାଇଁ ମନ୍ଦିର ପଶ୍ଚିମ ପାର୍ଶ୍ବରେ ୮୦ ଫୁଟ ଉଚ୍ଚତାରେ ୧୬ ସେଣ୍ଟିମିଟରର ଏକ କ୍ଷୁଦ୍ର ଟନେଲ ନିର୍ମାଣ ହେବ। ଗତକାଲି ଏଏସଆଇ ଆଞ୍ଚଳିକ ନିର୍ଦ୍ଦେଶକଙ୍କ ସହ ୧୦ ଜଣିଆ ବୈଷୟିକ କୋର କମିଟି କୋଣାର୍କ ଗସ୍ତରେ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ। ୧୩ ଶହ ଶତାବ୍ଦୀରେ ନିର୍ମିତ ବିଶ୍ୱଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ଗର୍ଭଗୃହକୁ ୧୯୦୩ ମସିହାରେ ବାଲି ଭର୍ତ୍ତି କରି ଏହାକୁ ବନ୍ଦ କରି ଦିଆଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33 ° C
    33 °
    33 °
    17 %
    1.6kmh
    0 %
    Mon
    36 °
    Tue
    41 °
    Wed
    43 °
    Thu
    44 °
    Fri
    43 °

    ସମ୍ବନ୍ଧିତ