Tuesday, March 10, 2026
29 C
Odisha

    କ୍ରିକେଟର ଅମିତ ମିଶ୍ରାଙ୍କ ନାମରେ ଯୌତୁକ ଏବଂ ନିର୍ଯାତନା ଅଭିଯୋଗ ଆଣିଲେ ପତ୍ନୀ ଗାରିମା, ହେଲେ କୋର୍ଟଙ୍କ ଦ୍ବାରସ୍ଥ

    ଆଗକୁ ପଢନ୍ତୁ

    କାନପୁର : ଆଇପିଏଲ କ୍ରିକେଟର ଅମିତ ମିଶ୍ରାଙ୍କ ନାମରେ ଅଭିଯୋଗ ଆଣିଲେ ୟୁପି କାନପୁରର ୩୫ ବର୍ଷୀୟ ମଡେଲ ତଥା ପତ୍ନୀ ଗରିମା ତିୱାରୀ । ଗରିମା ଅମିତ ଏବଂ ତାଙ୍କ ଘର ଲୋକଙ୍କ ବିରୋଧରେ ଅଭିଯୋଗ ଦାୟର କରିଛନ୍ତି । ଗରିମାଙ୍କୁ ଯୌତୁକ ପାଇଁ ଶାରୀରିକ ଏବଂ ମାନସିକ ଉତ୍ପୀଡ଼ନ, ମାରପିଟ ଏବଂ ଜୀବନ ହାରିବା ପାଇଁ ଉସୁକାଉଥିବା ଅଭିଯୋଗ ହୋଇଛି ।

    ୨୦୨୧ରେ ବିବାହ କରିଥିଲେ ଅମିତ ଏବଂ ଗରିମା । ଏବେ ଦୁହିଁଙ୍କ ଭିତରେ ଆଇନଗତ ଲଢେଇ ଚଲିଛି । ପୋଲିସ ନିକଟରେ ଏଫଆଇଆର ଦାୟର ନ କରିବାରୁ କୋର୍ଟ ନ୍ୟାୟ ପାଇଁ ଗୁହାରି କରିଛନ୍ତି । ଗରିମା ତିୱାରୀ କହିଛନ୍ତି, ତାଙ୍କର ଏବଂ ଅମିତଙ୍କ ସାକ୍ଷାତ ୨୦୧୯ରେ ଇନଷ୍ଟାଗ୍ରାମ ଜରିଆରେ ହୋଇଥିଲା । ୩ ବର୍ଷ ଯାଏଁ ସଂପର୍କରେ ରହିବା ପରେ ଦୁହେଁ ୨୦୨୧ରେ କାନପୁରରେ ବିବାହ କରିଥିଲେ । ଅମିତ ମିଶ୍ରା ବର୍ତ୍ତମାନ ଆରବିଆଇରେ ଅଧିକାରୀ ଭାବେ କାମ କରୁଛନ୍ତି । ଗରିମାଙ୍କ ଅଭିଯୋଗ ଯେ, ବିବାହର କିଛିଦିନ ପରେ ସ୍ବାମୀ ଏବଂ ଶଶ୍ବୁର ଘର ଲୋକ କାର୍ ଏବଂ ୧୦ ଲକ୍ଷ ଦାବି କରିଥିଲେ ।

    ଗରିମା ଆହୁରି କହିଛନ୍ତି, ଅମିତ ମଦ ପିଇ ଆସି ମାରପିଟ କରିବା ସହିତ ଗାଳିଗୁଲଜ କରୁଥିଲେ । ଅନେକ ଦିନ ଯାଏଁ ତାଙ୍କୁ ଭୋକିଲା ରଖାଯାଉଥିଲା । ମଡେଲିଂ ଜରିଆରେ ଯାହା ରୋଜଗାର କରୁଥିଲେ, ତାହା ଛଡେଇ ନିଆଯାଉଥିଲା । ପ୍ରତାରଣା ପାଇବା ଯୋଗୁଁ ଗରିମା ଡିପ୍ରେସନକୁ ଚାଲିଯାଇଥିଲେ । ଏହାପରେ ନିଜ କ୍ୟାରିଅର ଛାଡିଦେଇଥିଲେ । ମାନସିକ ଦୁଶ୍ଚିନ୍ତାରେ ନିଜ ଜୀବନ ହାରିବାକୁ ଚେଷ୍ଟା କରିଥିଲେ ଗରିମା ।ଗରିମା ଏବେ ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ସହିତ ଅନେକ ଗୁହାରି କରିଛନ୍ତି । କିନ୍ତୁ ଅମିତଙ୍କ ଯୋଗୁଁ ଏଫଆଇଆରର କୌଣସି ପ୍ରଭାବ ପଡିନାହିଁ । ପୋଲିସ ନିଷ୍କ୍ରିତା ପରେ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଗାରିମା ।

    ସୂଚନାଯୋଗ୍ୟ, ଏହା ଅମିତଙ୍କ ଉପର ୩ୟ କେସ୍ । ପୂର୍ବରୁ ୨୦୨୫ରେ ଗରିମା ଘରୋଇ ହିଂସା ଏବଂ ୫୦,୦୦୦ ଟଙ୍କା ମାସିକ ଭତ୍ତା ଏବଂ ୧ କୋଟି ଟଙ୍କା କ୍ଷତିପୂରଣ ପାଇଁ ଯାଚିକା ଦାୟର କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29 ° C
    29 °
    29 °
    40 %
    2.7kmh
    39 %
    Tue
    31 °
    Wed
    38 °
    Thu
    38 °
    Fri
    39 °
    Sat
    40 °

    ସମ୍ବନ୍ଧିତ