Sunday, September 6, 2026
24.3 C
Odisha

    ୨୬ରେ କୃଷକଙ୍କ ଟ୍ରାକ୍ଟର ରାଲି, ମାର୍ଚ୍ଚ ୧୪ରେ ରାମଲୀଳା ମୈଦାନରେ ମହାପଞ୍ଚାୟତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପଞ୍ଜାବର କୃଷକମାନଙ୍କ ଦ୍ୱାରା ଚାଲିଥିବା ଦିଲ୍ଲୀ ପଦଯାତ୍ରା ଏବଂ ପ୍ରତିବାଦ ମଧ୍ୟରେ ସଂଯୁକ୍ତ କୃଷକ ମୋର୍ଚ୍ଚା ମଧ୍ୟ ଗୁରୁବାର ଦିନ ଏକ ବୈଠକ କରିଛି । ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ କୃଷକ ନେତା ରାଜେୱାଲ କହିଛନ୍ତି, ପଞ୍ଜାବ-ହରିୟାଣା ସୀମାରେ ଜଣେ ଯୁବକଙ୍କ ସହିଦକୁ ଆମେ ନିନ୍ଦା କରୁଛୁ। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରତିମୂର୍ତ୍ତି ସାରା ଦେଶରେ ପୋଡ଼ାଯିବ। ସଂଯୁକ୍ତ କୃଷକ ମୋର୍ଚ୍ଚା ମଧ୍ୟ ଏହାର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛି। ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଆସନ୍ତା ୨୬ ତାରିଖରେ କୃଷକମାନେ ଟ୍ରାକ୍ଟର ରାଲି କରିବେ ଓ ମାର୍ଚ୍ଚ ୧୪ରେ ଦିଲ୍ଲୀର ରାମଲୀଳା ମୈଦାନରେ କୃଷକମାନଙ୍କ ମହାପଞ୍ଚାୟତ ହେବ ।
    ସାମ୍ବାଦିକ ସମ୍ମିଳନୀରେ ରାଜେୱାଲ କହିଛନ୍ତି ଯେ ହରିୟାଣା ପୋଲିସ ଆମ ଅଞ୍ଚଳକୁ ଆସି ଟ୍ରାକ୍ଟର ଭାଙ୍ଗିଦେଇଛି। ଏଥିପାଇଁ ହରିୟାଣାର ଗୃହମନ୍ତ୍ରୀଙ୍କ ବିରୋଧରେ ୩୦୨ ର ମାମଲା ରୁଜୁ କରାଯାଉ। କିଷାନ ମୋର୍ଚ୍ଚା କହିଛି ଯେ ଏହି ସବୁ ଆନ୍ଦୋଳନ ପଛରେ ଦେଶର ଗୃହମନ୍ତ୍ରୀଙ୍କ ହାତ ରହିଛି। ସେଥିପାଇଁ ହରିୟାଣାର ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀ ଇସ୍ତଫା ଦିଅନ୍ତୁ।

    ଗତକାଲି ଆନ୍ଦୋଳନରତ କୃଷକମାନେ ଦୁଇଦିନ ପାଇଁ ଦିଲ୍ଲୀ ଅଭିଯାନକୁ ସ୍ଥଗିତ ରଖିବାକୁ ଘୋଷଣା କରିଥିଲେ । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁଣି ଥରେ ଆଲୋଚନା ଅଫର କୃଷକମାନଙ୍କୁ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.3 ° C
    24.3 °
    24.3 °
    89 %
    1.1kmh
    11 %
    Sun
    31 °
    Mon
    31 °
    Tue
    31 °
    Wed
    31 °
    Thu
    27 °

    ସମ୍ବନ୍ଧିତ